Hindi News >>Home >>Odisha Trending

Aloo Baingan Curry: ଆଳୁ-ବାଇଗଣ ତରକାରୀ ଖରାପ ନା ଭଲ? ଜାଣନ୍ତୁ ସବୁଠୁ ଖରାପ ତାଲିକାରେ କାହିଁକି ଆସିଲା ନାଁ

100 Worst Rated Foods In The World: ଟେଷ୍ଟ ଆଟଲାସ୍ ନାମକ ଏକ ୱେବସାଇଟ୍ ପକ୍ଷରୁ ବିଶ୍ୱର ୧୦୦ ଖରାପ ଖାଦ୍ୟର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଆଳୁ-ବାଇଗଣ ତରକାରୀ ସମ୍ପର୍କରେ ଦର୍ଶାଯାଇଛି।

Advertisement
Aloo Baingan Curry: ଆଳୁ-ବାଇଗଣ ତରକାରୀ ଖରାପ ନା ଭଲ? ଜାଣନ୍ତୁ ସବୁଠୁ ଖରାପ ତାଲିକାରେ କାହିଁକି ଆସିଲା ନାଁ
Zee Odisha Desk|Updated: Jan 05, 2024, 06:31 PM IST
Share

Aloo Baingan Worst Food or Not: ବିଭିନ୍ନ ପନିପରିବାକୁ ନେଇ ପ୍ରସ୍ତୁତ ହେଉଥିବା ତରକାରୀ ମଧ୍ୟରେ ଆଳୁ-ବାଇଗଣ ହେଉଛି ଅନ୍ୟତମ। ଦେଶରେ ଆଳୁ-ବାଇଗଣ ତରକାରୀ ଏକ ସାଧାରଣ ବ୍ୟଞ୍ଜନ ମଧ୍ୟରେ ଜମାଶୁଣା। ହେଲେ ଏବେ ଆଳୁ-ବାଇଗଣ ତରକାରୀ ସମ୍ପର୍କରେ ଆସିଛି ଏକ ବଡ଼ ଖବର। କ'ଣ ଆପଣ ଆଳୁ-ବାଇଗଣ ତରକାରୀ ଖାଇବାକୁ ପସନ୍ଦ କରନ୍ତି? ଏହି ପ୍ରଶ୍ନର ଉତ୍ତର ଏବେ ମିଳିଯାଇଛି। ଆଜ୍ଞା ହଁ ସବୁଠାରୁ ଖରାପ ତରକାରୀ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି ଆଳୁ-ବାଇଗଣ। ଆପଣ ନିଶ୍ଚିତ ଭାବରେ ଏକ ମୀମ୍ସ ଦେଖିଥିବେ ଯେଉଁଥିରେ ଜଣେ ସାମ୍ବାଦିକ ଯେତେବେଳେ ତାଙ୍କର ପ୍ରିୟ ବିଷୟ କ'ଣ ବୋଲି ପଚାରନ୍ତି, ସେତେବେଳେ ଜଣେ ବାଳକ ଏହାର ଉତ୍ତର ବାଇଗଣ ବୋଲି କହୁଛନ୍ତି। ଆଳୁ-ବାଇଗଣ ବିଶ୍ୱର ପ୍ରମୁଖ ୧୦୦ ଖରାପ ତରକାରୀରେ ଅନ୍ତର୍ଭୁକ୍ତ କରାଯିବା ବିଷୟରେ ଶୁଣିବା ପରେ ଅନେକ ଲୋକଙ୍କ ପ୍ରତିକ୍ରିୟା ସେହି ବାଳକ ଭଳି ହୋଇଥିବ। ବିଶ୍ୱର ସବୁଠାରୁ ଖରାପ ତରକାରୀ ମଧ୍ୟରେ ସାମିଲ ହେବା ପରେ ଲୋକେ ଏବେ ଏହାକୁ ନେଇ ଚିନ୍ତା କରିବା ଆରମ୍ଭ କରି ଦେଇଛନ୍ତି।

ସବୁଠାରୁ ଖରାପ ତରକାରୀରେ ସାମିଲ ହୋଇଛି ଆଳୁ-ବାଇଗଣ 
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱର ପ୍ରମୁଖ ୧୦୦ ଖରାପ ମାନ୍ୟତା ପ୍ରାପ୍ତ ଖାଦ୍ୟ (100 Worst Rated Foods In The World) ତାଲିକାରେ କେବଳ ଗୋଟିଏ ଭାରତୀୟ ଖାଦ୍ୟ (Indian Dishes) ଅନ୍ତର୍ଭୂକ୍ତ ହୋଇଛି। ତାହା ହେଉଛି ଆଳୁ-ବାଇଗଣ ତରକାରୀ (Aloo Baingan Curry)। ଏହି ଖବର ଶୁଣିବା ପରେ ଅନେକ ଭାରତୀୟ କ୍ରୋଧିତ ହୋଇ ଉଠିଥିଲେ। କିଛି ଲୋକଙ୍କ କହିବା କଥା ଯେ  ଆଳୁ-ବାଇଗଣ ତରକାରୀ (Aloo Bainga Recipe) ହେଉଛି ଏକ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ଖାଦ୍ୟ। ଅନ୍ୟ କିଛି ଲୋକ କହିଛନ୍ତି ଯେ ବିଶ୍ୱର ପ୍ରମୁଖ ୧୦୦ ଖରାପ ମାନ୍ୟତା ପ୍ରାପ୍ତ ଖାଦ୍ୟ ତାଲିକା ପ୍ରସ୍ତୁତ କରିଥିବା ଲୋକେ ଭାରତୀୟ ରୋଷେଇ (Indian Cuisine) ବିଷୟରେ କିଛି ଅଧିକ ଜାଣନ୍ତି ନାହିଁ। ଏହି ଖବର ସୋସିଆଲ ମିଡିଆ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ଲୋକ ଏହି ତାଲିକାକୁ ସମାଲୋଚନା କରିବାକୁ ପଛେଇ ନାହାଁନ୍ତି। ଆଳୁ-ବାଇଗଣ ତରକାରୀ କିପରି ଖରାପ ମାନ୍ୟତା ପ୍ରାପ୍ତ ଖାଦ୍ୟ ତାହା ଜାଣିବାକୁ ଚାହିଁଛନ୍ତି ଅନେକ ଭାରତୀୟ।

୬୦ ତମ ସ୍ଥାନରେ ରହିଛି ଆଳୁ-ବାଇଗଣ 
ଟେଷ୍ଟ ଆଟଲାସ୍ ନାମକ ଏକ ୱେବସାଇଟ୍ (TasteAtlas Website) ପକ୍ଷରୁ ବିଶ୍ୱର ୧୦୦ ଖରାପ ଖାଦ୍ୟର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଆଳୁ-ବାଇଗଣ ତରକାରୀ (Aloo Baingan Dishes) ୬୦ ତମ ସ୍ଥାନରେ ରହିଛି। ଟେଷ୍ଟ ଆଟଲାସ୍ ୱେବସାଇଟ୍ ଏହାକୁ ଉତ୍ତର ଭାରତର ଏକ ସୁସ୍ୱାଦୁ, ଲୋକପ୍ରିୟ ତରକାରୀ ଭାବେ ବର୍ଣ୍ଣନା କରିଛି। ଯାହାକୁ ମଧ୍ୟାହ୍ନ ଭୋଜନ ଖାଦ୍ୟରେ ପ୍ୟାକ୍ କରାଯାଇଥାଏ। ଏହି ତାଲିକା ଅନୁସାରେ ଆଳୁ-ତରକାରୀ ମୋଟ ମୋଟ ୫ ମାର୍କ ମଧ୍ୟରୁ ମାତ୍ର ୨.୭ ରେଟିଂ ପାଇଛି। ଯାହା ଭାରତୀୟ ସୋସିଆଲ ମିଡିଆ ଦୁନିଆରେ ଆଲୋଡ଼ନ ସୃଷ୍ଟି କରିଛି। ଏହା କିପରି ହୋଇପାରେ ଅନେକ ଏହାର ଲୋକ ଏହାର କାରଣ ବୁଝି ପାରୁନାହାଁନ୍ତି। 

Read More
{}{}