Hindi News >>Home >>Odisha Trending

Ayushman Bharat Yojana: ଏହି ଲୋକଙ୍କୁ ମିଳିବ ବିଶେଷ ଲାଭ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା

Ayushman Bharat Yojana Benefits: ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ବିଷୟରେ ଘୋଷଣା କରିଥିଲେ । ଏହା ଅଧୀନରେ ତାଲିକାଭୁକ୍ତ ଡାକ୍ତରଖାନାଗୁଡ଼ିକରେ ପ୍ରତ୍ୟେକ ପରିବାର ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ପାଆନ୍ତି।

Advertisement
Ayushman Bharat Yojana: ଏହି ଲୋକଙ୍କୁ ମିଳିବ ବିଶେଷ ଲାଭ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା
Soubhagya Ranjan Mishra|Updated: Apr 15, 2024, 02:58 PM IST
Share

Ayushman Bharat Card: ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନଥିବା ଦେଶର ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା କରିଛନ୍ତି । ଏହି ଯୋଜନା ଅଧୀନରେ ସରକାର ହିତାଧିକାରୀଙ୍କୁ, ୫,୦୦,୦୦୦ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବାର ସୁବିଧା ରହିଛି । ଗତକାଲି ବିଜେପି ଲୋକସଭା ନିର୍ବାଚନ ୨୦୨୪ ପାଇଁ ନିଜର ମନିଫେଷ୍ଟୋ ପ୍ରକାଶ କରିଛି, ଯେଉଁଥିରେ ଆୟୁଷ୍ମାନ ଯୋଜନା ସମ୍ପର୍କରେ ଏକ ବଡ ଦାବି କରାଯାଇଛି। ବରିଷ୍ଠ ନାଗରିକଙ୍କୁ ଦୃଷ୍ଟିରେ ରଖି ସେମାନଙ୍କୁ ମାଗଣା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆୟୁଷ୍ମାନ ଭାରତ ଯୋଜନାକୁ ବଢାଇବାକୁ କୁହାଯାଇଛି।

୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଚିକିତ୍ସା
୭୦ ବର୍ଷରୁ ଅଧିକ ବୟସର ସମସ୍ତ ଭାରତୀୟ ବରିଷ୍ଠ ନାଗରିକଙ୍କୁ 'ଆୟୁଷ୍ମାନ ଭାରତ' ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ବିଜେପି ମନିଫେଷ୍ଟୋରେ ପ୍ରତିଶୃତି ଦେଇଛି। ଏହା ସହିତ ସମସ୍ତ ଯୋଗ୍ୟ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ରଖାଯିବ ବୋଲି କୁହାଯାଇଛି। ଏହାପୂର୍ବରୁ ଆୟୁଷ୍ମାନ ଭାରତ କାର୍ଡର ଲାଭ ବିପିଏଲ ବର୍ଗ ଅଧୀନରେ ଆସୁଥିବା ଆର୍ଥିକ ସ୍ୱଚ୍ଛଳ ନଥିବା ନାଗରିକଙ୍କୁ ପ୍ରଦାନ କରାଯାଉଥିଲା ।

ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ଲାଭ
ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରୁଥିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମସ୍ତ ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଘୋଷଣା କରିଥିଲେ। ସେ କହିଥିଲେ ଯେ, ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦିଆଯିବ।

ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା
ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୮ ମସିହାରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ -ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେ) ଅଧୀନରେ ପ୍ରତ୍ୟେକ ପରିବାର ଏମ୍ପାଲେଡ୍ ହସ୍ପିଟାଲରେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଆନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ , ଆୟୁଷ୍ମାନ ଭାରତ ଯୋଜନା ଯୋଜନା ହେଉଛି ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା।

୫୦ କୋଟି ଲୋକ ଲାଭ ପାଇଛନ୍ତି

ଆୟୁଷ୍ମାନ ଭାରତ ଯୋଜନା ଯୋଜନା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ କୋଟି ଲୋକ ଲାଭ ପାଇଛନ୍ତି । ସରକାର କହିଛନ୍ତି ଯେ ଆୟୁଷ୍ମାନ ଭାରତ ଯୋଜନା ଦେଶର ଦାରିଦ୍ର ସୀମାରେଖା ତଲେ ଥିବା ଲୋକଙ୍କୁ ବହୁତ ସାହାଯ୍ୟ କରିଛି ।

Also Read- Guru Gochar 2024: ୧୬ ଦିନ ପରେ ବୃହସ୍ପତି ଚଳନ, ୪ଟି ରାଶି ବ୍ୟକ୍ତିଙ୍କ ଇଚ୍ଛା ହେବ ପୂରା

Also Read- Shukra Gochar 2024: ୨୪ ଏପ୍ରିଲରୁ ବଦଳିବ ୪ରାଶିର ଭାଗ୍ୟ, ମିଳିବ ବିପୁଳ ଲାଭ

Read More
{}{}