Hindi News >>Home >>Odisha Trending

Bangladesh Violence: ଏହି କ୍ରିକେଟରଙ୍କ ଘର ଜାଳିଦେଲେ ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ବାଂଲାଦେଶର ଅବସ୍ଥା କ୍ରମାଗତ ଭାବେ ବିଗିଡିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶେଖ ହସିନା ଦେଶ ଛାଡିଛନ୍ତି। ସେ ଭାରତରେ ପହଞ୍ଚିଛନ୍ତି। ଏହି ସମୟରେ ଦେଶରେ ହିଂସାକାଣ୍ଡର ଶିକାର ହୋଇଛନ୍ତି ଭେଟେରାନ କ୍ରିକେଟର ମଶରଫେ ମୁର୍ତ୍ତଜା। ଆନ୍ଦୋଳନକାରୀମାନେ ପୂର୍ବତନ ଅଧିନାୟକଙ୍କ ଘରେ ନିଆଁ ଲଗାଇ ଦେଇଥିବାର ଖ

Advertisement
Bangladesh Violence: ଏହି କ୍ରିକେଟରଙ୍କ ଘର ଜାଳିଦେଲେ ଆନ୍ଦୋଳନକାରୀ
Prabhudatta Moharana|Updated: Aug 06, 2024, 07:16 AM IST
Share

Bangladesh Violence: ନୂଆଦିଲ୍ଲୀ: ବାଂଲାଦେଶର ଅବସ୍ଥା କ୍ରମାଗତ ଭାବେ ବିଗିଡିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶେଖ ହସିନା ଦେଶ ଛାଡିଛନ୍ତି। ସେ ଭାରତରେ ପହଞ୍ଚିଛନ୍ତି। ଏହି ସମୟରେ ଦେଶରେ ହିଂସାକାଣ୍ଡର ଶିକାର ହୋଇଛନ୍ତି ଭେଟେରାନ କ୍ରିକେଟର ମଶରଫେ ମୁର୍ତ୍ତଜା। ଆନ୍ଦୋଳନକାରୀମାନେ ପୂର୍ବତନ ଅଧିନାୟକଙ୍କ ଘରେ ନିଆଁ ଲଗାଇ ଦେଇଥିବାର ଖବର ସାମ୍ନାକୁ ଆସିଛି। ମୁର୍ତାଜା ଜଣେ ଆୱାମୀ ଲିଗ୍ ସାଂସଦ ରହିଛନ୍ତି। ସେ ଦୀର୍ଘ ଦିନ ଧରି ଶେଖ ହସିନାଙ୍କ ପାର୍ଟି ସହ ଜଡିତ ଥିଲେ। 

ଶେଖ ହସିନା ଦେଶ ଛାଡିବା ପରେ ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଦଖଲ କରିନେଇଛନ୍ତି। ସେମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବହୁ ଭଙ୍ଗାରୁଜା କରିଥିଲେ। ଅନେକ ଜିନିଷ ଲୁଟି ନେଇଥିବାର ଖବର ରହିଛି। ବିକ୍ଷୋଭକାରୀମାନେ ଏବେ ଢାକାରେ ପହଞ୍ଚି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଜେସିବି ବ୍ୟବହାର କରି ସେମାନେ ଢାକାର ବିଭିନ୍ନ ସ୍ଥାନରେ ସ୍ଥାପିତ ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଏହା ବ୍ୟତୀତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଲଗାଯାଇଥିବା ଶେଖ ହସିନାଙ୍କ ଫଟୋ ମଧ୍ୟ ଚିରି ଦିଆଯାଉଛି।

ମଶ୍ରାଫେ ମୋର୍ତ୍ତଜା ହେଉଛନ୍ତି ସେହି ଖେଳାଳି ଯିଏକି ODI ରେ ସର୍ବାଧିକ ସଂଖ୍ୟକ ମ୍ୟାଚରେ ବାଂଲାଦେଶ ଦଳର ଅଧିନାୟକ ରହିଛନ୍ତି। ତାଙ୍କ ନେତୃତ୍ୱରେ ବାଂଲାଦେଶୀ ଦଳ ୨୦୧୦ ରୁ ୨୦୨୦ ମଧ୍ୟରେ ୮୮ଟି ମ୍ୟାଚ୍ ଖେଳିଥିଲେ। ଏହି ଅବଧି ମଧ୍ୟରେ ଦଳ ୫୦ଟି ମ୍ୟାଚ୍ ଜିତିଥିବା ବେଳେ ୩୬ଟି ହାରିଥିଲା।​ ମୋର୍ତ୍ତାଜାଙ୍କ ଅଧିନାୟକତ୍ୱରେ ୨ଟି ମ୍ୟାଚରେ କୌଣସି ଫଳାଫଳ ମିଳି ନଥିଲା। ସେ ୨୦୦୯ରେ ଏକ ଟେଷ୍ଟ ମ୍ୟାଚ୍ ଅଧିନାୟକ ହେବାର ସୁଯୋଗ ପାଇଥିଲେ। ଏହି ମ୍ୟାଚରେ ବାଂଲାଦେଶ ବିଜୟ ହାସଲ କରିଥିଲା। ୨୦୧୪ ରୁ ୨୦୧୭ ପର୍ଯ୍ୟନ୍ତ ସେ ୨୮ ଟି-୨୦ ମ୍ୟାଚରେ ମଧ୍ୟ ଅଧିନାୟକ ହୋଇଥିଲେ। ଦଳ ୧୦ଟି ଜିତିଥିବା ବେଳେ ୧୭ଟି ହାରିଛି। ଗୋଟିଏ ମ୍ୟାଚରେ କୌଣସି ଫଳାଫଳ ନଥିଲା।

Also Read: Bangladesh Crisis: ଦେଶ ଛାଡ଼ିଲେ ଶେଖ ହସିନା, ଜେଲରୁ ମୁକୁଳିଲେ ଭାରତ ବିରୋଧୀ ଖାଲିଦା; ଜାଣନ୍ତୁ କଣ ରହିଛି ବାଂଲାଦେଶ ଅପଡେଟ

Read More
{}{}