Hindi News >>Home >>Odisha Trending

Bangladesh MP Murder Case: ବାଂଲାଦେଶର ସାଂସଦଙ୍କୁ ଏଭଳି ନିର୍ମମ ହତ୍ୟା! ଜାଣିଲେ ଟାଙ୍କୁରି ଉଠିବ ଲୋମ

Bangladesh MP Murder Case:  ପ୍ରଥମେ ପିଟିପିଟି ତାଙ୍କୁ ହତ୍ୟା କରାଯାଇଥିଲା। ପରେ ହତ୍ୟାକାରୀମାନେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ହାଡ ଭାଙ୍ଗି ସମସ୍ତ ଜିନିଷ ବ୍ୟାଗରେ ପ୍ୟାକ୍ କରି ଦାହ କରିବା ପାଇଁ ଛାଡିଥିଲେ। ଉଭୟ ବ୍ୟାଗ କେଉଁଠାରେ ପକାଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Advertisement
Bangladesh MP Murder Case: ବାଂଲାଦେଶର ସାଂସଦଙ୍କୁ ଏଭଳି ନିର୍ମମ ହତ୍ୟା! ଜାଣିଲେ ଟାଙ୍କୁରି ଉଠିବ ଲୋମ
Priyambada Rana|Updated: May 24, 2024, 01:46 PM IST
Share

Bangladesh MP Murder Case: ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କ ହତ୍ୟା ମାମଲାରେ କୋଲକାତା ପୋଲିସକୁ ଆଉ କିଛି ନୂଆ ତଥ୍ୟ ମିଳିଛି। ତାଙ୍କୁ ହନିଟ୍ରାପରେ ଫସାଇ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ସାଂସଦଙ୍କୁ ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ବ୍ୟାଗରେ ରଖାଯାଇ ଫୋପାଡି ଦିଆଯାଇଥିବା କହିଛି ପୋଲିସ। ଆମେରିକାରେ ରହୁଥିବା ତାଙ୍କର ଜଣେ ସାଙ୍ଗ ତାଙ୍କର ହତ୍ୟା କରିବା ୫ କୋଟି ଟଙ୍କାର ସୁପାରି ଦେଇଥିବା କୁହାଯାଉଛି। ସାଂସଦଙ୍କୁ ଜଣେ ମହିଳାଙ୍କ ପ୍ରେମ ଜାଲରେ ଫସାଯାଇ ଏପରି ନାରକୀୟ କାଣ୍ଡ କରାଯାଇଥିବା କହିଛି ପୋଲିସ।

ଯଦିଓ ମୃତଦେହ ଏପର୍ଯ୍ୟନ୍ତ ମିଳିନାହିଁ, ତଥାପି ପୋଲିସ ବାଂଲାଦେଶ ସୀମାରୁ ଜଣେ ଯୁବକଙ୍କୁ ଗିରଫ କରିଛି ଯାହାର ନାମ ଜିହାଦ ହାଭିଲଦାର। ସେ ବାଂଲାଦେଶର ଖୁଲନା ଗାଁର ବାସିନ୍ଦା ଏବଂ ବୃତ୍ତିରେ ଜଣେ କଂସେଇ। ତାଙ୍କୁ ପଚରାଉଚରା କରିବାରୁ ସେ ସାଂସଦଙ୍କ ହତ୍ୟା କାହାଣୀ ବର୍ଣ୍ଣନା କରିଥିଲେ। ପଶ୍ଚିମବଙ୍ଗ ସିଆଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସାଂସଦଙ୍କୁ ୪ ଜଣ ଏକାଠି ମିଶି ହତ୍ୟା କରିଛନ୍ତି। ପ୍ରଥମେ ପିଟିପିଟି ତାଙ୍କୁ ହତ୍ୟା କରାଯାଇଥିଲା। ପରେ ହତ୍ୟାକାରୀମାନେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ହାଡ ଭାଙ୍ଗି ସମସ୍ତ ଜିନିଷ ବ୍ୟାଗରେ ପ୍ୟାକ୍ କରି ଦାହ କରିବା ପାଇଁ ଛାଡିଥିଲେ। ଉଭୟ ବ୍ୟାଗ କେଉଁଠାରେ ପକାଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ପଶ୍ଚିମବଙ୍ଗ ସିଆଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଜିହାଦ କହିଛନ୍ତି ଯେ ବ୍ୟବସାୟରେ ବିବାଦ କାରଣରୁ ସାଂସଦଙ୍କ ଘନିଷ୍ଠ ବନ୍ଧୁ ଅଖତରଜୁମାନ ତାଙ୍କୁ ହତ୍ୟା କରିଛନ୍ତି। ଏଥିପାଇଁ ସେ ୫ କୋଟି ଟଙ୍କା ମୂଲ୍ୟର ଏକ ବିଟ କଏନ ଦେଇଥିଲେ। ଯେଉଁ ମହିଳାଙ୍କ ମାଧ୍ୟମରେ ବାଂଲାଦେଶୀ ସାଂସଦ ଏହି ହନିଟ୍ରାପରେ ଫସିଥିଲେ, ସେ ମହିଳା ଜଣଙ୍କ ସାଂସଦଙ୍କ ବନ୍ଧୁଙ୍କ ନିକଟତର ଅଟନ୍ତି। ସିସିଟିଭିରେ ଦେଖାଯାଇଥିବା ଲୋକଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି, କାରଣ ୨ ଦିନ ପରେ ସେମାନେ ଦୁଇଟି ବଡ଼ ସୁଟକେସ ନେଇ ଯାଉଥିବା ଦେଖାଯାଇଥିଲା।

ବାଂଲାଦେଶ ସଂସଦର ୱେବସାଇଟ୍ ଅନୁଯାୟୀ ଅଜିମ ବାଂଲାଦେଶ ଆୱାମୀ ଲିଗର ସଦସ୍ୟ ଥିଲେ। ସେ ତିନିଥର ସାଂସଦ ଥିଲେ। ଅଜିମ ଖୁଲନା ବିଭାଗର ମଧୁଗୁଞ୍ଜର ବାସିନ୍ଦା ଥିଲେ। ସାଂସଦ ହେବା ବ୍ୟତୀତ ସେ ଜଣେ ବ୍ୟବସାୟୀ ଓ କୃଷକ ଭାବରେ ମଧ୍ୟ ପରିଚିତ ହୋଇଥିଲେ। ସେ ବିଧାନସଭା-୮୪ ରୁ ସାଂସଦ ଥିଲେ।

Read More
{}{}