Home >>Odisha Trending

Odisha Congress: ବଡ଼ ଖବର, ବିଧାନସଭାରୁ ଏକାଥରେ ନିଲମ୍ବିତ ହେଲେ ୧୨ କଂଗ୍ରେସ ବିଧାୟକ

Odisha Congress: କୋରାପୁଟ ଲକ୍ଷ୍ମୀପୁରରେ ନାବାଳିକାଙ୍କୁ ଦୁଷ୍କର୍ମ । ମୟୂରଭଞ୍ଜରେ ଗଣଦୁଷ୍କର୍ମ । ମାଲକାନଗିରି ଚିତ୍ରକୋଣ୍ଡାରେ ନାବାଳିକାଙ୍କ ସନ୍ତାନ ପ୍ରସବ । ପୁରୀ ପିପିଲିରେ ବି ନାବାଳିକା ଗର୍ଭବତୀ । କେନ୍ଦୁଝରରେ ଘଟିଥିବା ହତ୍ୟାକାଣ୍ଡରେ ବିଜେପି ନେତାଙ୍କ ସମ୍ପୃକ୍ତି ରହିଛି ବୋଲି କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଥିଲା । 

Advertisement
Odisha Congress: ବଡ଼  ଖବର, ବିଧାନସଭାରୁ ଏକାଥରେ ନିଲମ୍ବିତ ହେଲେ ୧୨ କଂଗ୍ରେସ ବିଧାୟକ
Rashmita Sahoo|Updated: Mar 25, 2025, 05:01 PM IST
Share

Odisha Congress: ଆଜି ରାଜ୍ୟ ବିଧାନସଭାରେ ଏକ ବଡ଼ ଘଟଣା ଦେଖିବାକୁ ମିଳିଛି। ଏକାଥରେ କଂଗ୍ରେସର ୧୨ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି । ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ ହୋଇଛନ୍ତି । ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି । ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି ବାକି ସମସ୍ତଙ୍କୁ ନିଲମ୍ବନ କରାଯାଇଛି ।  କଂଗ୍ରେସ ଗୃହ ଚଳାଇ ଦେଉନଥିବା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ହୋଇଥିବା ବିଧାୟକମାନେ ହେଲେ ରାମଚନ୍ଦ୍ର କାଡାମ, ସିଏସ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ୍ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ୱାମୀ, ନୀଳ ମାଧବ ହିକକା, ସୋଫିଆ ଫିର୍ଦ୍ଦୋସ । 

ତେବେ ଚାଲିଥିବା ଅଧିବେଶନକୁ ଯଦି ଦେଖିବା କଂଗ୍ରେସ ନିଜ ଦାବିକୁ ନେଇ ଅଡି ବସିଥିଲା। ଓଡ଼ିଶାରେ ମହିଳା ଅସୁରକ୍ଷିତ । ବଢ଼ି ଚାଲିଛି ନାରୀ ନିର୍ଯାତନା । ରାଜ୍ୟ ବିଜେପି ସରକାର ନିଦା ବିଷ୍ଣୁ ସାଜିଛନ୍ତି । ଅପରାଧୀକ କାର୍ଯ୍ୟକଳାପ ଚରମସୀମାରେ ପହଞ୍ଚିଛି । ଏମିତି କିଛି ଅଭିଯୋଗ କରିବା ସହ ଅପରାଧ ଓ ନାରୀ ନିର୍ଯାତନାର ଲମ୍ବା ତାଲିକା ଦେଖାଇ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଆସୁଥିଲା ରାଜ୍ୟ କଂଗ୍ରେସ। ସୂଚନାନୁସାରେ, ପ୍ରତିଟି ଜିଲ୍ଲାରେ ଘଟିଥିବା ଘଟଣା...ଯେମିତିକି କେନ୍ଦ୍ରାପଡ଼ା ଜିଲ୍ଲାରେ ନାବାଳିକାଙ୍କ ଆତ୍ମହତ୍ୟା । କୋରାପୁଟ ଲକ୍ଷ୍ମୀପୁରରେ ନାବାଳିକାଙ୍କୁ ଦୁଷ୍କର୍ମ । ମୟୂରଭଞ୍ଜରେ ଗଣଦୁଷ୍କର୍ମ । ମାଲକାନଗିରି ଚିତ୍ରକୋଣ୍ଡାରେ ନାବାଳିକାଙ୍କ ସନ୍ତାନ ପ୍ରସବ । ପୁରୀ ପିପିଲିରେ ବି ନାବାଳିକା ଗର୍ଭବତୀ । କେନ୍ଦୁଝରରେ ଘଟିଥିବା ହତ୍ୟାକାଣ୍ଡରେ ବିଜେପି ନେତାଙ୍କ ସମ୍ପୃକ୍ତି ରହିଛି ବୋଲି କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଥିଲା । 

ରାଜ୍ୟରେ ୪୪ ହଜାର ମହିଳା ଓ ଶିଶୁ ନିଖୋଜ । ଗତ ୯ ମାସରେ ବିଜେପି ସରକାରରେ ରାଜ୍ୟର ସ୍ଥିତି ଅତି ସାଂଘାତିକ ବୋଲି ଅଭିଯୋଗ କରିଆସୁଥିଲା କଂଗ୍ରେସ । ଆଇନଶୃଙ୍ଖଲା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ନାରାବାଜି ହୋହଲ୍ଲା ଦେଖିବାକୁ ମିଳୁଥିଲା। ପ୍ରଶ୍ନୋତ୍ତର କାଳ ଠିକ୍ ଭାବରେ ଚାଲିପାରୁନିଥିଲା ଯାହାକୁ ନେଇ ଆଜି ଏହି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି।ଲମ୍ବା ତାଲିକା ଗଣାଇ ରାଜ୍ଯ ସରକାରଙ୍କୁ ଟାର୍ଗେଟ କରିବା ସହ ପ୍ରତିବାଦ ଦେଖି ଆଜି ବିଧାନସଭାରୁ ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। 

ଏଠାରେ କହିରଖୁଛୁ ଯେ, ବଜେଟ ଅଧିବେଶନର ତୃତୀୟ ଦିନରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଗୃହରେ ବିଶୃଙ୍ଖଳା ଆଚରଣ ପାଇଁ ୭ ଦିନ ଧରି ବିଧାନସଭାରୁ ନିଲମ୍ବିତ ହୋଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଡା ଆକ୍ସନ ନିଆଯାଇଥିଲା। ଆଉ ଆଜି ବିଧାନସଭାକୁ ସୁରୁଖୁରୁରେ ଚଲାଇ ଦେଇପାରୁନଥିବା ନେଇ ନିଲମ୍ବନ ପ୍ରସ୍ତାବ ଆଣିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ । ଯାହା ଫଳରେ କଂଗ୍ରେସର ମୋଟ ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣଙ୍କୁ ନିଲମ୍ବିତ କରାଯାଇଛି।  

Also Read: Odisha Tahasil Office Job: ତହସିଲ କାର୍ଯ୍ୟାଳୟରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଦରମା ମାସକୁ ୩୦ ହଜାର

Read More
{}{}