Hindi News >>Home >>Odisha Trending

Bike Challan: ବାଇକରେ ସୁପରମ୍ୟାନ୍ ପରି ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ୨୦୦୦୦ ଟଙ୍କା ଚାଲାଣ କାଟିଲା ପୋଲିସ

Bike Challan News: ଜଣେ ଯୁବକଙ୍କୁ ରାସ୍ତାରେ ଷ୍ଟଣ୍ଟ କରିବାର ସଉକ ଏତେ ମହଙ୍ଗା ପଡ଼ିଲା ଯେ ପୋଲିସ ତାଙ୍କୁ ନିୟମ ଉଲ୍ଲଂଘନ କରିବା ନେଇ ୨୦,୦୦୦ ଟଙ୍କାର ମୋଟା ଜରିମାନା କରିଛି। ବର୍ତ୍ତମାନ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।

Advertisement
Bike Challan News
Bike Challan News
Jagdish Barik|Updated: Mar 04, 2025, 08:42 PM IST
Share

Bike Challan News: ବର୍ତ୍ତମାନ ସମୟରେ ଯୁବକମାନେ ଭାଇରାଲ ହେବା ପାଇଁ ପ୍ରତିଦିନ ଅଜବ ଅଜବ କାମ କରୁଛନ୍ତି। ଯାହା ଯୋଗୁଁ ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛ। ଉତ୍ତର ପ୍ରେଦଶର  ହାପୁରରୁ ଏହି ନୂତନ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବକଙ୍କୁ ସୁପରମ୍ୟାନ ପୋଜରେ ବାଇକ୍ ଚଲାଉଥିବାର ଦେଖିବାକୁ ମିଳିଥିଲା। ଯଦିଓ ରାସ୍ତାରେ ଷ୍ଟଣ୍ଟ କରିବାର ତାଙ୍କର ସଉକ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଭିଡିଓଟି ଭାଇରାଲ ହେବା ପରେ ପୋଲିସ ୨୦,୦୦୦ ଟଙ୍କାର ଏକ ମୋଟା ଅଙ୍କର ଚାଲାଣ କାଟିଥିଲା। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।

ଏହି ମାମଲାଟି ନ୍ୟୁ ଶିବପୁରୀ ଅଞ୍ଚଳର ଅଟେ। ଯେଉଁଠାରେ ଜଣେ ଯୁବକ ବାଇକ୍ ଉପରେ ଶୋଇ ପଡ଼ି ହାତ ଉଠାଇ ସୁପରମ୍ୟାନ୍ ପରି ଏକ ଷ୍ଟଣ୍ଟ୍ କରିଥିଲେ। କେହି ଜଣେ ଏହାର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ଭିଡିଓଟି କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ମାମଲାଟି ପୋଲିସ ପାଖରେ ପହଞ୍ଚିବା ପରେ ବାଇକ ଚାଳକଙ୍କ ଉପରେ ୨୦,୦୦୦ ଟଙ୍କାର ଚାଲାଣ କଟାଯାଇଥିଲା। ଏହା ସହିତ ଏବେ ଯୁବକଙ୍କୁ ଖୋଜିବା ମଧ୍ୟ ଆରମ୍ଭ ହୋଇଛି।

ଟ୍ରାଫିକ୍ ଇନଚାର୍ଜ ଛଭିରାମ କହିଛନ୍ତି, "ତଦନ୍ତ ସମୟରେ ବାଇକଟି ବରୁଣ କୁମାରଙ୍କ ନାମରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଥିଲା। ବର୍ତ୍ତମାନ ଚାଲାଣ ପ୍ରସ୍ତୁତ ହୋଇସାରିଛି। ଟ୍ରାଫିକ୍ ଇନଚାର୍ଜ ସାଧାରଣ ଲୋକଙ୍କୁ ଷ୍ଟଣ୍ଟ କରୁଥିବା କିମ୍ବା ବିପଦପୂର୍ଣ୍ଣ ଗାଡି ଚାଳନା କରୁଥିବା ଲୋକଙ୍କ ବିଷୟରେ ସୂଚନା ଦେବାକୁ ମଧ୍ୟ କହିଛନ୍ତି। ଷ୍ଟଣ୍ଟ କରୁଥିବା ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ସହିତ ତାଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିବ।"

Read More
{}{}