Home >>Odisha Trending

ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କଲା ଭାରତୀୟ ଦୂତାବାସ

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ହିଂସା ବ୍ରିଟେନରେ ବ୍ୟାପିବାରେ ଲାଗିଛି। ଏଥିପାଇଁ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ସତର୍କ ରହିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି।

Advertisement
ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କଲା ଭାରତୀୟ ଦୂତାବାସ
Soubhagya Ranjan Mishra|Updated: Aug 06, 2024, 03:08 PM IST
Share

ନୂଆଦିଲ୍ଲୀ: ହତ୍ୟାକାଣ୍ଡରୁ ଲଣ୍ଡନରେ ଜାରି ରହିଥିବା ହିଂସାକାଣ୍ଡ ପାଇଁ ଲଣ୍ଡନରେ ରହୁଥିବା ବା ବୁଲିବାକୁ ଯାଉଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ହେଲପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ହିଂସା ବ୍ରିଟେନରେ ବ୍ୟାପିବାରେ ଲାଗିଛି। ଏଥିପାଇଁ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ସତର୍କ ରହିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି। ଏପରିକି ଯେଉଁମାନେ ବ୍ରିଟେନ ବା ଲଣ୍ଡନକୁ ବୁଲିବାକୁ ଆସୁଛନ୍ତି ସେମାନେ ସତର୍କତାର ସହିତ ଆସିବାକୁ ଦୂତାବାସ ପକ୍ଷରୁ ସୋସିଆଲ ମିଡି଼ଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛି। 

ଏଠାରେ କହି ରଖୁ ଏକ ସପ୍ତାହ ପୂର୍ବରୁ ବ୍ରିଟେନର ସାଉଥପୋର୍ଟରେ ଛୁରୀ ଆକ୍ରମଣରେ ତିନି ଝିଅଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର କୌଣସି ଚିହ୍ନ ଦେଖାଉ ନାହିଁ। ବିଭିନ୍ନ ସହରରେ ଅଗ୍ନିକାଣ୍ଡ ଓ ଦଙ୍ଗାର ଖବର ମଧ୍ୟରେ ପୋଲିସ ଅନେକ ଲୋକଙ୍କୁ ଅଟକ ରଖିଛି। ଏସବୁ ମଧ୍ୟରେ ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗ ବ୍ରିଟେନକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ କିଛି ଉପଦେଶ ଦେଇଛନ୍ତି।

Also Read- Raksha Bandhan 2024: ରକ୍ଷାବନ୍ଧନରେ ବିରଳ ସଂଯୋଗ, ଏହି ରାଶିରେ ବର୍ଷିବ ଶନିଦେବଙ୍କ କୃପା

Also Read- Shukra Gochar 2024: ଶୁକ୍ର ଏବଂ କେତୁଙ୍କ ପ୍ରଭାବରୁ ୩ ରାଶିର ଭାଗ୍ୟ ହେବ ପରିବର୍ତ୍ତନ

Read More
{}{}