Hindi News >>Home >>Odisha Trending

Ayodhya Ram Mandir: ଅଯୋଧ୍ୟାରେ ଜଳିଲା ୧୦୮ ଫୁଟ ଲମ୍ବର ଅଗରବତୀ

108 Feet Long Incense Stick Reaches at Ayodhya: ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ ଈଶ୍ୱରୀୟ ସୁଗନ୍ଧରେ ମହକି ଉଠିବ ଅଯୋଧ୍ୟ ରାମ ମନ୍ଦିର। ଏନେଇ ଏକ ୧୦୮ ଫୁଟ ଲମ୍ବର ଅଗରବତୀ ଅଯୋଧ୍ୟାରେ ପହଞ୍ଚିଛି।

Advertisement
Ayodhya Ram Mandir: ଅଯୋଧ୍ୟାରେ ଜଳିଲା ୧୦୮ ଫୁଟ ଲମ୍ବର ଅଗରବତୀ
Zee Odisha Desk|Updated: Jan 17, 2024, 06:40 PM IST
Share

108 Foot Long Incense Stick Reach at Ayodhya: ଆସନ୍ତା ୨୨ ତାରିଖରେ ଅଯୋଧ୍ୟ ରାମ ମନ୍ଦିରରେ ଆୟୋଜିତ ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ପାଇଁ ଗୁଜରାଟ ଭଦୋଦରା ଠାରେ ପ୍ରସ୍ତୁତ ହେଉଛି ୧୦୮ ଫୁଟ ଲମ୍ବର ଏକ ଅଗରବତୀ। ଯାହା ପ୍ରାଣ ପ୍ରତିଷ୍ଠା ସମୟରେ ଜଳାଯିବ। ବର୍ତ୍ତମାନ ଏହି ଅଗରବତୀ ଅଯୋଧ୍ୟାରେ ପହିଞ୍ଚ ସାରିଛି।  ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମ ମନ୍ଦିରକୁ ଏକ ଈଶ୍ୱରୀୟ ସୁଗନ୍ଧରେ ଭରିବା ପାଇଁ ଗୁଜୁରାଟ ଭଦୋଦରା ଠାରେ ପ୍ରସ୍ତୁତ ହୋଇଥିଲା ଏପରି ଏକ ବିଶାଳକାୟ ଅଗରବତୀ। ଗତ ସୋମବାର ଦିନ ଆଗ୍ରାସ୍ଥିତ ଫତେହପୁର ସିକ୍ରି ଏବଂ କିରାବାଲି ଠାରେ ପହଞ୍ଚିଥିଲା। ଯେଉଁ ରାସ୍ତା ଦେଇ ଏହି ଧୂପକାଠି ନିଆଯାଉଥିଲା ସେଠାରେ ଶହ ଶହ ଲୋକ ପହଞ୍ଚିଥିଲେ। ସେମାନେ ଏହାକୁ ଦେଖିବା ପରେ ଜୟ ଶ୍ରୀରାମ ସ୍ଲୋଗାନ ଦେଇଥିଲେ। ଭଦୋଦରା ଠାରୁ ଅଯୋଧ୍ୟା ଠାରେ ଶେଷ ହୋଇଥିବା ଯାତ୍ରା ଏକ ଶୋଭାଯାତ୍ରାରେ ପରିଣତ ହୋଇଥିଲା।

ପ୍ରାୟ ୧୦୮ ଫୁଟ ଲମ୍ବା ଏବଂ ସାଢେ ୩ ଫୁଟ ଚଉଡା ବିଶିଷ୍ଟ ଏହି ବିଶାଳକାୟ ଅଗରବତୀର ମୋଟ ଓଜନ ହେଉଛି ୩୬୧୦ କିଲୋଗ୍ରାମ। ଯାହାକୁ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ। ଏହି ଅଗରବତୀ ନିର୍ମାଣ କରିବା ପାଇଁ ୬ ମାସ ସମୟ ଲାଗିଥିଲା। ଗୁଜୁରାଟ ଭଦୋଦାରା ଅଞ୍ଚଳର ବିହା ଭାଇ ଭରୱାଡ ନାମକ ଜଣେ ବ୍ୟକ୍ତି ପ୍ରସ୍ତୁତ କରିଥିଲେ। ଏପରି ଏକ ସ୍ୱତନ୍ତ୍ର ଧରଣର ଅଗରବତୀ ନିର୍ମାଣରେ ଅନେକ ପ୍ରକାରର ଜଡ଼ିବୁଟି  ବ୍ୟବହାର କରାଯାଇଛି। ଯାହା ପ୍ରାୟ ଦେଢ ମାସ ପର୍ଯ୍ୟନ୍ତ ଜଳିପାରିବ। ଏହାର ସୁଗନ୍ଧ ପ୍ରାୟ ୫୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଯିବ। ଏହାର ପ୍ରସ୍ତୁତିରେ ଦେଶୀ ଗାଈ ଗୋବର ସହ ଘିଅ ସହିତ ଅନେକ ପ୍ରକାରର ଆୟୁର୍ବେଦୀୟ ଜଡ଼ିବୁଟି ବ୍ୟବହାର କରାଯାଇଛି। ଏହାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବାକୁ ୬ ମାସ ସମୟ ଲାଗିଥିଲା। 

Also Read: Ayodhya Ram Mandir: ବାରବାଙ୍କିରେ ପହଞ୍ଚିଲା ୧୦୮ ଫୁଟ ଲମ୍ବର ଅଗରବତୀ; ଜୋରଦାର କରାଗଲା ସ୍ୱାଗତ

ଜୀବଦୟା ଗୋରକ୍ଷା ସମିତି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିହା ଭାଇ ଭରୱାଡ଼ କେବଳ ଜମେ ଗୋପାଳକ ନୁହଁନ୍ତି ବରଂ ସେ ହେଉଛନ୍ତି ଜଣେ ରାମ ଭକ୍ତ। ବର୍ଷ ବର୍ଷ ଧରି ସେ ୩ ଥର ବିରାଟକାୟ ଧୂପକାଠି ତିଆରି କରି ଏହାକୁ ଉତ୍ସର୍ଗ କରିଛନ୍ତି। ବର୍ତ୍ତମାନ ଯେତେବେଳେ ଅଯୋଧ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି ସେତେବେଳେ ସେ ପଞ୍ଚଗବ୍ୟ ଏବଂ ହବନ ସାମଗ୍ରୀ ଏବଂ ଗାଈ ଗୋବର ବ୍ୟବହାର କରି ୧୦୮ ଫୁଟ ଲମ୍ବ ଏବଂ ୩.୫ ଫୁଟ ମୋଟାର ଧୂପକାଠି ପ୍ରସ୍ତୁତ କରିଛନ୍ତି।

Also Read: Ayodhya Ram Mandir Inauguration: ରାମ ମନ୍ଦିର ଉଦଘାଟନ ସମାରୋହରେ ଜଳିବ ୧୦୮ ଫୁଟ ଲମ୍ବର ଅଗରବତୀ

ପ୍ରାୟ ୬ ମାସ ଧରି ବିହା ଭାଇ ଭରୱାଡ଼ ତାଙ୍କ ଘର ପାଖରେ ପ୍ରତି ଦିନ ୨-୩ ଘଣ୍ଟା କାମ କରି ଏଭଳି ଏକ ବିଶାଳକାୟ ଧୂପକାଠି ପ୍ରସ୍ତୁତ କରିଛନ୍ତି। ଏହି କାର୍ଯ୍ୟରେ ଅନ୍ୟ ଲୋକ ରାମଭକ୍ତ ବିହା ଭାଇଙ୍କୁ ସହଯୋଗ କରିଛନ୍ତି। ପ୍ରୋଟୋକଲ୍ ସହିତ ଏହି ଧୂପ କାଠି ସଡ଼କ ମାର୍ଗରେସ ଭଦୋଦରା ଠାରୁ ବାହାରି ଅଯୋଧ୍ୟା ଠାରେ ପହଞ୍ଚିବ। ଭଦୋଦରା ଠାରୁ ବାହାରିବା ପରେ ହାଲୋଲ, କଲୋଲ, ଗୋଧରା ଶେହରା, ଅରବଲୀ, ମୋଡାସା, ଶ୍ୟାମଲାଜୀ ଦେଇ ଗୁଜୁରାଟ ସୀମା ପାର ହେବା ରାଜସ୍ଥାନ ଠାରେ ପ୍ରବେଶ କରିବେ। ଯେଉଁଠାରେ ଖେରୱାଡ଼ା, ଉଦୟପୁର, ମଲୱାଡ଼ା, ସାୱରିଆ ସେଠ ମନ୍ଦିର, ଚିତ୍ତୌରଗଡ, ଭିଲୱାଡ଼ା, ଦାଦିଆ, କିଶନଗଡ଼, ଜୟପୁର, ଘୋସା ମେହେନ୍ଦୀପୁର, ବାଲାଜୀ ଚୋରୟା, ଭରତପୁର, ଫତେହପୁର, ସିକ୍ରି, ଆଗ୍ରା, ଇଟାୱା, କାନପୁର, ଉନ୍ନାଓ, ଲକ୍ଷ୍ନୌ ବାରବାଙ୍କି ଦେଇ ଅଯୋଧ୍ୟା ଠାରେ ପହଞ୍ଚିଥିଲା। 

 

Read More
{}{}