Hindi News >>Home >>Odisha Trending

Ayodhya Ram Navami 2024: ଦର୍ଶନ ପାଇଁ ବିଶେଷ ପ୍ରସ୍ତୁତି, ଏହି ଜିନିଷ ନେଲେ ପ୍ରବେଶ ନିଷେଧ

Ayodhya Ram Navami 2024: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ରାମନବମୀ ପାଳନ କରାଯିବ । ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତମାନଙ୍କ ପାଇଁ କିଛି ସୂଚନା ଜାରି କରିଯାଇଛି । ମନ୍ଦିର ଭିତରକୁ କିଛି ଜିନିଷ ପ୍ରବେଶ ନିଷେଧ କରାଯାଇଛି ।

Advertisement
Ayodhya Ram Navami 2024: ଦର୍ଶନ ପାଇଁ ବିଶେଷ ପ୍ରସ୍ତୁତି, ଏହି ଜିନିଷ ନେଲେ ପ୍ରବେଶ ନିଷେଧ
Soubhagya Ranjan Mishra|Updated: Apr 15, 2024, 10:14 PM IST
Share

Ayodhya Ram Navami 2024: ଯଦି ଆପଣ ପବିତ୍ର ରାମ ନବମୀ ପାଇଁ ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି । କାରଣ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଭକ୍ତମାନଙ୍କୁ କିଛି ଜିନିଷ ବାରଣ କରାଯାଇଛି । ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ. ଦର୍ଶନ ସମୟରେ ଅସୁବିଧା ଏବଂ ସମୟ ନଷ୍ଟ ନହେବା ପାଇଁ ଭକ୍ତମାନେ ମୋବାଇଲ୍ ଫୋନ୍ ସମେତ ନିଜର ମୂଲ୍ୟବାନ ସାମଗ୍ରୀ ସାଙ୍ଗରେ ଆଣିବା ଉଚିତ୍ ନୁହେଁ। ଟ୍ରଷ୍ଟ କହିଛି ଯେ, ତୀର୍ଥଯାତ୍ରୀମାନେ ମୋବାଇଲ୍, ଜୋତା, ଚପଲ, ବଡ ବ୍ୟାଗ ଏବଂ ନିଷିଦ୍ଧ ଜିନିଷ ଇତ୍ୟାଦି ସୁରକ୍ଷିତ ଭାବରେ ଦୂରରେ ରଖିବାକୁ ହେବ । ଜିନିଷଗୁଡିକୁ ଆପଣ ଷ୍ଟାଣ୍ଡରେ ରଖି ମନ୍ଦିରକୁ ପ୍ରବେଶ କରି ପ୍ରଭୁଙ୍କ ଦର୍ଶନ କରିପାରିବେ ।

ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୋସିଆଲ ମିଡିଆ ସାଇଟରେ ଏକ ଚିଠି ଅପଲୋଡ୍ କରାଯାଇଛି । ଶ୍ରୀ ରାମ ନବମୀ ଦିନ ଭକ୍ତମାନଙ୍କ ପାଇଁ ବ୍ରହ୍ମ ମୁହୂର୍ତ୍ତ ତଥା ଭୋର ୩ଟା୩୦ରୁ ଧାଡ଼ିର ବ୍ୟବସ୍ଥା କରାଯିବ। ପୂର୍ବରୁ ଏହା କୁହାଯାଇଥିଲା ଯେ, ୧୬ ଏପ୍ରିଲରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସ୍ୱତନ୍ତ୍ର ପାସ୍ / ଦର୍ଶନ-ଆରତୀ ଇତ୍ୟାଦି ବୁକିଂ ବାତିଲ ହୋଇସାରିଛି। ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ପକ୍ଷରୁ ସୁଗ୍ରୀବ ଦୁର୍ଗ ତଳେ ଥିବା ବିର୍ଲା ଧର୍ମଶାଳା ସାମ୍ନାରେ ତଥା ମନ୍ଦିରକୁ ପ୍ରବେଶ ପଥରେ ଏକ ଯାତ୍ରୀ ସେବା କେନ୍ଦ୍ର ନିର୍ମାଣ କରାଯାଇଛି ।

ରାମ ନବମୀରେ ଦୂରଦୂରାନ୍ତରୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଗୋଟିଏ ରାସ୍ତାରେ ମନ୍ଦିର ଭିତରକୁ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଛି । ରାମଭକ୍ତମାନେ ଲମ୍ୱା ଧାଡିରେ ରହି ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିପାରିବେ ବୋଲି ଟ୍ରଷ୍ଟ ସୂଚନା ଦେଇଛି। ଅନପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ସମୟକୁ ୧୯ ଘଣ୍ଟାକୁ ବୃଦ୍ଧି କରାଯାଇଛି । ମଙ୍ଗଳ ଆରତୀ ପରଠାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିପାରିବେ । ପ୍ରଭୁଙ୍କ ନୈବେଦ୍ୟ ସମର୍ପଣ ପାଇଁ କେବଳ ଚାରିଥର ୫ ମିନିଟ୍ ପାଇଁ ଦର୍ଶନ ବନ୍ଦ କରାଯିବ । ଏଥିସହିତ ପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ ଏଲଇଡି ଷ୍କ୍ରିନର ବ୍ୟବସ୍ଥା କରାଯାଇଛି । ରାମ ମନ୍ଦିର ଟ୍ରଷ୍ଟ ସୋସିଆଲ ମିଡିଆ ଆକାଉଣ୍ଟରେ ଲାଇଭ୍ ଟେଲିକାଷ୍ଟର ବ୍ୟବସ୍ଥା ମଧ୍ୟ ହୋଇଛି ।

Also Read- 16 April Rashifal: କେଉଁ ରାଶି ପାଇଁ ମଙ୍ଗଳମୟ ମଙ୍ଗଳବାର, ଜାଣନ୍ତୁ ରାଶିଫଳ

Also Read- IMDର 'ମୌସୁମୀ' ପୂର୍ବାନୁମାନ, ଚଳିତ ଥର ସ୍ୱାଭାବିକଠୁ ଅଧିକ ବର୍ଷା

Read More
{}{}