Hindi News >>Home >>Odisha Trending

Ayodhya Ram Mandir: ପ୍ରବଳ ଭିଡ ଲାଗି ବଦଳିଲା ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସମୟ

Ayodhya Ram Mandir: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ଲକ୍ଷାଧିକ ଭକ୍ତ ରାମ ମନ୍ଦିର ନିକଟରେ ପହଞ୍ଚି ଠାକୁରଙ୍କ ଦର୍ଶନ ପାଇଁ ଭିଡ ଲଗାଉଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀରାମ ମନ୍ଦିରରେ ଦର୍ଶନ ପାଇଁ ଏକ ନୂଆ ସମୟ ରିଲିଜ୍ କରାଯାଇଛି ।

Advertisement
Ayodhya Ram Mandir: ପ୍ରବଳ ଭିଡ ଲାଗି ବଦଳିଲା ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସମୟ
Soubhagya Ranjan Mishra|Updated: Jan 25, 2024, 12:18 PM IST
Share

Ayodhya Ram Mandir: ୫ଶହ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଥିଲା ଚଳିତ ଜାନୁଆରୀ ୨୨ ତାରିଖରେ । ରୀତିନୀତି ଅନୁଯାୟୀ ଭଗବାନ ଶ୍ରୀ ରାମଙ୍କ ମନ୍ଦିରରେ ପ୍ରତିମା ପ୍ରାଣ ପ୍ରତିଷ୍ଠା କରାଗଲା । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ ଠାରୁ ଆରମ୍ଭ କରି ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଜାନୁଆରୀ ୨୨ ତାରିଖ ଶେଷ ହେବା ପରେ ୨୩ ଜାନୁଆରୀରୁ ସାଧାରଣ ଦର୍ଶନ ପାଇଁ ଲୋକଙ୍କ ଭିଡ ଲାଗିଥିଲା । ବର୍ତ୍ତମାନ ଦେଶର କୋଣ ଅନୁକୋଣକୁ ରାମଭକ୍ତମାନେ ଅଯୋଧ୍ୟା ଧାମକୁ ଛୁଟି ଆସୁଛନ୍ତି ଶ୍ରୀରାମଙ୍କ ବିଗ୍ରହର ଦର୍ଶନ ପାଇଁ ।

ଜାନୁଆରୀ ୨୩ ତଥା ପ୍ରଥମ ଦିନ ସକାଳ ସମୟରେ ଲକ୍ଷ ଲକ୍ଷ ଲୋକ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇବା ପାଇଁ ରାମ ମନ୍ଦିର ସମ୍ମୁଖରେ ଉପସ୍ଥିତ ହୋଇଥିଲେ । ଅତ୍ୟଧିକ ଭିଡ କାରଣରୁ ଶୃଙ୍ଖଳା ସ୍ଥିତି ଖରାପ ହୋଇଥିଲା । କିଛି ଲୋକ ଦର୍ଶନ ନପାଇ ନିରାଶ ହୋଇଥିଲେ । କିନ୍ତୁ ଆଜିଠାରୁ ତଥା ଜାନୁଆରୀ ୨୫ରୁ ପ୍ରଭୁ ଶ୍ରୀରାମଙ୍କ ଦର୍ଶନରେ ଅନେକ ପରିବର୍ତ୍ତନ ହୋଇଛି ।

ଦର୍ଶନ ସମୟ

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ପ୍ରଭୁ ଶ୍ରୀରାମଙ୍କୁ ଭକ୍ତମାନେ କିପରି ଶୃଙ୍ଖଳିତ ଭାବରେ ଦର୍ଶନ କରିପାରିବେ ସେନେଇ ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୫ ଜାନୁଆରୀରୁ ଭକ୍ତମାନେ ସକାଳ ୬ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଙ୍କକୁ ଭବ୍ୟ ଦର୍ଶନ କରିପାରିବେ । ଅତ୍ୟଧିକ ଭିଡକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏହି ବଡ ନିଷ୍ପତ୍ତି ନେଇଛନ୍ତି। ସିଏମ୍ ଯୋଗୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦେଶର କେଉଁ ସ୍ଥାନରୁ କେତେ ଭକ୍ତ ଆସୁଛନ୍ତି ତାହାକୁ ଆକଳନ କରିବା ପରେ ଆବଶ୍ୟକୀୟ ବ୍ୟବସ୍ଥା କରାଯିବା ଉଚିତ । ଅଯୋଧ୍ୟା ରାମ ମନ୍ଦିର ନିକଟକୁ ବସ ଚଳାଚଳ ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ସିଏମ ମତବ୍ୟକ୍ତ କରିଛନ୍ତି ।

Also Read- Republic Day Parade: ଭୋର୍ ୪ଟାରୁ ଟ୍ରାକରେ ଦୌଡିବ ଦିଲ୍ଲୀ ମେଟ୍ରୋ, ଜାଣନ୍ତୁ କ'ଣ ରହିବ ବନ୍ଦ...

Also Read- GOLD PRICE: ଖସିଲା ସୁନାଦର, ହାତଛଡା କରନ୍ତୁନି ଏହି ସୁଯୋଗ

Read More
{}{}