Home >>Odisha Trending

Lok Sabha Session: ଲୋକସଭାର ସ୍ୱତନ୍ତ୍ର ଅଧିବେଶନର ଷଷ୍ଠ କାର୍ଯ୍ୟଦିବସ, ନିଟ୍ ପେପର ଲିକ୍‍ ପ୍ରସଙ୍ଗକୁ ନେଇ ହୋଇପାରେ ହଟ୍ଟଗୋଳ!

Lok Sabha Session: ସରକାରଙ୍କ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ା କଡ଼ି ଭାବେ ପାଳନ କରିବାକୁ ନିୟମ କରାଯାଇଛି। ଏହିକ୍ରମରେ ଉଲ୍ଲଂଘନକାରୀଙ୍କୁ ୧୦ ବର୍ଷର ଦଣ୍ଡ ସହ ୧ କୋଟି ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି କଂଗ୍ରେସ ଦାବି କରିଥିଲା। 

Advertisement
Lok Sabha Session: ଲୋକସଭାର ସ୍ୱତନ୍ତ୍ର ଅଧିବେଶନର ଷଷ୍ଠ କାର୍ଯ୍ୟଦିବସ, ନିଟ୍ ପେପର ଲିକ୍‍ ପ୍ରସଙ୍ଗକୁ ନେଇ ହୋଇପାରେ ହଟ୍ଟଗୋଳ!
Priyambada Rana|Updated: Jul 01, 2024, 09:18 AM IST
Share

Lok Sabha Session: ଆଜି ଲୋକସଭାର ସ୍ୱତନ୍ତ୍ର ଅଧିବେଶନର ଷଷ୍ଠ କାର୍ଯ୍ୟଦିବସ। ପୂର୍ବ ନିର୍ଦ୍ଧାରଣ ଅନୁସାରେ ଆଜି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଆରମ୍ଭ ପାଇଁ ଶାସକ ଦଳ ପ୍ରସ୍ତାବ ଆଗତ କରିପାରନ୍ତି। ଶୁକ୍ରବାର ଏହି କାର୍ଯ୍ୟକ୍ରମ ଥିଲେ ମଧ୍ୟ ବିରୋଧୀ ଦଳ ନିଟ୍‍ ପେପର ଲିକ୍‍ ପ୍ରସଙ୍ଗକୁ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା କରିବା ଲାଗି ଜିଦ୍‍ ଧରିବାରୁ ଗୃହର କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା। ଆଜି ମଧ୍ୟ ସମାନ ଆକାରରେ ଗୃହରେ ହଟ୍ଟଗୋଳ ଦେଖାଯାଇପାରେ।

ସରକାରଙ୍କ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ା କଡ଼ି ଭାବେ ପାଳନ କରିବାକୁ ନିୟମ କରାଯାଇଛି। ଏହିକ୍ରମରେ ଉଲ୍ଲଂଘନକାରୀଙ୍କୁ ୧୦ ବର୍ଷର ଦଣ୍ଡ ସହ ୧ କୋଟି ଟଙ୍କାର ଜରିମାନା ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ଲାଗି କଂଗ୍ରେସ ଦାବି କରିଥିଲା। ସାଂସଦ ରାହୁଲ ଗାନ୍ଧି ଏହି ଅନିୟମିତତା ଲାଗି ଶିକ୍ଷାମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଥିଲା। ଏହି ଅଧିବେଶନ ଜୁଲାଇ ୩ ତାରିଖରେ ଶେଷ ହେବ। ପୁଣିଥରେ ଜୁଲାଇ ୨୨ ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହେବା ସମ୍ଭାବନା ରହିଛି।

ବିରୋଧି ଦଳ ନେତାମାନେ  ଏକ ବୈଠକରେ ଏକତ୍ରିତ ହୋଇ  ଏହି ନିଷ୍ପତ୍ତି ନେଇଥିବା  କଂଗ୍ରେସ୍ ସାଧାରଣ ସମ୍ପାଦକ ଜୟରାମ୍ ରମେଶ କହିଛନ୍ତି।  ସରକାର ଏହାର ମୁକାବିଲା ଲାଗି ପ୍ରସ୍ତୁତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି।  ସୂଚନାଯୋଗ୍ୟ , ନିଟ୍ ପେପର ଲିକ୍ ଘଟଣାରେ ସିବିଆଇ ତଦନ୍ତ କରାଯାଉଛି।

Read More
{}{}