Puri Srimandira: ସେବେ କାମିଆ ଯାନୀ ଆଉ ଏବେ ବଲିଉଡ ଡ୍ରିମ୍ ଗାର୍ଲ ହେମାମାଳିନୀ । ଗତ କିଛିଦିନ ତଳେ ବଲିଉଡର ଡ୍ରିମଗାର୍ଲ ଓଡ଼ିଶା ଗସ୍ତରେ ଆସିଥିଲେ। ଆଉ ଏହି କ୍ରମରେ ପୁରୀ ଶ୍ରୀମନ୍ଦିର ଯାଇଥିଲେ ହେମାମାଳିନୀ । ସେଠାରେ ମହାପ୍ରଭୁଙ୍କ ଦର୍ଶନ ସହ ସାନିଧ୍ୟ ଗ୍ରହଣ କରିଥିଲେ । ହେଲେ ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି । ଜଗନ୍ନାଥ ସେନା ଆବାହକ ପିକୁ ପଟ୍ଟନାୟକ ଆଜି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା କଥା, ଅଭିନେତ୍ରୀ ହେମାମାଳିନୀ ବଲିଉଡ ଲିଜେଣ୍ଡ ଅଭିନେତା ଧର୍ମେନ୍ଦ୍ରଙ୍କୁ ବିବାହ କରିବାକୁ ମୁସଲିମ ଧର୍ମ ଗ୍ରହଣ କରିଥିଲେ। ସେହି ବର୍ଷ ଥିଲା ୨୧ ଅଗଷ୍ଟ ୧୯୭୯ । ମୁସଲିମ୍ ଧର୍ମରେ ଜଣେ ମୌଲାନା ଏହି ବିବାହ କରାଇଥିଲେ ।
ତେବେ ସେହି ସମୟରେ ଧର୍ମେନ୍ଦ୍ରଙ୍କ ନାଁ ଥିଲା ଦିଲାବର ଖାଁ...ଓ ହେମାଙ୍କ ନାଁ ରଖାଯାଇଥିଲା ଆଇସା ବିଦି ଆର ଚକ୍ରବର୍ତ୍ତୀ । ଯେହେତୁ ଧର୍ମେନ୍ଦ୍ର ପ୍ରକୃତରେ ପୂର୍ବରୁ ବିବାହିତ ଥିଲେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ନଦେଇ ହେମାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେଥିପାଇଁ ଧର୍ମେନ୍ଦ୍ର ଧର୍ମ ପରିବର୍ତ୍ତନ କରି ହେମାଙ୍କ ହାତ ଧରିଥିଲେ କାରଣ ସେହି ଧର୍ମରେ ୪ପତ୍ନୀ ରଖିବାର ଅଧିକାର ରହିଛି । ତେଣୁ ପୁରୀ ସାଂସଦ ମଧ୍ୟ ଏ ଭୁଲ କରିଛନ୍ତି । ଆମ ଯୁଗ ସନାତନ ଧର୍ମ ରେ ପୁରୀ ଶ୍ରୀମନ୍ଦିରରେ କେବଳ ହିନ୍ଦୁ ମାନେ ପ୍ରବେଶ କରନ୍ତି । ହେଲେ ପୁରୀ ସାଂସଦ ସବୁ ଜାଣି ହେମାଙ୍କୁ ପ୍ରବେଶ କରାଇ ଦୋଳବେଦୀ ପାଖେ ଛାଡି ଚାଲିଗଲେ । କାରଣ ସମ୍ବିତ ଜାଣିଥିଲେ ହେମା ମୁସଲିମ। କାଳେ ଆଗକୁ ସମସ୍ୟା ଦେଖାଦେବ ଭାବି ସମ୍ବିତ ପଛଘୁଞ୍ଚା ଦେଇଥିଲେ । ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି।
ସେହିପରି ୨୦୨୩ ମସିହାରେ ବିଜେଡି ସରକାର ସମୟରେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ପାଇଁ ୟୁଟ୍ୟୁବର ଓ ଇନଫ୍ଲୁଏନସର କାମିଆ ଯାନୀ ଙ୍କୁ ପାଣ୍ଡିଆନ ଶ୍ରୀମନ୍ଦିରରେ ପ୍ରବେଶ କରାଇଥିଲେ। ତେବେ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଯାନୀ ଗୋମାଂସ ଖାଉଥିବାର ଫଟୋ ଓ ଭିଡିଓ ଦେଖାଇ ବିଜେଡିକୁ ଟାର୍ଗେଟ୍ କରିଥିଲା ବିଜେପି । ହେଲେ ଏହାକୁ ନେଇ ବିଜେଡି ମଧ୍ୟ ଉତ୍ତର ରଖିଥିଲା । ହେଲେ ଏହି ପ୍ରସଙ୍ଗକୁ ନେଇ ରାଜନୀତି ତେଜିବା ଆରମ୍ଭ କରିଥିଲା । ସେତେବେଳେ ରାଜରାସ୍ତାକୁ ଓହ୍ଲାଇଥିଲା ଜଗନ୍ନାଥ ସେନା । ଜଗନ୍ନାଥଙ୍କ ସଂସ୍କୃତିକୁ ନଷ୍ଟକାରୀଙ୍କୁ କଠୋର ଦଣ୍ଡବିଧାନ ଦାବିରେ ମାଷ୍ଟର କ୍ୟାଣ୍ଟିନ ସହ ପୁରୀରେ ମଧ୍ୟ ଛକ ଛକରେ ପ୍ରତିବାଦ ଦେଖିବାକୁ ମିଳିଥିଲା ।
କାମିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗୋ ମାଂସର ପ୍ରଚାର କରୁଥିବା ବ୍ଲଗର ଦ୍ୱାରା ଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରସାଦର ପ୍ରଚାର ପ୍ରସାର ସନାତନୀଙ୍କୁ ଦୁଃଖ ଦେଇଥିଲା ବୋଲି ବେଶ୍ ଭାଇରାଲ ହୋଇଥିଲା । ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେବା ସହ କାମିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବେଶ୍ ଦାବି ଜୋର ଧରିଥିଲା । ଏହାସହ କାମିଆ ମଧ୍ୟ ନିଜର ସ୍ପଷ୍ଟୀକରଣ ରଖିଥିଲେ।
Also Read: Pre-Diabetes Signs: ଆପଣଙ୍କୁ ଡାଏବେଟିସ ଅଛି ନା ନାହିଁ ରାତିରେ ହେଉଥିବା ଏହି ସଙ୍କେତରୁ ଜାଣନ୍ତୁ...