Hindi News >>Home >>Odisha Trending

Republic Day 2025: ୩୧ ସିବିଆଇ ଅଧିକାରୀଙ୍କୁ ସେବା ମେଡାଲ୍‍, ଓଡ଼ିଶାରୁ ୨

Republic Day 2025: ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ଥିବା ଅଧିକାରୀ ଓ ସିବିଆଇ କର୍ମଚାରୀମାନେ ହେଲେ.ଉତ୍ତରପୂର୍ବାଞ୍ଚଳ ସିବିଆଥ ନିର୍ଦ୍ଦେଶକ ଡି ଶ୍ରୀନିବାସ ବର୍ମା, ସିବିଆଇ ନୀତି ନିର୍ଦ୍ଧାରଣ ଆଇଜି ତେଜପାଲ ସିଂହ, ହେଡ୍‍ ଅଫିସ ଡିଏସ୍‍ପି ନରେଶ କୁମାର, ଜୟପୁର ସବ୍‍ଇନ୍ସପେକ୍ଟର ଭାନୀ ସିଂହ ରାଠୋର ଏବଂ ଏଏସ୍‍ଆଇ ଆଇକୋଦନ ବାଲାକ୍ରିଷ୍ଣନନ୍‍।

Advertisement
Republic Day 2025: ୩୧ ସିବିଆଇ ଅଧିକାରୀଙ୍କୁ ସେବା ମେଡାଲ୍‍, ଓଡ଼ିଶାରୁ ୨
Zee Odisha Desk|Updated: Jan 25, 2025, 12:08 PM IST
Share

Republic Day 2025: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ କାର୍ଯ୍ୟ କରି ଉଲ୍ଲେଖନୀୟ ଅବଦାନ ରକ୍ଷା କରିଥିବା ୩୧ ଜଣଙ୍କୁ ଉଲ୍ଲେଖନୀୟ ସଫଳତା ପାଇଁ ସେବା ପଦକ ପ୍ରଦାନ କରାଯିବ। ଏଥିରୁ ୬ଜଣଙ୍କୁ ରାଷ୍ଟ୍ରପତି ପୁଲିସ ମେଡାଲ୍‍ ପ୍ରଦାନ କରାଯିବାକୁ ଘୋଷଣା ରାଯାଇଥିବାବେଳେ  ୨୫ ଜଣଙ୍କୁ ପୁଲିସ ମେଡାଲ୍‍ ପ୍ରଦାନ କରାଯିବ। 

ଗୃହମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ  ସିବିଆଇ ପୂର୍ବାଞ୍ଚଳ ଜୋନରେ କାର୍ଯ୍ୟରତ  ୧୯୯୯ ଓଡ଼ିଶା କ୍ୟାଡର ଆଇପିଏସ୍‍ ଘନଶ୍ୟାମ ଉପାଧ୍ୟାୟଙ୍କୁ ରାଷ୍ଟ୍ରପତି ପୁଲିସ ପଦକରେ ସମ୍ମାନୀତ କରାଯିବ। ସେହିପରି ୨୦୦୬ ବ୍ୟାଚ୍‍ ଓଡ଼ିଶା କ୍ୟାଡର ଆଇପିଏସ୍‍ ସୁଧା ସିଂହଙ୍କୁ ଉଲ୍ଲେଖନୀୟ ଅବଦାନ ଲାଗି ପୁଲିସ ପଦକ ପ୍ରଦାନ କରାଯିବ। ଶ୍ରୀମତୀ ସିଂହ ଏବଂ ନୂଆଦିଲ୍ଲୀରେ ସିବିଆଇ ଡିଆଜି ଭାବେ କାର୍ଯ୍ୟ କରୁଛନ୍ତି। 

ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ଥିବା ଅଧିକାରୀ ଓ ସିବିଆଇ କର୍ମଚାରୀମାନେ ହେଲେ.ଉତ୍ତରପୂର୍ବାଞ୍ଚଳ ସିବିଆଥ ନିର୍ଦ୍ଦେଶକ ଡି ଶ୍ରୀନିବାସ ବର୍ମା, ସିବିଆଇ ନୀତି ନିର୍ଦ୍ଧାରଣ ଆଇଜି ତେଜପାଲ ସିଂହ, ହେଡ୍‍ ଅଫିସ ଡିଏସ୍‍ପି ନରେଶ କୁମାର, ଜୟପୁର ସବ୍‍ଇନ୍ସପେକ୍ଟର ଭାନୀ ସିଂହ ରାଠୋର ଏବଂ ଏଏସ୍‍ଆଇ ଆଇକୋଦନ ବାଲାକ୍ରିଷ୍ଣନନ୍‍।

Read More
{}{}