Hindi News >>Home >>Odisha Trending

Ayushman Bharat: ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ବି ମିଳିବ ଆୟୁଷ୍ମାନ ଯୋଜନାର ଲାଭ, କେମିତି ଜାଣନ୍ତୁ ୧୦ ପ୍ରମୁଖ ବିନ୍ଦୁ

ଜାତିସଂଘ ଦ୍ୱାରା ପ୍ରତିଷ୍ଠିତ ଜନସଂଖ୍ୟା ବିଜ୍ଞାନ ପ୍ରତିଷ୍ଠାନ ( ଆଇଆଇପିଏସ୍‍) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଦିନ ମାନଙ୍କରେ ଭାରରେ ବାର୍ଦ୍ଧକ୍ୟ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିବ। ୨୦୫୦ ସୁଦ୍ଧା  ଭାରତର ଏକ ପଞ୍ଚମାଂଶ ବ୍ୟକ୍ତି ୬୦ ବର୍ଷରୁ ଅଧିକ ହେବେ। ସେମାନଙ୍କ ପାଇଁ ଚିକିତ୍ସା ସୁବିଧାର ଆବଶ୍ୟକତା ଯଥେଷ୍ଟ ରହିଛି। ଏହିକ୍ରମରେ ପ୍ର

Advertisement
Ayushman Bharat: ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ବି ମିଳିବ ଆୟୁଷ୍ମାନ ଯୋଜନାର ଲାଭ, କେମିତି ଜାଣନ୍ତୁ ୧୦ ପ୍ରମୁଖ ବିନ୍ଦୁ
Prabhudatta Moharana|Updated: Sep 12, 2024, 07:38 AM IST
Share
ଜାତିସଂଘ ଦ୍ୱାରା ପ୍ରତିଷ୍ଠିତ ଜନସଂଖ୍ୟା ବିଜ୍ଞାନ ପ୍ରତିଷ୍ଠାନ ( ଆଇଆଇପିଏସ୍‍) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଆସନ୍ତା ଦିନ ମାନଙ୍କରେ ଭାରରେ ବାର୍ଦ୍ଧକ୍ୟ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିବ। ୨୦୫୦ ସୁଦ୍ଧା  ଭାରତର ଏକ ପଞ୍ଚମାଂଶ ବ୍ୟକ୍ତି ୬୦ ବର୍ଷରୁ ଅଧିକ ହେବେ। ସେମାନଙ୍କ ପାଇଁ ଚିକିତ୍ସା ସୁବିଧାର ଆବଶ୍ୟକତା ଯଥେଷ୍ଟ ରହିଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‍ ଆୟୁଷ୍ମାନ ଭାରତ ଯୋଜନାକୁ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଲାଗୁ କରିବା ପାଇ ନିଷ୍ପତ୍ତି ନେଇଛନ୍ତି। ଆସନ୍ତୁ ନଜର ପକାଇବା କିଛି ପ୍ରମୁଖ ବିନ୍ଦୁ ଉପରେ:  
 
1. ଏଣିକି ୭୦ ବର୍ଷ ବା ତା’ଠାରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ମିଳିବ ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ( ପିଏମ୍‍ ଜୟ)ର ଲାଭ। ଏଥିରେ ଲାଭବାନ ହେବେ ୬ କୋଟି ବୟସ୍କ।
2. ଏହି ଯୋଜନାରେ ସେମାନଙ୍କୁ ଭାରତ ବର୍ଷର ତାଲିକାଭୁକ୍ତ ଯେ କୌଣସି ହସ୍‍ପିଟାଲ୍‍ରେ ବର୍ଷକୁ ୫ ଲକ୍ଷ ଟଙ୍କା ଯାଏ ଚିକିତ୍ସାର ସୁବିଧା ମିଳିପାରିବ। ସରକାର ଏହି ବୀମା ପ୍ରମିୟମ ପ୍ରଦାନ କରିବେ। 
3. ଇଏସ୍‍ଆଇ ବା ଅନ୍ୟ ଘରୋଇ ବୀମାଭୁକ୍ତ ବରିଷ୍ଠ ନାଗରିକ ଏହାର ଲାଭ ନେଇପାରିବେ। 
4. ସରକାରୀ ବୀମାଭୁକ୍ତ ହିତାଧିକାରୀ ଅର୍ଥାତ୍‍ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସ୍କିମ୍‍ ( ସିଜିଏଚ୍‍ଏସ୍‍), ଇସିଏଚ୍‍ଏସ୍‍ ବା ସିଏପିଏଫ୍‍ ଅନ୍ତର୍ଭୁକ୍ତ ହିତାଧିକାରୀ ଚାହିଁଲେ ଏହି ଯୋଜନାର ଲାଭ ନେଇପାରିବେ କିନ୍ତୁ ତାଙ୍କ ପୂର୍ବ ବୀମା ବାତିଲ ହେବ। 
5. ଯେଉଁ ପରିବାର ପୂର୍ବରୁ ଆୟୁଷ୍ମାନ ଭାରତ ଅନ୍ତର୍ଭୁକ୍ତ ଥିବେ ସେମାନଙ୍କ ପରିବାରର ବରିଷ୍ଠ ନାଗରିକ ତଥା ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ସ୍ୱତନ୍ତ୍ର ଟପ୍‍ଅପ।
6. ସେପ୍ଟେମ୍ବର ୨୦୧୮ରେ ପ୍ରଥମଥର ପାଇଁ ଏହି ସାର୍ବଜନୀନ ବୀମା ଯୋଜନା ଭାରତ ସରକାର ଘୋଷଣା କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ କୋଟି ୭୪ ଲକ୍ଷ ପରିବାରଙ୍କୁ ବୀମାଭୁକ୍ତ କରାଯାଇଥିଲା। ଜାନୁୟାରୀ ୨୦୨୨ ମସିହାରେ ଏହି ସଂଖ୍ୟା ୧୨ କୋଟିରେ ପହଞ୍ଚିଥିଲା। ଗତବର୍ଷ ଅଙ୍ଗପବାଡ଼ି ଓ ଆଶା କର୍ମୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ହିତାଧିକାରୀ ପରିବାରଙ୍କ ସଂଖ୍ୟା ଆହୁରି ୩୭ ଲକ୍ଷ ବୃଦ୍ଧି ପାଇଥିଲା। 
7. ଏବେ ଆୟୁଷ୍ମାର ଭାରତ ଯୋଜନାରେ ୫୫ କୋଟି ଲୋକ ଲାଭ ପାଉଛନ୍ତି।  ସେମାନଙ୍କୁ ଦ୍ୱିତୀୟ ବା ତୃତୀୟ ସ୍ତରର ହସ୍‍ପିଟାଲ୍‍ ଚିକିତ୍ସା ପାଇଁ ଏହି ଅର୍ଥ ପ୍ରଦାନ କରାଯାଉଛି। 
8. ତାଲିକାଭୁକ୍ତ ହସ୍‍ପିଟାଲଗୁଡ଼ିକୁ ଖର୍ଚ୍ଚ ପଇଠରେ ବିଳମ୍ବ ନେଇ ଅନେକ ଅଭିଯୋଗ ଆସିଛି। 
9. ଦିନକୁ ଦିନ ସରକାରୀ ହସ୍‍ପିଟାଲ୍‍ଗୁଡ଼ିକରେ ଗହଳିୀ ବଢ଼ିବା ତଥା ଏଠାରେ ଚିକିତ୍ସା ସୁବିଧା ନମିଳିବା କାରଣରୁ ଅନେକ ଅଭିଯୋଗ ସାମ୍ନାକୁ ଆସୁଥିଲା। ଯାହାକୁ ପ୍ରଶମିତ କରିବାରେ ଆୟୁଷ୍ମାନ ଯୋଜନା ସହାୟକ ହେବ ବୋଲି ଆଶା କରାଯାଇଛି। 
10. ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଏଯାଏ ଲାଗୁ କରାଯାଇ ନାହିଁ। ଏଣୁ ଓଡ଼ିଶାର ବରିଷ୍ଠ ନାଗରିକ ଏହି ସ୍ୱତନ୍ତ୍ର ସ୍ୱାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ହେବେ। କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବା ନେଇ ଘୋଷଣା କରିଥିଲେ। ଏବେ ବିଜେପି ସରକାର ଏହାକୁ ଅବିଳମ୍ବେ ଘୋଷଣା କରିପାରନ୍ତି।
Read More
{}{}