Hindi News >>Home >>Odisha Trending

Lord Ram Dream: ସ୍ୱପ୍ନରେ ଦେଖୁଛନ୍ତି କି ପ୍ରଭୁ ଶ୍ରୀରାମଙ୍କୁ? ଜାଣନ୍ତୁ ଏହାର ଅର୍ଥ

Lord Ram Dream Meaning: ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଥାଏ । ଯଦି ଆପଣ ପ୍ରଭୁ ଶ୍ରୀରାମଙ୍କୁ ନିଜ ସ୍ୱପ୍ନରେ ଦେଖନ୍ତି ତେବେ ଏହି ସ୍ୱପ୍ନ ଆପଣଙ୍କ ଭାଗ୍ୟକୁ ପରିବର୍ତ୍ତନ କରିପାରେ ।

Advertisement
Lord Ram Dream: ସ୍ୱପ୍ନରେ ଦେଖୁଛନ୍ତି କି ପ୍ରଭୁ ଶ୍ରୀରାମଙ୍କୁ? ଜାଣନ୍ତୁ ଏହାର ଅର୍ଥ
Zee Odisha Desk|Updated: Jan 11, 2024, 10:54 AM IST
Share

Lord Ram Dream Meaning: ନିଦରେ ଶୋଇବା ପରେ ସ୍ୱପ୍ନ ଦେଖିବା ଏକ ସାଧାରଣ କଥା । ନିଦ ସମୟରେ ବିଭିନ୍ନ ପ୍ରକାରର ସ୍ୱପ୍ନ ଆସିଥାଏ । ସାଧାରଣରେ ବିଶ୍ୱାସ ରହିଛି ଯେ, ପ୍ରତ୍ୟେକ ସ୍ୱପ୍ନ ଆମକୁ ଭବିଷ୍ୟତ ସମ୍ପର୍କରେ ସୂଚାଇଥାଏ । ଅନେକ ଲୋକ ନିଦରେ ଶୋଇବା ପରେ ସ୍ୱପ୍ନରେ ବିଭିନ୍ନ ଦେବାଦେବୀଙ୍କୁ ଦେଖିଥାନ୍ତି । ତେବେ ପ୍ରଭୁ ଶ୍ରୀରାମଙ୍କୁ ମଧ୍ୟ ଅନେକ ବ୍ୟକ୍ତି ନିଜ ସ୍ୱପ୍ନରେ ଦେଖିଥାନ୍ତି । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ଯାହା ସ୍ୱପ୍ନରେ ଆସନ୍ତି ସେ ଅତ୍ୟନ୍ତ ଭାଗ୍ୟଶାଳୀ । ତେବେ ଆସନ୍ତୁ ଜାଣିବା ଭଗବାନ ରାମଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ କ’ଣ?

ସ୍ୱପ୍ନ ବିଜ୍ଞାନ ଅନୁଯାୟୀ ଭଗବାନ ଶ୍ରୀରାମଙ୍କୁ ସ୍ୱପ୍ନରେ ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ସୂଚାଏ ଯେ, ଆପଣ ଖୁବ ଶୀଘ୍ର ସଫଳତାର ପାହାଚ ଚଢିବାକୁ ଯାଉଛନ୍ତି । ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେଉଚନ୍ତି ତେବେ ପ୍ରଭୁ ଶ୍ରୀରାମଙ୍କ କୃପାରୁ ଆପଣଙ୍କ ସବୁ ସମସ୍ୟା ଖୁବ ଶୀଘ୍ର ସମାଧାନ ହେବାକୁ ଯାଉଛି । ଭଗବାନ ଶ୍ରୀରାମଙ୍କୁ ସ୍ୱପ୍ନରେ ଦେଖିବା ଅର୍ଥ ସମସ୍ୟାର ସମାଧାନ ।

ଯଦି ଆପଣ ଶୋଇବା ପରେ ନିଜ ସ୍ୱପ୍ନରେ ପ୍ରଭୁ ଶ୍ରୀରାମଙ୍କର ଏକ ଭବ୍ୟ ମନ୍ଦିର ଦେଖନ୍ତି, ତେବେ ଏହି ସ୍ୱପ୍ନ ସୂଚାଏ ଯେ, ଆପଣଙ୍କ ଭାଗ୍ୟ ଖୁବ ଜଲଦି ଖୋଲିବାକୁ ଯାଉଛି । ଏପରି ସ୍ୱପ୍ନ ଦେଖିବାର ଅର୍ଥ ହେଉଛି ଆପଣଙ୍କର ଦୀର୍ଘ ବିଚାରାଧୀନ କାର୍ଯ୍ୟ ଖୁବ ଶୀଘ୍ର ସମାପ୍ତ ହେବ । ଆପଣ ଅଟକି ରହିଥିବା ଜଟିଳ ପରିସ୍ଥିତିରୁ ଯଥାଶୀଘ୍ର ମୁକ୍ତି ପାଇବେ । ଏଥିସହିତ ଆପଣ ଲକ୍ଷ୍ୟ ମଧ୍ୟ ସାକାର ହେବ । ନିଜ କାର୍ଯ୍ୟରେ ଆପଣ ସନ୍ତୁଷ୍ଟ ପ୍ରକାଶ କରିବେ ।

ଯଦି ଆପଣ ସ୍ୱପ୍ନରେ ଭଗବାନ ଶ୍ରୀରାମଙ୍କ ସହିତ ଭକ୍ତ ହନୁମାନଙ୍କୁ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ଏହି ସ୍ୱପ୍ନ ଆପଣଙ୍କ ପାଇଁ ଖୁବ ଲାଭଦାୟକ । ପ୍ରଭୁ ଶ୍ରୀରାମ ଆପଣଙ୍କର ସମସ୍ତ ଅସୁବିଧା ଦୂର କରିବେ । ଆପଣଙ୍କ ସବୁଠାରୁ ବଡ଼ ସମସ୍ୟା ପ୍ରଭୁ ରାମଙ୍କ କୃପାରୁ ଶୀଘ୍ର ସମାଧାନ ହେବ । ଏଥିସହ ଜୀବନରେ ଅଗ୍ରଗତି ପାଇଁ ଶୀଘ୍ର ନୂଆ ସୁଯୋଗ ଆସିବ । କେବଳ ସେତିକି ନୁହେଁ. ସ୍ୱପ୍ନରେ ଭଗବାନ ଶ୍ରୀ ରାମଙ୍କୁ ଦେଖିବାର ଆଉ ଏକ ସଙ୍କେତ ହେଉଛି ଆପଣ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବରେ ପାଳନ କରିବା ଉଚିତ ଏବଂ ଲୋକମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା ଉଚିତ ।

ସୂଚନାଯୋଗ୍ୟ, ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଅଡିଓ ରିଲିଜ୍

Also Read- ଅଯୋଧ୍ୟା ଯିବେ ଲାଲକୃଷ୍ଣ ଆଡଭାନୀ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ହେବେ ସାମିଲ

Read More
{}{}