Hindi News >>Home >>Odisha Trending

AP Viral Video: ସାଇକେଲ ଚଲାଇ ଯାଉଥିଲ ଦୁଇ ପିଲା, ହଠାତ୍ ଲାଗିଗଲା ଇଲେକ୍ଟ୍ରିକ୍ ତାର, ଆଖିପିଛୁଳାକେ ଚାଲିଗଲା ଜୀବନ

Kadapa Viral Video: ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାରେ ଦୁଇ ସ୍କୁଲ ପିଲାଙ୍କ ଦୁଃଖଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଉଭୟ ସ୍କୁଲ ପିଲାମାନେ ସାଇକେଲରେ ଯାଉଥିଲେ ଯେତେବେଳେ ଏକ ଇଲେକ୍ଟ୍ରିକ୍ ତାର ଲାଗି ଯାଇଥିଲା। ଆଖି ପିଛୁଳାକେ ସେମାନଙ୍କ ସାଇକେଲରେ ନିଆଁ ଲାଗିଗଲା ଏବଂ ଦୁହେଁ ତଳେ ପଡ଼ିଯାଇଥିଲେ।   

Advertisement
Andhra Pradesh Viral Video
Andhra Pradesh Viral Video
Jagdish Barik|Updated: Aug 21, 2024, 07:43 PM IST
Share

Andhra Pradesh Viral Video: ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାରେ ଦୁଇ ସ୍କୁଲ ପିଲାଙ୍କ ଦୁଃଖଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହି ଦୁଇ ସ୍କୁଲ ପିଲା ଯେତେବେଳେ ସାଇକେଲ ଚଲାଇ ଯାଉଥିଲେ ସେତେବେଳେ ଏକ ଇଲେକ୍ଟ୍ରିକ୍ ତାର ଲାଗି ଯାଇଥିଲା। ଆଖି ପିଛୁଳାକେ ସେମାନଙ୍କ ସାଇକେଲରେ ନିଆଁ ଲାଗିଗଲା ଓ ଦୁହେଁ ତଳେ ପଡ଼ି ଯାଇଥିଲେ। ଦୁହିଁଙ୍କ ମଧ୍ୟରୁ ଜଣକ ଉପରେ ତାର ଦୀର୍ଘ ସମୟ ଧରି ରିହିବାରୁ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥିଲେ। ଅନ୍ୟ ପିଲାଟି ମଧ୍ୟ ସାଇକେଲ ପାଖରେ ଥିଲା, କିନ୍ତୁ ଅଳ୍ପକେ ରକ୍ଷା ପାଇଯାଇଥିଲା। ବର୍ତ୍ତମାନତାଙ୍କ ଅବସ୍ଥା ଗୁରୁତର ଓ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳେ ଯେ ଉଭୟ ପିଲା ପଡିଯିବା ମାତ୍ରେ ଲୋକମାନେ ସାହାଯ୍ୟ କରିବାକୁ ଦୌଡି ଆସିଥିଲେ। କୌଣସି ପ୍ରକାରେ ତାରକୁ ହଟାଇ ଦିଆଯାଇଥିଲା ଓ ଲୋକମାନେ ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା କଡପା ଜିଲ୍ଲାର ବେଲାମୋଣ୍ଡି ଅଞ୍ଚଳରେ ଘଟିଛି। ନିକଟରେ ଆନ୍ତର୍ଜାତୀୟ କଲ୍ୟାଣ ମଣ୍ଡପମ୍ ମଧ୍ୟ ଅଛି। ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟୁତ୍ ତାର ଲାଗିଥିବା ପିଲାମାନଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀରେ ପଢୁଥିଲେ ଓ ଅନ୍ୟ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପିଲାମାନେ ପଡିଯିବା ମାତ୍ରେ ତୁରନ୍ତ ନିଆଁ ଲାଗିଯାଓ ଓ ଲୋକମାନେ ସେମାନଙ୍କ ଆଡକୁ ଦୌଡନ୍ତି।

ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିବାବା ସହ ଲୋକମାନେ ରାସ୍ତାରେ କିପରି ଖୋଲା ଇଲେକ୍ଟ୍ରି ତାର ଥିଲା ତାହା ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି। ଅନେକ ଲୋକ ସୋସିଆଲ ମିଡିଆରେ ମଧ୍ୟ ଲେଖିଥିଲେ ଯେ ଭାରତରେ ମଣିଷ ଜୀବନର ମୂଲ୍ୟ ଶସ୍ତା ହୋଇ ଯାଇଛି। ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ଯୋଗୁଁ ଲୋକମାନେ ମରୁଛନ୍ତି। ସୂଚନାଯୋଗ୍ୟ ଯେ ନିକଟରେ ଦିଲ୍ଲୀରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା, ଯେତେବେଳେ ପ୍ରବଳ ବର୍ଷା ମଧ୍ୟରେ ବିଦ୍ୟୁତ ତାର କାରଣରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ସେ ଦିଲ୍ଲୀରେ ରହିବା ସମୟରେ ନାଗରିକ ସେବା ପାଇଁ ପ୍ରସ୍ତୁତ ହେଉଥିଲେ।

Also Watch: Ambernath Viral Video: ଝଗଡା ପରେ ରାଗିଗଲା ପୁଅ, ବାପାଙ୍କ କାର ଉପରେ ଚଢ଼ାଇ ଦେଲା ନିଜ SUV, ଆପଣଙ୍କୁ ଚକିତ କରିବ ଏହି ଭିଡିଓ

Also Watch: Bharat Bandh: ଭାରତ ବନ୍ଦରେ ଲାଠି ଚାର୍ଜ କରୁବାକୁ ଯାଇ SDM କୁ ମଧ୍ୟ ପିଟି ପକାଇଲା ପୋଲିସ, ଦେଖନ୍ତୁ ଭିଡିଓ

Read More
{}{}