Hindi News >>Home >>Odisha Trending

ଓଡ଼ିଶାର ଏହିସବୁ ଷ୍ଟେସନ୍‌ରେ ଅଟକିବ ଅମୃତ ଭାରତ ସୁପରଫାଷ୍ଟ୍ ଏକ୍ସପ୍ରେସ୍

Amrit Bharat Superfast Express stoppage in odisha: ପିଏମ ମୋଦୀ ଆଜି ଉଦ୍ଘାଟନ କରିଥିବା ୨ଟି ଅମୃତ ଭାରତ ସୁପରଫାଷ୍ଟ୍ ଏକ୍ସପ୍ରେସଂ ମଧ୍ୟରୁ ଗୋଟାଏ ଏକ୍ସପ୍ରେସ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶା ମଧ୍ୟ ଦେଇ ଯାତାୟତ କରିବ । ସେମଧ୍ୟରେ ୮ଟି ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଏକ୍ସପ୍ରେସଟି ରହିବ ।

Advertisement
ଓଡ଼ିଶାର ଏହିସବୁ ଷ୍ଟେସନ୍‌ରେ ଅଟକିବ ଅମୃତ ଭାରତ ସୁପରଫାଷ୍ଟ୍ ଏକ୍ସପ୍ରେସ୍
Soubhagya Ranjan Mishra|Updated: Dec 30, 2023, 08:08 PM IST
Share

Amrit Bharat Superfast Express stoppage in odisha: ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଅଯୋଧ୍ୟାରେ ରେଳ ଷ୍ଟେସନ 'ଅଯୋଧ୍ୟା ଧାମ'ର ଉଦଘାଟନ କରିଛନ୍ତି। ଏଥିସହ ସେ ୮ଟି ନୂତନ ଟ୍ରେନକୁ ଫ୍ଲାଗ୍ କରିଛନ୍ତି ଯେଉଁଥିରେ ୨ ଅମୃତ ଭାରତ ଏବଂ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଯାଇଛି। ଅମୃତ ଭାରତ ଏକ୍ସପ୍ରେସ ହେଉଛି ଦେଶର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନର ଏକ ନୂତନ ବର୍ଗ। ଅଣ ଏସି ବଗି ସହିତ ଏହା ଏକ 'LHB ପୁସ୍-ପଲ୍' ଟ୍ରେନ। ରେଳ ଯାତ୍ରୀମାନଙ୍କ ପାଇଁ ସୁନ୍ଦର ଏବଂ ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ରାକ, ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ଜନ ସୂଚନା ବ୍ୟବସ୍ଥା ଭଳି ରେଳ ଯାତ୍ରୀଙ୍କ ପାଇଁ ଏଥିରେ ଉନ୍ନତ ସୁବିଧା ରହିଛି।

ପିଏମ ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଦୁଇଟି ନୂତନ ଅମୃତ ଭାରତ ଟ୍ରେନ ମଧ୍ୟରୁ ବିହାରର ଦରଭଙ୍ଗା ଠାରୁ ଆରମ୍ଭ ହୋଇ ଅଯୋଧ୍ୟା ଦେଇ ରାଜଧାନୀ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରେ ପହଞ୍ଚିବ। ଦ୍ୱିତୀୟ ଅମୃତ ଭାରତ ଏକ୍ସପ୍ରେସ ମାଲଦା ଟାଉନ ଓ ସାର୍ ଏମ ବିଶ୍ୱେଶ୍ୱରୈୟା ଟର୍ମିନସ୍ (ବେଙ୍ଗାଲୁରୁ) ମଧ୍ୟରେ ଚାଲିବ। ଏହି ଉପାୟରେ ଯାତ୍ରୀମାନେ ଆଜିଠାରୁ ଅମୃତ ଭରତ ଟ୍ରେନରେ ଯାତ୍ରା କରିବାର ଅନୁଭବ ଉଠାଇ ପାରିବେ। ଏହା ସମୟ ସଞ୍ଚୟ କରିବା ସହିତ ଯାତ୍ରାକୁ ଆରାମଦାୟକ କରିବ। ପ୍ରଧାନମନ୍ତ୍ରୀ ଆଜି ୬ଟି ନୂତନ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରାଯାଇଛି। ଏହି ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଗୁଡିକ ମଧ୍ୟରେ ମାତା ବୈଷ୍ଣୋ ଦେବୀ କଟରା ରୁ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରିବ। ସେହିପରି ଅମୃତସର-ଦିଲ୍ଲୀ, କୋଏମ୍ବାଟୁର-ବେଙ୍ଗାଲୁରୁ, ମାଙ୍ଗାଲୋର-ମାଡଗାଓଁ, ଜଲାନା-ମୁମ୍ବାଇ ଓ ଅଯୋଧ୍ୟା ରୁ ଆନନ୍ଦ ବିହାର ଟର୍ମିନାଲ ମଧ୍ୟରେ ଚଳାଚଳ କରିବ। 

ଏଠାରେ କହି ରଖୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦିବସୀୟ ଅଯୋଧ୍ୟା ଗସ୍ତରେ ଆସିଛନ୍ତି। ପ୍ରଧାନମନ୍ତ୍ରୀ ଅଯୋଧ୍ୟା ବିମାନ ବନ୍ଦରରୁ ଏକ ରୋଡ଼ ଶୋରେ ଅଯୋଧ୍ୟା ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରିଜେଶ ପାଠକ ଉପସ୍ଥିତ ରହିଥିଲେ। ସେ ଅଯୋଧ୍ୟା ରେଳ ଷ୍ଟେସନର ଉଦଘାଟନ କରିଥିଲେ। ମିଳିଥିବା ସୂଚନା ମୁତାବକ ଅଯୋଧ୍ୟା ରେଳ ଷ୍ଟେସନର ପୁନଃ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୪୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅଯୋଧ୍ୟା ଧାମ ଜଙ୍କସନ ରେଳ ଷ୍ଟେସନରେ ଲିଫ୍ଟ, ଏସକେଲେଟର, ଫୁଡ଼ ପ୍ଲାଜା, ପୂଜା ପାଇଁ ଆବଶ୍ୟକ ଦୋକାନ, ଅମାନତୀ ସାମାନ ଘର, ୱେଟିଂ ଘର, ଆଦି ରହିଛି। 

ପିଏମ ମୋଦୀ ଆଜି ଉଦ୍ଘାଟନ କରିଥିବା ୨ଟି ଅମୃତ ଭାରତ ସୁପରଫାଷ୍ଟ୍ ଏକ୍ସପ୍ରେସଂ ମଧ୍ୟରୁ ଗୋଟାଏ ଏକ୍ସପ୍ରେସ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶା ମଧ୍ୟ ଦେଇ ଯାତାୟତ କରିବ । ସେମଧ୍ୟରେ ୮ଟି ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଏକ୍ସପ୍ରେସଟି ରହିବ । ଷ୍ଟେସନ ଗୁଡିକ ମଧ୍ୟରେ ରହିଛି ଜଳେଶ୍ୱର, ବାଲେଶ୍ୱର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ବ୍ରହ୍ମପୁର । ଯାତ୍ରୀମାନେ ଏହି ଷ୍ଟେସନ ଗୁଡିକରେ ଅମୃତ ଭାରତ ସୁପରଫାଷ୍ଟ୍ ଏକ୍ସପ୍ରେସରେ ଯାତ୍ରା କରିପାରିବେ ।

Also Read- IPS ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ପୋଲିସ୍‍ ମହାନିର୍ଦ୍ଦେଶକ ଦାୟିତ୍ୱ

Also Read- ଗାଜା ଷ୍ଟ୍ରିପକୁ ଲଗାତର ଟାର୍ଗେଟ କରୁଛି ଇସ୍ରାଏଲ୍, ଗତ ୨୪ ଘଣ୍ଟାରେ ପ୍ରାୟ ୨୦୦ ଲୋକଙ୍କର ମୃତ୍ୟୁx

Read More
{}{}