Odisha News: ପୁରୀ: ପ୍ରତିବର୍ଷ ପୁରୀ ରଥଯାତ୍ରା ଭାରତର ଆଧ୍ୟାତ୍ମିକ ଦୃଶ୍ୟପଟ ପରିବର୍ତ୍ତନ କରି ବିଶ୍ୱର କୋଟି କୋଟି ଭକ୍ତଙ୍କୁ ଆକର୍ଷିତ କରିଥାଏ । ଚଳିତ ବର୍ଷ ଆଦାନୀ ଗ୍ରୁପ ଏବଂ ଇସ୍କନ ମଧ୍ୟରେ ଏକ ଅନନ୍ୟ ସହଯୋଗ ସ୍ଥାପନ ହୋଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସେବନ କରାଇବାର ଦାୟିତ୍ୱ ତୁଲାଇଥିଲେ । ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସେବା କରିବାର ଯେଉଁ ସରଳ ମନୋଭାବ ସୃଷ୍ଟି ହୋଇଥିଲା ତାହା ଶାରୀରିକ ଏବଂ ଆଧ୍ୟାତ୍ମିକ ସ୍ତରରେ ଏକ ହୃଦୟସ୍ପର୍ଶୀ ଅନୁଭୂତିରେ ପରିଣତ ହୋଇଥିଲା । ଗତ ୩ ଦିନ ହେଲା ରଥଯାତ୍ରାରେ ଆଦାନୀ ଗ୍ରୁପ ତଥା ଇସ୍କନର ମିଳିତ ସହଯୋଗରେ ଏହି ପ୍ରସାଦ ସେବା ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି ।
ଏହି ପ୍ରସାଦରେ ଅନ୍ନ, ଦହି ଭାତ, ରୁଟି, ପରିବା ତରକାରୀ, ଡାଲି, ପାୟସମ୍, ଗୁଲାବ୍ ଜାମୁନ, ଏବଂ ହାଲୱା ଆଦି ଅନ୍ତର୍ଭୁକ୍ତ ରହିଛି । ଏହା କେବଳ ଶ୍ରଦ୍ଧାଳୁମାନଙ୍କ ପେଟ ପୁରିବା ପାଇଁ ନୁହେଁ ବରଂ ଖରାରେ ଦୀର୍ଘ ବାଟ ଅତିକ୍ରମ କରି ଆସୁଥିବା ଲୋକଙ୍କ ପୁଷ୍ଟିକର ଆବଶ୍ୟକତାକୁ ମଧ୍ୟ ପୂରଣ କରିବାରେ ସାହାଯ୍ୟ କରିଥିଲା । ପ୍ରତ୍ୟେକ ଥାଳିରେ ପ୍ରାୟ ୭୦୦ ରୁ ୯୦୦ କ୍ୟାଲୋରୀ, ୨୦ ଗ୍ରାମରୁ ଅଧିକ ପ୍ରୋଟିନ ଏବଂ ଫାଇବର, ଭିଟାମିନ ଏବଂ ଅତ୍ୟାବଶ୍ୟକ ଖଣିଜ ତତ୍ତ୍ୱର ଏକ ପୌଷ୍ଟିକ ମିଶ୍ରଣ ବିତରଣ କରାଯାଇଥିଲା । ତାଳବଣିଆ ବସଷ୍ଟାଣ୍ଟଳ ପୁରୀ ରେଳ ଷ୍ଟେସନ, ଗୁଣ୍ଡିଚା ମନ୍ଦିର ନିକଟ, ସ୍ୱର୍ଗଦ୍ୱାର ଜଙ୍କସନ୍, ବଗଳା ଧର୍ମଶାଳା, ଦିଗବାରେଣୀ ପାର୍କିଂ ଏବଂ ଦୁଧୱାଲା ଧର୍ମଶାଳା ଭଳି ପ୍ରମୁଖ ସ୍ଥାନଗୁଡ଼ିକରେ ସ୍ୱେଚ୍ଛାସେବୀମାନେ ନମ୍ରତାର ସହ ସକାଳ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପରିବେଷଣ କରୁଛନ୍ତି ।
ଏହି ‘ପ୍ରସାଦ ସେବା’ରେ ସ୍ୱଚ୍ଛତା ଏବଂ ପରିବେଶଗତ ସଚେତନତା ପ୍ରତି ବିଶେଷ ଧ୍ୟନ ଦିଆଯାଇଥିବାରୁ ଆଦାନୀ ଗ୍ରୁପ ଓ ଇସ୍କନର ଏହି ମିଳିତ ପ୍ରୟାସକୁ ସମସ୍ତ ବର୍ଗରେ ପ୍ରଂଶସା କରାଯାଇଛି । ଖାଦ୍ୟ ପରିବେଷଣରେ କୌଣସି ପ୍ରକାର ଥର୍ମୋକୁଲ କିମ୍ବା ପ୍ଲାଷ୍ଟିକ୍ ର ବ୍ୟବହାର କରାଯାଇନଥିଲା ବେଳେ ଜୈବ ବିଘଟନଶୀଳ କାଗଜପ୍ଲେଟ୍ର ବ୍ୟବହାର କରାଯାଉଛି । ସ୍ୱେଚ୍ଛାସେବୀମାନେ ସେବା କରିବା ସମୟରେ ହାତରେ ଗ୍ଲୋଭ୍ସ ପିନ୍ଧିଥିଲେ ଏବଂ ଉପଯୁକ୍ତ ଅଳିଆ ନିଷ୍କାସନ ପାଇଁ ବଡ଼ ବଡ଼ ପଲିଥିନ ବ୍ୟାଗ୍ର ବ୍ୟବସ୍ଥା କରାଯାଇଥିଲା । କୌଣସି ଆଧ୍ୟାତ୍ମିକ ଅନୁଷ୍ଠାନ ଏବଂ ଦାୟିତ୍ୱବାନ ନିଗମଗୁଡ଼ିକ ଧାର୍ମିକ ରୀତିନୀତି ବ୍ୟତୀତ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଏକାଠି ହୋଇପାରିବେ ବୋଲି ଏହି ପ୍ରୟାସ ପ୍ରମାଣିତ କରିପାରିଛି । ସେବାର ଏକ ସ୍ୱରୂପ ଭାବେ ଖାଦ୍ୟ ବଣ୍ଟନ, ଆଦାନୀ ଓ ଇସ୍କନ ଆମକୁ ମନେ ପକାଇ ଦେଇଛନ୍ତି ଯେ ପ୍ରକୃତ ସମର୍ପଣ ନିଃସ୍ୱାର୍ଥପର ଭାବରେ ଅନ୍ୟମାନଙ୍କ ସେବା କରିବାରେ ନିହିତ ।
ଏହା କେବଳ ଏକ ଉତ୍ସବ ନ ଥିଲା- ଏହା ଭାରତର କାଳଜୟୀ ନୀତିର ଏକ ଜୀବନ୍ତ ପ୍ରତିଫଳନ ଥିଲା: ‘ସେବା ହେଉଛି ସର୍ବୋଚ୍ଚ ପୂଜା’ ।