Hindi News >>Home >>Odisha Trending

ସହରରେ ଯୋଡି ହେବ ଆଉ ୭୧ଟି ଗାଁ, BJP ସରକାରଙ୍କ ଅନୁମତି

ବିକାଶ ପ୍ରାଧିକରଣର ସୀମା ବିସ୍ତାର ପରେ ନୂଆ କର୍ତ୍ତୃପକ୍ଷଙ୍କର ବର୍ତ୍ତମାନ ଏକ ଲ୍ୟାଣ୍ଡ ବ୍ୟାଙ୍କ ରହିବ। ଲ୍ୟାଣ୍ଡ ବ୍ୟାଙ୍କ କାରଣରୁ ମୋରଦାବାଦରେ ଫ୍ଲାଟ ବୃଦ୍ଧି ପାଇବ । ଏହା ସହିତ ଜିଲ୍ଲାରେ ନୂଆ ଶିଳ୍ପ ସହିତ ନୂତନ ମଲ୍, ସ୍କୁଲ, କଲେଜ ମଧ୍ୟ ଖୋଲିବ ।

Advertisement
ସହରରେ ଯୋଡି ହେବ ଆଉ ୭୧ଟି ଗାଁ, BJP ସରକାରଙ୍କ ଅନୁମତି
Soubhagya Ranjan Mishra|Updated: Jun 25, 2024, 05:23 PM IST
Share

ନୂଆଦିଲ୍ଲୀ: ଦିଲ୍ଲୀ ତଥା ନୋଏଡାରେ ପ୍ରବେଶ କରିବା ମାତ୍ରେ ଯେପରି ବିକାଶ ଦେଖିବାକୁ ମିଳିଥାଏ ଠିକ୍ ସମାନ ପ୍ରକାରର ବିକାଶ ବର୍ତ୍ତମାନ ମୋରଦାବାଦରେ ଦେଖିବାକୁ ମିଳିବ । ଏଥିପାଇଁ ସିଏମ ଯୋଗୀଙ୍କ କ୍ୟାବିନେଟ ସହିତ ଅନୁଷ୍ଠିତ ଏକ ବୈଠକରେ ମୋରଦାବାଦ ବିକାଶ ପ୍ରାଧିକରଣରେ ୭୧ ଟି ଗାଁକୁ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିସହ ଏହାକୁ ସବୁଜ ସଙ୍କେତ ଦିଆଯାଇଛି। ବୈଠକରେ ଏହି ଅନୁମୋଦନ ପାଇବା ପରେ ମୋରଦାବାଦର ବିକାଶ ପ୍ରାଧିକରଣର ସୀମା ବିସ୍ତାର କରାଯାଇପାରିବ ।

ସୀମା ବିସ୍ତାରର ଲାଭ
ମୋରଦାବାଦ ବିକାଶ ପ୍ରାଧିକରଣର ସୀମା ବିସ୍ତାର ପରେ ନୂଆ କର୍ତ୍ତୃପକ୍ଷଙ୍କର ବର୍ତ୍ତମାନ ଏକ ଲ୍ୟାଣ୍ଡ ବ୍ୟାଙ୍କ ରହିବ। ଲ୍ୟାଣ୍ଡ ବ୍ୟାଙ୍କ କାରଣରୁ ମୋରଦାବାଦରେ ଫ୍ଲାଟ ବୃଦ୍ଧି ପାଇବ । ଏହା ସହିତ ଜିଲ୍ଲାରେ ନୂଆ ଶିଳ୍ପ ସହିତ ନୂତନ ମଲ୍, ସ୍କୁଲ, କଲେଜ ମଧ୍ୟ ଖୋଲିବ ।

କେଉଁ ତହସିଲରେ କେତେ ଗାଁ?
ମୋରଦାବାଦର ୭୧ ଟି ଗାଁକୁ ବିକାଶ ପ୍ରାଧିକରଣରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିମଧ୍ୟରୁ ତହସିଲ ଅନୁଯାୟୀ ଗ୍ରାମ ସଂଖ୍ୟା ନିମ୍ନଲିଖିତ- କାନ୍ତ ତହସିଲର ୧୮ ଟି ଗାଁ, ମୋରାଦାବାଦ ସଦର ତହସିଲର ୩୪ ଟି ଗାଁ, ସମ୍ବଲ ତହସିଲର ୩ ଟି ଗାଁ, ଆମ୍ରୋହା ତହସିଲର ୧୬ ଟି ଗାଁ ଅନ୍ତର୍ଭୁକ୍ତ ରହିଛି ।

କାନ୍ତ ତହସିଲର ୧୮ ଟି ଗାଁର ନାମ
ଏହି ତହସିଲର ୧୮ଟି ଗାଁ ମୋରାଡାବାଦ ବିକାଶ ପ୍ରାଧିକରଣରେ ଅନ୍ତର୍ଭୂକ୍ତ ହେବାକୁ ଯାଉଛି । ସେଡା ମୋଡା, ଚକ ଜୋଗୱାଲି, ମାଧପୁରୀ, ଲଦାୱାଲି, ଶାହପୁର ମୁକରାମପୁର, ଜଲାଲପୁର ମୋଦୀ ନଗଲା, କୁଡାମୀରପୁର, ଶୁକ୍ଲା, କିଶାନପୁର, କୁଚାୱାଲି, ନଜରପୁର, ପାଚଫିରା ଖାନପୁର, ସାଲପୁର ଅମୃତପୁର ।

ମୋରଡାବାଦ ସଦର ତହସିଲର ୩୪ ଟି ଗାଁ
ମୋରଦାବାଦ ସଦର ତହସିଲର ୩୪ଟି ଗାଁ ମୋରଦାବାଦ ବିକାଶ ପ୍ରାଧିକରଣରେ ଅନ୍ତର୍ଭୂକ୍ତ ହେବାକୁ ଯାଉଛି । ମୁଦାପାଣ୍ଡେ ଦୌଲାରୀ, ସେହଜାନା, ମନକରା, ମୁଦାପାଣ୍ଡେ ଚକ ଢଫେ, ବାରବାରା ଖାସ୍ ମୁସ୍ତାକ୍ମ୍, ଗଣେଶଗତ୍ ମୁସ୍ତାକ୍ମ୍, ସାହେରିଆ, ଚାମ୍ରା, ହାଲା ନାଗଲା, ଭଦାସନା, ତହନାୟକ, ଭାଗ୍ୟ ଖାନପୁର, ସିହୋରବାଜେ, ମୁରଖଣ୍ଡପୁର ଚକ୍କର ଇତ୍ୟାଦି

ଅମରାହା ଏବଂ ସମ୍ଭଲର ୧୯ ଟି ଗାଁ
ଅମରାହା ଏବଂ ସମ୍ଭଲ ତହସିଲର ୧୯ଟି ଗାଁ ମୋରଦାବାଦ ବିକାଶ ପ୍ରାଧିକରଣରେ ଅନ୍ତର୍ଭୂକ୍ତ ହେବାକୁ ଯାଉଛି । ଗାଁ ଗୁଡିକ ମଧ୍ୟରେ ରହିଛି  ଇଟାଏଲା ମାଫି, ମାଲପୁର, ଫତେହପୁର ମଜ୍ରା ଜିୱାଇ, ଜିୱାଇ ଚୌଧପୁର, ସାଲେମପୁର ନୱାଡା, ପ୍ରିତୀପୁର କାଲା, ନୌରାଙ୍ଗି, ପାଟେ ଖାଲସା, ପତିଆ ମାଫି, ସିର୍ସା ମୋହନ, ଔରଙ୍ଗାବାଦ, ବୁଦ୍ଧପୁର ଏବଂ ଚୌଧୁରୀପୁର ।

Also Read- ଟ୍ରାଫିକ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ: ହଟିବ ରେଡଲାଇଟ, କମିବ ଭିଡ଼

Also Read- ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ, ରଥ ନୀତି ନିର୍ଘଣ୍ଟ ଧାର୍ଯ୍ୟ

Read More
{}{}