Home >>Odisha Trending

Paytm Payments Bank: ପେଟିଏମ୍‍ ପରେ ଆଇଆଇଏଫ୍‍ଏଲ୍‍ର ଋଣ କାରବାର ଉପରେ ପ୍ରତିବନ୍ଧକ: ସ୍ୱର୍ଣ୍ଣ ଋଣ ଦେବାକୁ ମନା କଲା ରିଜର୍ଭ ବ୍ୟାଙ୍କ

Paytm Payments Bank: ଅଣ ବ୍ୟାଙ୍କିଙ୍ଗ୍ ଅର୍ଥ କାରବାର ସଂସ୍ଥା ଆଇଆଇଏଫ୍‍ଏଲ୍‍ର ଋଣ କାରବାରରେ ଅନେକ ସମସ୍ୟା ଦେଖିବାକୁ ପାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏଣୁ ସଂସ୍ଥାକୁ ସ୍ୱର୍ଣ୍ଣ ଋଣ କାରବାରରୁ ନିବୃତ୍ତ ରହିବାକୁ ଆଦେଶ ଦେଇଛି। ଯେତିକି ଋଣ ଦେବା କଥା ତା’ଠୁ କମ୍ପାନୀ ଅଧିକ ଋଣ ପ୍ରଦାନ କରିଥିବା ରିଜର୍ଭ ବ୍ୟାଙ୍କ ତର୍ଜମା ବେଳେ ସ୍ପଷ୍ଟ କରିଛି।

Advertisement
Paytm Payments Bank: ପେଟିଏମ୍‍ ପରେ ଆଇଆଇଏଫ୍‍ଏଲ୍‍ର ଋଣ କାରବାର ଉପରେ ପ୍ରତିବନ୍ଧକ: ସ୍ୱର୍ଣ୍ଣ ଋଣ ଦେବାକୁ ମନା କଲା ରିଜର୍ଭ ବ୍ୟାଙ୍କ
Zee Odisha Desk|Updated: Mar 05, 2024, 02:14 PM IST
Share

Paytm Payments Bank: ଅଣ ବ୍ୟାଙ୍କିଙ୍ଗ୍ ଅର୍ଥ କାରବାର ସଂସ୍ଥା ଆଇଆଇଏଫ୍‍ଏଲ୍‍ର ଋଣ କାରବାରରେ ଅନେକ ସମସ୍ୟା ଦେଖିବାକୁ ପାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏଣୁ ସଂସ୍ଥାକୁ ସ୍ୱର୍ଣ୍ଣ ଋଣ କାରବାରରୁ ନିବୃତ୍ତ ରହିବାକୁ ଆଦେଶ ଦେଇଛି। ଯେତିକି ଋଣ ଦେବା କଥା ତା’ଠୁ କମ୍ପାନୀ ଅଧିକ ଋଣ ପ୍ରଦାନ କରିଥିବା ରିଜର୍ଭ ବ୍ୟାଙ୍କ ତର୍ଜମା ବେଳେ ସ୍ପଷ୍ଟ କରିଛି।

ନିର୍ଦ୍ଧାରିତ ନିୟମକୁ ଉଲ୍ଳଂଘନ କରିବା ଅଭିଯୋଗରେ ଅଣ ବ୍ୟାଙ୍କିଙ୍ଗ୍ ଋଣ ପ୍ରଦାନକାରୀ ସଂସ୍ଥା ଆଇଆଇଏଫ୍‍ଏଲ୍‍କୁ ସ୍ୱର୍ଣ୍ଣ ଋଣ ମଞ୍ଜୁରୀ ଓ ପ୍ରଦାନ ଉପରେ ରୋକ୍‍ ଲାଗାଇବାକୁ ଆଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ। ବିଭିନ୍ନ ନଥିପତ୍ର ଯାଞ୍ଚ ସମୟରେ ଅନିୟମିତତା ଥିବା ଲକ୍ଷ୍ୟ କରି ଆର୍‍ବିଆଇ ଏହି ଆଦେଶ ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ଆଗରେ ଆଇଆଇଏଫ୍‍ଏଲ୍‍ ଅଧିକ ଋଣ ଦେଇଥିବା ସ୍ୱୀକାର କରିଛନ୍ତି। ସୁନା ଓଜନ ଏବଂ ଗୁଣାତ୍ମକ ମାନ ଯାଞ୍ଚ କରିବାରେ ସଂସ୍ଥା ନିୟମ ଉଲ୍ଲଂଘନ କରିଥିବା ଆରବିଆଇ କହିଛି। ଏହାଦ୍ୱାରା ଋଣ ମଞ୍ଜୁରୀ ଏବଂ ଅକ୍ସନରେ ନିୟମ ଉଲ୍ଲଂଘନ ହୋଇଛି।

ଏହାସହ କମ୍ପାନୀ ଯେତିକି ଋଣ ପରିମାଣ ଅନୁସାରେ ଦେବା କଥା ତାହାଠୁ ଅଧିକ ଋଣ ପ୍ରଦାନ କରିଛି। ଗ୍ରାହକଙ୍କୁ ଦିଆଯାଉଥିବା ରିଆତିରେ ମଧ୍ୟ ଅନିୟମିତା ରହିଛି। କମ୍ପାନୀ ନଗଦ କାରବାର କରୁଥିବା ନଜରକୁ ଆସିଛି। ଏହିସବୁ କାର୍ଯ୍ୟ ନିୟମ ଉଲ୍ଲଂଘନ କରିବା ସହ ଗ୍ରାହକଙ୍କ ଆଗ୍ରହ ଉପରେ ପ୍ରଭାବ ପକାଉଥିବା କହିଛି ଆର୍‍ବିଆଇ।

Read More
{}{}