Home >>Odisha Trending

Divorce Reason: ବିବାହର ୭୭ ବର୍ଷ ପରେ ପତ୍ନୀଙ୍କୁ ଛାଡପତ୍ର ଦେଲେ ୯୯ ବର୍ଷର ବ୍ୟକ୍ତି, ଜାଣନ୍ତୁ କାରଣ

Why marriages fail: ବିବାହ ଏପରି ଏକ ସମ୍ପର୍କ ଯେଉଁଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ । ଅନେକ ସମୟରେ ପ୍ରତାରଣା ବିବାହ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଏହି କାରଣ ପାଇଁ ଅଧିକାଂଶ ସମୟରେ ଛାଡପତ୍ର ଆଡକୁ କଥା ବଢିଥାଏ ।

Advertisement
Divorce Reason: ବିବାହର ୭୭ ବର୍ଷ ପରେ ପତ୍ନୀଙ୍କୁ ଛାଡପତ୍ର ଦେଲେ ୯୯ ବର୍ଷର ବ୍ୟକ୍ତି, ଜାଣନ୍ତୁ କାରଣ
Soubhagya Ranjan Mishra|Updated: Mar 03, 2024, 08:43 PM IST
Share

Marriage and Divorce: ପ୍ରତ୍ୟେକ ଧର୍ମରେ ବିବାହକୁ ଏକ ପବିତ୍ର ଉତ୍ସବ ବୋଲି ବିବେଚନା କରାଯାଇଥାଏ । ବିଭିନ୍ନ ଧର୍ମରେ ବିଭିନ୍ନ ପ୍ରକାରର ରୀତିନୀତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । ବିବାହ ସମୟ ମଧ୍ୟରେ ସ୍ୱାମୀ-ସ୍ତ୍ରୀ ଉଭୟେ ଅନେକ ପ୍ରତିଜ୍ଞା ନେଇଥାନ୍ତି । ସେମାନେ ପରସ୍ପରଙ୍କୁ କିଛି ଲୁଚାଇବା ଉଚିତ ନୁହେଁ ବୋଲି ମଧ୍ୟ ପ୍ରତିଜ୍ଞା ନେଇଥାନ୍ତି । ଯେତେବେଳେ ବିବାହ ପରେ ଜଣେ ସାଥୀ ଏହି ପ୍ରତିଜ୍ଞା ପାଳନ କରିବାରେ ଅସମର୍ଥ ହୋଇପଡନ୍ତି ସେତେବେଳେ ଅନ୍ୟ ସାଥୀ ପ୍ରତି ଏହା ବିଶ୍ୱାସଘାତକତା ପରି କଥା ହୋଇଥାଏ ।

ଆମେ ଆପଣଙ୍କୁ ଏପରି ଏକ ବିବାବ ବିଚ୍ଛେଦ କାହାଣୀ ବିଷୟରେ କହିବୁ ଯାହା ୨୦୧୧ ରେ ଘଟିଥିଲା ​​। ଇଟାଲୀରେ ରହୁଥିବା ୯୯ ବର୍ଷିୟ ଆଣ୍ଟୋନିଓ, ତାଙ୍କର ୯୬ ବର୍ଷିୟା ପତ୍ନୀଙ୍କୁ ବିବାହ କରିବାର ୭୭ ବର୍ଷ ପରେ ଛାଡପତ୍ର ଦେଇଥିଲେ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଏହା ସତ । ଆଣ୍ଟୋନିଓ ଜାଣିବାକୁ ପାଇଥିଲେ ଯେ, ୬୦ ବର୍ଷ ପୂର୍ବେ ତାଙ୍କ ପତ୍ନୀଙ୍କର ପ୍ରେମ ସମ୍ପର୍କ ଥିଲା। ଖ୍ରୀଷ୍ଟମାସର କିଛି ଦିନ ପୂର୍ବରୁ ଆଣ୍ଟୋନିଓଙ୍କୁ ଏକ ଚିଠି ମିଳିଥିଲା । ୧୯୪୦ ର ଏକ ପ୍ରେମ ଚିଠି ପଢି ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପତ୍ନୀ ପୂର୍ବରୁ ପ୍ରେମ ସମ୍ପର୍କରେ ଥିଲେ । ଚିଠିରେ ପତ୍ନୀଙ୍କ ନାମ ମଧ୍ୟ ଲେଖାଯାଇଥିଲା । ଯେତେବେଳେ ଏହି କଥାକୁ ଇନଷ୍ଟାଗ୍ରାମ ଆକାଉଣ୍ଟ ଫ୍ୟାକ୍ସ ଡେଲିରେ ସେୟାର କରାଯାଇଥିଲା ସେତେବେଳେ ଅନେକ ଲୋକ ଆଣ୍ଟୋନିଓଙ୍କ ନିଷ୍ପତ୍ତି ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । କିଛି ବ୍ୟକ୍ତି ତାଙ୍କୁ ପାଗଳ କହିବାକୁ ବି ପଛାଇଲେ ନାହିଁ ।

Post- 

 
 
 
 

 
 
 
 
 
 
 
 
 
 
 

A post shared by Factsdailyy (@factsdailyy)

ଏହି ପୋଷ୍ଟ ପଢିବା ପରେ ଅଧିକାଂଶ ଲୋକ ଭାବିବେ ଯେ, ଆଣ୍ଟୋନିଓ କେବଳ ତାଙ୍କ ଅତୀତର ପ୍ରେମ ସମ୍ପର୍କ କାରଣରୁ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । ସେମାନେ ଏକାଠି ବିତାଇଥିବା ୭୭ ବର୍ଷର ସମ୍ପର୍କକୁ ଗୁରୁତ୍ୱ ଦେଇନଥିଲେ । କିନ୍ତୁ ସତ ଏହା ଯେ, ସେମାନଙ୍କ ଛାଡପତ୍ର ହେବାର କାରଣ ହେଉଛି ତାଙ୍କ ପତ୍ନୀ ଗୋଟିଏ କଥା ତାଙ୍କୁ ଲୁଚାଇଥିଲେ । ଯାହା ଆଣ୍ଟୋନିଓଙ୍କର ଜାଣିବାର ଅଧିକାର ଥିଲା ।

ବିବାହର ୧୦ ବର୍ଷ ପରେ ଯେତେବେଳେ ଆପଣ ଜାଣିବେ ଯେ, ଆପଣଙ୍କ ସାଥୀ ପ୍ରତିଦିନ କାହାକୁ ସାକ୍ଷାତ କରୁଛନ୍ତି ତେବେ ମନରେ ସନ୍ଦେହ ସୃଷ୍ଟି ହେବା ସ୍ୱଭାବିକ ।ଯେତେବେଳେ ଏପରି ଘଟେ ସେତେବେଳେ ଏକାଠି ବିତାଇଥିବା ସମସ୍ତ ମୁହୂର୍ତ୍ତ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ଏହା ମଧ୍ୟ ଅନୁଭବ ହୋଇଥାଏ ଯେ, ସାଥୀ ପ୍ରତି ଏହା ଛଳନା କରାଯାଉଛି ।

ଏଥିରେ କୌଣସି ସନ୍ଦେହ ନାହିଁ ଯେ, କିଛି ପତି-ପତ୍ନୀ ଉଭୟେ କରିଥିବା ଭୁଲ ପାଇଁ ପରସ୍ପରକୁ କ୍ଷମା କରିଦିଅନ୍ତି । ନିଜ ସାଥୀ ଦ୍ୱାରା ପ୍ରତାରିତ ହେବା ପରେ ମଧ୍ୟ ସାଥୀକୁ ସୁଧାରିବା ପାଇଁ ଦ୍ୱିତୀୟ ସୁଯୋଗ ଦିଅନ୍ତି । ବିବାହ ପରେ ଥରେ ବିଶ୍ୱାସ ଭାଙ୍ଗିଗଲେ ସମ୍ପର୍କ ଆଉ କେବେ ଗଢିବା ସମ୍ଭବ ହୋଇପାରେନି । ଗୋଟିଏ ସନ୍ଦେହ ସମ୍ପର୍କକୁ ଧୂଳିସାତ କରିଦେଇଥାଏ ।

Also Read- Ollywood News: ଚଳଚ୍ଚିତ୍ର ଯାଯାବର ୨.୦ ମାର୍ଚ୍ଚ ୧୫ରେ ଶୁଭମୁକ୍ତି

Also Read- ସପିଂ ମଲରେ ଅଘଟଣ, ସିଲିଂ ଖସି ୨ଜଣଙ୍କ ମୃତ୍ୟୁ

Read More
{}{}