Home >>Odisha Trending

VK Pandian: ପାଣ୍ଡିଆନ୍‍ଙ୍କ ସୁରକ୍ଷାରେ ୭୪ ଜଣ ପୁଲିସ

VK Pandian: ଏହି ଚିଠି ଅନୁସାରେ ଶ୍ରୀ ପାଣ୍ଡିଆନ୍‍ଙ୍କୁ ଘରେ ଏବଂ ବାହାରେ ସୁରକ୍ଷା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ତାଙ୍କ ଘରେ ଦୁଇ ଜଣ ସଶସ୍ତ୍ର ପୁଲିସଙ୍କୁ ମୁତ୍ତୟନ କରାଯାଇଛି। ଏହାଙ୍କ ସହ ୧୧ଜଣ ହାବିଲ୍‍ଦାର ବାଟାଲିୟନ ପକ୍ଷରୁ ନିୟୋଜିତ କରାଯାଇଛି।   

Advertisement
VK Pandian: ପାଣ୍ଡିଆନ୍‍ଙ୍କ ସୁରକ୍ଷାରେ ୭୪ ଜଣ ପୁଲିସ
Rasmita Sahoo|Updated: Mar 29, 2024, 01:50 PM IST
Share

VK Pandian: ରାଜ୍ୟ ସରକାରଙ୍କ 5ଟି ଓ ନୂଆ ଓଡ଼ିଶା ଅଧ୍ୟକ୍ଷ ତଥା ବିଜେଡିର ମୁଖ୍ୟ ରଣନୀତିକାର ଭିକେ ପାଣ୍ଡିଆନ୍‍ଙ୍କ(VK Pandian) ସୁରକ୍ଷାରେ ୭୪ଜଣ ପୁଲିସ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏହା ସହ ଗୋଟିଏ ପୁଲିସ ଗାଡ଼ି ମଧ୍ୟ ତାଙ୍କ ସୁରକ୍ଷା କାର୍ଯ୍ୟରେ ସ୍ୱତନ୍ତ୍ର ଭାବେ ନିୟୋଜିତ ରହିଛି। କମିଶନରେଟ୍‍ ପୁଲିସ ପକ୍ଷରୁ ଏସବୁ ବ୍ୟବସ୍ଥା କରାଯାଇଥିବା ରିଜର୍ଭ ପୁଲିସ ଇନ୍ସପେକ୍ଟର ସୂଚନା ଦେଇଛନ୍ତି। 

ସୂଚନା ଅଧିକାର ଆଇନ ବଳରେ ପ୍ରକାଶ ଚନ୍ଦ୍ର ଦାସଙ୍କ ଦ୍ୱାରା ମଗାଯାଇଥିବା ସୂଚନା ଆବେଦନକୁ କେନ୍ଦ୍ର କରି ଏହି ତଥ୍ୟ ରଖିଛି କମିଶନରେଟ୍‍ ପୁଲିସ। ମାର୍ଚ୍ଚ ୧୧ ତାରିଖରେ ପ୍ରଦାନ କରାଯାଇଥିବା ଏହି ଚିଠି ଅନୁସାରେ ଶ୍ରୀ ପାଣ୍ଡିଆନ୍‍ଙ୍କୁ ଘରେ ଏବଂ ବାହାରେ ସୁରକ୍ଷା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ତାଙ୍କ ଘରେ ଦୁଇ ଜଣ ସଶସ୍ତ୍ର ପୁଲିସଙ୍କୁ ମୁତ୍ତୟନ କରାଯାଇଛି। ଏହାଙ୍କ ସହ ୧୧ଜଣ ହାବିଲ୍‍ଦାର ବାଟାଲିୟନ ପକ୍ଷରୁ ନିୟୋଜିତ କରାଯାଇଛି। 

ଖାଲି ସେତିକି ନୁହେଁ, ତାଙ୍କ ଘରେ ବାଟାଲିୟନ ପକ୍ଷରୁ ୫୦ ଏବଂ ଜିଲ୍ଲା ପୁଲିସ ପକ୍ଷରୁ ୩ ଜଣ କନଷ୍ଟେବଳ ଏବଂ ସିପାହୀ ନିୟୋଜିତ କରାଯାଇଛି।  ଚାରିଜଣ ମହିଳା ପୁଲିସ ବି ତାଙ୍କ ଘରେ ନିୟୋଜିତ ରହି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରୁଥିବା ଏହି ସୂଚନା ଚିଠିରେ ଦର୍ଶାଯାଇଛି। 

ପୁଣି ଶ୍ରୀ ପାଣ୍ଡିଆନ୍‍ ଯେତେବେଳେ ବାହାରକୁ ଯାଉଛନ୍ତି ତାଙ୍କୁ ସୁରକ୍ଷା ଦେବା ଲାଗି ତଥା ତାଙ୍କ ଗାଡ଼ିକୁ ସୁରକ୍ଷା ଦେବା ଲାଗି ଜଣେ ହାବିଲଦାର, ୩ଜଣ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି। ସମୁଦାୟ ହିସାବ କଲେ ସୁରକ୍ଷା କାର୍ଯ୍ୟରେ ୨ ଜଣ ସଶସ୍ତ୍ର ପୁଲିସ ସହ ୧୨ ଜଣ ହାବିଲଦାର, ୫୬ ଜଣ କନଷ୍ଟବଳ ଏବଂ ୪ଜଣ ମହିଳା କନଷ୍ଟେବଳ ନିୟୋଜିତ ହୋଇଛନ୍ତି।

Also Read: 

Odisha Politics: ବିଜେଡିରେ ଯୋଗ ଦେବେ ପ୍ରକାଶ ଓ ସୁରେନ୍ଦ୍ର !

Read More
{}{}