Home >>Odisha Trending

7th Pay Commission News: କେନ୍ଦ୍ର କର୍ମଚାରୀଙ୍କ DA ବୃଦ୍ଧିକୁ ନେଇ ବଡ଼ ଖବର, ଏହି ଦିନ ସରକାର କରିପାରନ୍ତି ଘୋଷଣା!

7th Pay Commission News: କିଛି ମିଡିଆ ରିପୋର୍ଟ ଦାବି କରୁଛି ଯେ DA ବୃଦ୍ଧି ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ। ସୂତ୍ରରୁ ପ୍ରକାଶ ଯେ ହରିୟାଣା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ସରକାର ଡିଏରେ ବୃଦ୍ଧି ଘୋଷଣା କରିପାରନ୍ତି। ସରକାର ଆଶା କରୁଛନ୍ତି ଯେ ଏପରି ସମୟରେ ଡିଏ ବୃଦ୍ଧି କରି ଏହାର ଲାଭ ଉଠାଯାଇପାରିବ। ଅକ୍ଟୋବର ୧ରେ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି।

Advertisement
7th Pay Commission News: କେନ୍ଦ୍ର କର୍ମଚାରୀଙ୍କ DA ବୃଦ୍ଧିକୁ ନେଇ ବଡ଼ ଖବର, ଏହି ଦିନ ସରକାର କରିପାରନ୍ତି ଘୋଷଣା!
Priyambada Rana|Updated: Sep 05, 2024, 03:31 PM IST
Share

7th Pay Commission News: ଯଦି ଆପଣ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ କିମ୍ବା ଆପଣଙ୍କ ପରିବାରରେ କେହି କେନ୍ଦ୍ରୀୟ କର୍ମଚାରୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ତେବେ ଆଶା କରାଯାଉଥିଲା ଯେ ସେପ୍ଟେମ୍ବର ପ୍ରଥମ ରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ କେନ୍ଦ୍ରୀୟ କର୍ମଚାରୀମାନେ ଜୁଲାଇ ୧ ରୁ ଡିଏ ବୃଦ୍ଧି ପାଇବେ। କିନ୍ତୁ କିଛି ମିଡିଆ ରିପୋର୍ଟ ଦାବି କରୁଛି ଯେ DA ବୃଦ୍ଧି ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିପାରେ। ସୂତ୍ରରୁ ପ୍ରକାଶ ଯେ ହରିୟାଣା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ସରକାର ଡିଏରେ ବୃଦ୍ଧି ଘୋଷଣା କରିପାରନ୍ତି। ସରକାର ଆଶା କରୁଛନ୍ତି ଯେ ଏପରି ସମୟରେ ଡିଏ ବୃଦ୍ଧି କରି ଏହାର ଲାଭ ଉଠାଯାଇପାରିବ। ଅକ୍ଟୋବର ୧ରେ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି।

ନିର୍ବାଚନ ହେତୁ ଏହାକୁ ଟିକେ ଶୀଘ୍ର ଘୋଷଣା କରାଯାଇପାରେ:

ଯଦି ଆମେ ଗତ କିଛି ବର୍ଷ ମଧ୍ୟରେ DA ବୃଦ୍ଧିର ଇତିହାସକୁ ଦେଖିବା, ତେବେ ଏହି ଘୋଷଣା ପ୍ରତିବର୍ଷ ଦିପାବଳୀର ପ୍ରଥମ ସପ୍ତାହରେ କିମ୍ବା ଦିପାବଳୀର ୧୫ ଦିନ ପୂର୍ବରୁ କରାଯାଇଥାଏ। କିନ୍ତୁ ଏଥର ନିର୍ବାଚନ ହେତୁ ଏହା ଟିକେ ଶୀଘ୍ର ହୋଇପାରେ। କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଡିଏ ବୃଦ୍ଧି ସେପ୍ଟେମ୍ବର ଶେଷ ସପ୍ତାହରେ କେନ୍ଦ୍ର ଦ୍ୱାରା ଘୋଷଣା କରାଯିବାର ସମ୍ଭାବନା ରିହିଛି। ଏଥର ଅବସରପ୍ରାପ୍ତ କର୍ମଚାରୀ ଏବଂ ପେନସନଭୋଗୀମାନେ DA ଏବଂ DR ରେ 4% ପର୍ଯ୍ୟନ୍ତ ବୃଦ୍ଧି ପାଇପାରନ୍ତି। ଯଦି ଅକ୍ଟୋବର ଆରମ୍ଭରେ ବିଧାନସଭା ନିର୍ବାଚନ ହୋଇନଥାନ୍ତା, ତେବେ ଅକ୍ଟୋବରରେ ଡିଏ ଘୋଷଣା କରାଯାଇଥାନ୍ତା। ସରକାର ପ୍ରତିବର୍ଷ ଦୁଇଥର DA ବୃଦ୍ଧି ଘୋଷଣା କରିଥାନ୍ତି।

ଦୀପାବଳିରେ ସାଧାରଣତଃ DA ଘୋଷଣା କରାଯାଇଥାଏ:

ସାଧାରଣତଃ ଜୁଲାଇ ପାଇଁ ଡିଏ ଦିପାବଳୀ ସମୟରେ ଏବଂ ଜାନୁଆରୀ ପାଇଁ ଡିଏ ମାର୍ଚ୍ଚ ମାସରେ ଘୋଷଣା କରାଯାଇଥାଏ | ଯଦି ସେପ୍ଟେମ୍ବର ଶେଷ ସୁଦ୍ଧା ଡିଏ ସମ୍ବନ୍ଧରେ ଘୋଷଣା କରାଯାଏ, ତେବେ କର୍ମଚାରୀ ଏବଂ ପେନସନଭୋଗୀମାନେ ଅକ୍ଟୋବର ମାସ ପାଇଁ ଦରମା / ପେନ୍ସନ୍ ବୃଦ୍ଧି କାର୍ଯ୍ୟକାରୀ ହେବାର ଆଶା କରିପାରନ୍ତି। ଏହାର ଅର୍ଥ ହେଉଛି କର୍ମଚାରୀମାନେ ତିନିମାସ ଅର୍ଥାତ୍ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବକେୟା ପାଇବେ। ଏଥର DA ର ବୃଦ୍ଧି ୩ ରୁ ୪ ପ୍ରତିଶତ ମଧ୍ୟରେ ହେବ ବୋଲି ଆଶା କରାଯାଉଛି। ମହଙ୍ଗା ଭତ୍ତା ପାଇଁ ସମ୍ପୃକ୍ତ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମହଙ୍ଗ ଭତ୍ତା ଦିଆଯାଇଥାଏ।

Read More
{}{}