Hindi News >>Home >>Odisha Trending

Bangladesh Crisis: ଦେଶ ଛାଡ଼ିଲେ ଶେଖ ହସିନା, ଜେଲରୁ ମୁକୁଳିଲେ ଭାରତ ବିରୋଧୀ ଖାଲିଦା; ଜାଣନ୍ତୁ କଣ ରହିଛି ବାଂଲାଦେଶ ଅପଡେଟ

ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସମସ୍ତଙ୍କୁ ସେନାକୁ ସାହାଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ବାଂଲାଦେଶୀ ସମ୍ବାଦ ସଂଗଠନ ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ବାଂଲାଦେଶର ରିପୋର୍ଟ ଅନୁଯାୟୀ, ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ସେନା ମୁଖ୍ୟ ମଧ୍ୟ ନାଗରିକ ସମାଜର ପ୍ରତିନିଧୀ ତଥା କିଛି ବିରୋଧୀଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ। ଖବର ଅନୁଯାୟୀ ହାସିନାଙ୍କ ପାର୍ଟି ଆୱାମୀ ଲିଗର କେହି ଏହି ସଭାରେ ଉପସ୍ଥିତ ନଥିଲେ।

Advertisement
Bangladesh Crisis: ଦେଶ ଛାଡ଼ିଲେ ଶେଖ ହସିନା, ଜେଲରୁ ମୁକୁଳିଲେ ଭାରତ ବିରୋଧୀ ଖାଲିଦା; ଜାଣନ୍ତୁ କଣ ରହିଛି ବାଂଲାଦେଶ ଅପଡେଟ
Prabhudatta Moharana|Updated: Aug 06, 2024, 06:57 AM IST
Share

Bangladesh Crisis: ନୂଆଦିଲ୍ଲୀ: ଶେଖ ହସିନାଙ୍କ ଇସ୍ତଫା ଏବଂ ଦେଶ ଛାଡି ପଳାଇବା ପରେ ବାଂଲାଦେଶରେ ହିଂସା ମାମଲାକୁ ନେଇ ଅନେକ ଅପଡେଟ ସାମ୍ନାକୁ ଆସୁଛି। ଶେଖ ହସିନା ବର୍ତ୍ତମାନ ଭାରତରେ ଅଛନ୍ତି। ସେ ଲଣ୍ଡନରେ ଆଶ୍ରୟ ନେବେ ବୋଲି ଅନେକ ରିପୋର୍ଟ ଦାବି କରୁଛି। ପଡୋଶୀ ଦେଶରେ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ଘଟଣାବଳୀ ମଧ୍ୟରେ ଆଉ ଏକ ବଡ଼ ଖବର ଆସିଛି। ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ନିର୍ଦ୍ଦେଶ ଦେଇଛନ୍ତି ଯେ ଜେଲରେ ଥିବା ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ। 

ସେହିପରି ଇଣ୍ଡିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ ବିରୋଧୀ ଦଳର ସଦସ୍ୟଙ୍କ ସହ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପ୍ରେସ ବିଜ୍ଞପ୍ତି ଜରିଆରେ କୁହାଯାଇଛି ଯେ ରାଷ୍ଟ୍ରପତି ଶାହାବୁଦ୍ଦିନ ସର୍ବସମ୍ମତି କ୍ରମେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ର ସଭାପତି ବେଗମ ଖାଲିଦା ଜିଆଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ସଭାରେ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ, ନୌସେନା ଏବଂ ବାୟୁସେନା ମୁଖ୍ୟ ତଥା ବିଏନପି, ଜମାତ-ଇ-ଇସଲାମି ପାର୍ଟି ସମେତ ବହୁ ବିରୋଧୀ ଦଳର ବରିଷ୍ଠ ନେତା ଯୋଗ ଦେଇଥିଲେ। 

ଏଠାରେ କହି ରଖୁ କି ଖାଲିଦା ଜିଆ ହେଉଛନ୍ତି ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ମୁଖ୍ୟ, ଯାହାକି ହସିନାଙ୍କ ଆୱାମୀ ଲିଗର ମୁଖ୍ୟ ବିରୋଧୀ ଦଳ। ଏହି ଜେଲରେ ଥିବା ନେତା ଶେଖ ହସିନାଙ୍କ ଜଣେ ଦୃଢ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଏ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାଂଲାଦେଶ ସହ ଭାରତର ସମ୍ପର୍କ ଭଲ ନଥିଲା। ଏକ ଦୁର୍ନୀତି ମାମଲାରେ ୧୭ ବର୍ଷ ଜେଲ ଦଣ୍ଡ ପାଇବା ପରେ ଜିଆଙ୍କୁ ୨୦୧୮ରେ ଜେଲ ପଠାଇ ଦିଆଯାଇଥିଲା। ୭୮ ବର୍ଷିୟ ଖାଲିଦା ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେନା ମୁଖ୍ୟ କଣ କହିଛନ୍ତି
ଏକ ଜରୁରୀକାଳୀନ ପରିସ୍ଥିତି ମଧ୍ୟରେ ସାମ୍ବାଦିକ ସମ୍ମିଳନୀରେ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ସୂଚନା ଦେଇଛନ୍ତି ଯେ ଦେଶ ଦେଇ ଗତି କରୁଥିବା ଜଟିଳ ସମୟକୁ ଦୃଷ୍ଟିରେ ରଖି ସେ ନିର୍ଦ୍ଦେଶ ଦେଇଛନ୍ତି। ୱାକର କହିଛନ୍ତି, ଆମେ ସମସ୍ତଙ୍କ ସହ ଆଲୋଚନା କରିଛୁ। ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଦେଶରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖନ୍ତୁ। ମୋତେ ବିଶ୍ୱାସ କରନ୍ତୁ। ଆମେ ସମସ୍ତେ ଏକାଠି କାମ କରିବୁ। ହିଂସା ଦ୍ୱାରା କୌଣସି ଜିନିଷ ହାସଲ ହେବ ନାହିଁ। ଆମେ ସବୁ ସମସ୍ୟାର ସମାଧାନ କରିବୁ। ମୁଁ ସେନା ଏବଂ ପୋଲିସକୁ ଗୁଳି ନ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଁ ବର୍ତ୍ତମାନ ଦାୟିତ୍ୱ ନେଉଛି। ଆମେ ରାଷ୍ଟ୍ରପତିଙ୍କ ନିକଟକୁ ଯାଇ ଦେଶର ନେତୃତ୍ୱ ନେବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବାକୁ କହିବୁ ବୋଲି ସେ କହିଛନ୍ତି।

ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସମସ୍ତଙ୍କୁ ସେନାକୁ ସାହାଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ବାଂଲାଦେଶୀ ସମ୍ବାଦ ସଂଗଠନ ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ବାଂଲାଦେଶର ରିପୋର୍ଟ ଅନୁଯାୟୀ, ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ସେନା ମୁଖ୍ୟ ମଧ୍ୟ ନାଗରିକ ସମାଜର ପ୍ରତିନିଧୀ ତଥା କିଛି ବିରୋଧୀଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ। ଖବର ଅନୁଯାୟୀ ହାସିନାଙ୍କ ପାର୍ଟି ଆୱାମୀ ଲିଗର କେହି ଏହି ସଭାରେ ଉପସ୍ଥିତ ନଥିଲେ।

Read More
{}{}