Hindi News >>Home >>Odisha Trending

Train Cancelled: କଞ୍ଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣା ପରେ ବାତିଲ ହେଲା ୧୯ ଟି ଟ୍ରେନ୍, ଏଠାରେ ଦେଖି ନିଅନ୍ତୁ ତାଲିକା

Train Cancelled: ଜଲପାଇଗୁଡି ଟ୍ରେନ୍ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଏହି ଦୁର୍ଘଟଣାରେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ଏହି ମାର୍ଗରେ ୧୯ଟି ଟ୍ରେନକୁ ବାତିଲ କରି ଦିଆଯାଇଛି। ଏଠାରେ ଦେଖି ନିଅନ୍ତୁ ବାତିଲ ଟ୍ରେନ୍ ତାଲିକା।  

Advertisement
19 trains cancelled
19 trains cancelled
Jagdish Barik|Updated: Jun 17, 2024, 06:30 PM IST
Share

Kanchenjunga Express Accident: ସୋମବାର ଦିନ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ଏକ ମାଲବାହୀ ଟ୍ରେନ୍ ସହିତ ମୁହାଁମୁହିଁ ଧକ୍କା ହେବାରୁ ସିଆଲ୍ଦା ଯାଉଥିବା କଞ୍ଚନଜଙ୍ଗା ଏକ୍ସପ୍ରେରସ ତିନିଟି ପଛ କୋଚ୍ ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଥିବା ଜଣା ପଡ଼ିଛି। ଏହି ଦୁର୍ଘଟଣା ପରେ ଭାରତୀୟ ରେଳ ଏହି ମାର୍ଗରେ ୧୯ଟି ଟ୍ରେନକୁ ବାତିଲ କରିଦେଇଛି। ରେଳବାଇ କହିଛି ଯେ ବର୍ତ୍ତମାନ ନ୍ୟୁ ଜଲପାଇଗୁଡି, ସିଲିଗୁଡି ଜଙ୍କସନ, ବାଗଡୋଗ୍ରା ଓ ଆଲୁଆବାରୀ ରୋଡ ରୁଟରେ ୧୯ଟି ଟ୍ରେନ ବାତିଲ କରାଯାଇଛି।

19602 ନ୍ୟୁ ଜଲପାଇଗୁଡି-ଉଦୟପୁର ସିଟି ସାପ୍ତାହିକ ଏକ୍ସପ୍ରେସ (17.06.24)
20503 ଦିବ୍ରୁଗଡ଼-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ (16.06.24)
12423 ଦିବ୍ରୁଗଡ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ (16.06.24)
01666 ଅଗରତାଲା-ରାଣୀ କମଲାପତି ସ୍ପେଶାଲ ଟ୍ରେନ୍ (16.06.24)
12377 ସିଆଲଦା- ନ୍ୟୁ ଅଲିପୁରଦ୍ୱାର ପଦାତିକ ଏକ୍ସପ୍ରେସ (16.06.24)
06105 ନାଗରକୋଏଲ୍ ଜଙ୍କସନ-ଡିବ୍ରୁଗଡ ​​ସ୍ପେଶାଲ୍ (14.06.24)
20506 ନୂଆଦିଲ୍ଲୀ-ଦିବ୍ରୁଗଡ ରାଜଧାନୀ ଏକ୍ସପ୍ରେସ (16.06.24)
12424 ନୂଆଦିଲ୍ଲୀ- ଦିବ୍ରୁଗଡ ରାଜଧାନୀ ଏକ୍ସପ୍ରେସ, (16.06.24)
22301 ହାୱରା-ନ୍ୟୁ ଜଲପାଇଗୁଡି ବନ୍ଦେ ଭାରତ ଏକ୍ସପ୍ରେସ (17.06.24)
12346 ଗୁଆହାଟି- ହାୱଡା ସରୟାଘାଟ ଏକ୍ସପ୍ରେସ, (17.06.24)
12505 କାମାକ୍ଷା ଆନନ୍ଦ ବିହାର ନର୍ଥ-ଇଷ୍ଟ ଏକ୍ସପ୍ରେସ (17.06.24)
12510 ଗୁଆହାଟି- ବେଙ୍ଗାଲୁରୁ ଏକ୍ସପ୍ରେସ, (17.06.24)
22302 ନ୍ୟୁ ଜଲପାଇଗୁଡି- ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ (17.06.24)
15620 କାମାକ୍ଷା-ଗୟା ଏକ୍ସପ୍ରେସ (17.06.24)
15962 ଦିବ୍ରୁଗଡ-ହାୱଡା କାମରୁପ ଏକ୍ସପ୍ରେସ (17.06.24)
15636 ଗୁଆହାଟି-ଓଖା ଏକ୍ସପ୍ରେସ (17.06.24)
15930 ନ୍ୟୁ ତିନସୁଖିଆ-ତାମ୍ବରମ୍ ଏକ୍ସପ୍ରେସ୍ (17.06.24)
13148 ବାମନହାଟ-ସିଆଲଦା ଉତ୍ତର ବଙ୍ଗା ଏକ୍ସପ୍ରେସ (17.06.24)
22504 ଦିବ୍ରୁଗଡ-କନ୍ୟାକୁମାରୀ ଏକ୍ସପ୍ରେସ୍ (17.06.24)

 

ରେଳ ଅଧିକାରୀ କହିଛନ୍ତି ଯେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ କଷ୍ଟସାଧ୍ୟ ହୋଇପଡିଛି। ଦୁର୍ଘଟଣା ପରେ ରିଲିଫ୍ କାର୍ଯ୍ୟର ତଦାରଖ କରିବାକୁ ସୋମବାର ଦିନ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୀଡିତମାନଙ୍କ ପାଇଁ ଅନୁଗ୍ରହ ରାଶି ଘୋଷଣା କରିଛନ୍ତି। X ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଟଙ୍କା ଓ ନାବାଳକ ଆହତଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ।

ଅଗରତାଲା ଠାରୁ ସିଆଲଦା ଯାଉଥିଲା ଟ୍ରେନ୍ 
ରେଳ ଅଧିକାରୀ କହିଛନ୍ତି ଯେ ୧୩୧୭୪ କଞ୍ଚନଜଙ୍ଗା ଏକ୍ସପ୍ରେସ  ଅଗରତାଲା ଠାରୁ ସିଆଲଦା ଅଭିମୁଖେ ଯାଉଥିଲା ବେଳେ ସକାଳ ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ରେଳ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଅବଶିଷ୍ଟ ଯାତ୍ରୀଙ୍କୁ ନେଇ ପ୍ରଭାବିତ କୋଚମାନଙ୍କ ସହ କଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାକୁ ଯାତ୍ରା କରିବା ଆରମ୍ଭ କରିଛି।

Read More
{}{}