Hindi News >>Home >>Odisha Trending

Bank Holiday: ନଭେମ୍ବରରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ଛୁଟି ତାଲିକାକୁ ୩ଟି କ୍ୟାଟାଗୋରୀରେ ରଖିଥାଏ। ନେଗୋସିଏବୁଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ ଅନୁଯାୟୀ ଛୁଟି, ନେଗୋସିଏବୁଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ ଓ ରିଅଲ ଟାଇମ ଗ୍ରହସ ସେଟଲେମେଣ୍ଟ ହଲିଡେ ଓ ବ୍ୟାଙ୍କ ଖାତାକୁ ବନ୍ଦ କରିବା ପାଇଁ ଛୁଟି ରଖାଯାଇଛି। 

Advertisement
Bank Holiday: ନଭେମ୍ବରରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ
Prabhudatta Moharana|Updated: Nov 01, 2024, 07:01 AM IST
Share

Bank Holiday: ନୂଆଦିଲ୍ଲୀ: ଦୀପାବଳୀ ପାଳନ ସମେତ ଅକ୍ଟୋବର ମାସ ଶେଷ ହୋଇଛି। ନଭେମ୍ବର ମାସ ଆରମ୍ଭ ହୋଇଯାଇଛି। ରାଜ୍ୟର ଛୁଟି ଓ ସାପ୍ତାହିକ ଛୁଟି ସମେତ ଦେଶରେ ବ୍ୟାଙ୍କ ନଭେମ୍ବର ମାସରେ ୧୩ ଦିନ ବନ୍ଦ ରହିବ। ଯଦିଓ ମୋବାଇଲ ଓ ଇଣ୍ଟରନେଟ ବ୍ୟାଙ୍କିଂ ସୁବିଧା ଉପଲବ୍ଧ ହେବ। ତେବେ ଛୁଟି ପାଇଁ ବ୍ୟଙ୍କର ବ୍ରାଞ୍ଚ ଗୁଡିକ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଛୁଟି କ୍ୟାଲେଣ୍ଡର ଲିଷ୍ଟ ରାଜ୍ୟ ଓ ଦେଶର ଜାରି ହୋଇଛି। ଜାଣିନିଅନ୍ତୁ ନଭେମ୍ବର ୨୦୨୪ରେ କେତେ ଦିନ ବ୍ୟାଙ୍କ ବନ୍ଦ ରହିବ। 

ଏହା ବ୍ୟତୀତ ରାଜ୍ୟ ଗୁଡ଼ିକରେ ଏକ ସଙ୍ଗେ ବନ୍ଦ ରହିବ ନାହିଁ। ରାଜ୍ୟର ଛୁଟି ଗୁଡ଼ିକ ଉକ୍ତ ରାଜ୍ୟର ପର୍ବ ଅନୁଯାୟୀ ବ୍ୟାଙ୍କ ବନ୍ଦ ରହିବ। ଉଦାହରଣ ସ୍ୱରୂପ ବେଙ୍ଗାଲୁରୁରେ କନକଦାସ ଜୟନ୍ତୀ ବ୍ୟାଙ୍କ ବନ୍ଦ ରହିବ କିନ୍ତୁ ଅଗରତାଲାରେ ସେହି କାରଣ ପାଇଁ ବ୍ୟାଙ୍କ ବନ୍ଦ ରହିବ ନାହିଁ। 

ଏହି ଦିନ ବନ୍ଦ ରହିବ ବ୍ୟାଙ୍କ
1 ନଭେମ୍ବର 2024: ଦୀପାବଳୀ ଅମାବାସ୍ୟା(ଲକ୍ଷ୍ମୀ ପୂଜା)/ଦୀପାବଳୀ/କୁଟ/କନ୍ନଡ଼ ରାଜ୍ୟୋତ୍ସବ
2 ନଭେମ୍ବର 2024: ଦୀପାବଳୀ/ବାଲିପଦମୀ/ଲକ୍ଷ୍ମୀପୂଜା(ଦୀପାବଳୀ)/ଗୋବର୍ଦ୍ଧନ ପୂଜା/ ବିକ୍ରମ ସାୱନ୍ତ ନବବର୍ଷ ପାଳନ
7 ନଭେମ୍ବର 2024: ଛଠ ପୂଜା
8 ନଭେମ୍ବର 2024: ଛଠ ପୂଜା/ବଙ୍ଗଳା ମହୋତ୍ସବ
12 ନଭେମ୍ବର 2024: ଇଗାସ ବଗ୍ୱାଲ
15 ନଭେମ୍ବର 2024: ଗୁରୁ ନାନକ ଜୟନ୍ତି/କାର୍ତ୍ତିକ ପୂର୍ଣ୍ଣିମା/ରାହସ ପୂର୍ଣ୍ଣିମା
18 ନଭେମ୍ବର 2024: କନକଦାସ ଜୟନ୍ତୀ
23 ନଭେମ୍ବର 2024: ସଙ୍ଗ କୁଟସନେମ

ସାପ୍ତାହିକ ଛୁଟି ତାଲିକା
3/10/17/24 ନଭେମ୍ବର 2024: ରବିବାର ସାପ୍ତାହିକ ଛୁଟି
9 ନଭେମ୍ବର 2024: ଦ୍ୱିତୀୟ ଶନିବାର ପାଇଁ ଛୁଟି
23 ନଭେମ୍ବର 2024: ଚତୁର୍ଥ ଶନିବାର ପାଇଁ ଛୁଟି

ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ଛୁଟି ତାଲିକାକୁ ୩ଟି କ୍ୟାଟାଗୋରୀରେ ରଖିଥାଏ। ନେଗୋସିଏବୁଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ ଅନୁଯାୟୀ ଛୁଟି, ନେଗୋସିଏବୁଲ ଇନଷ୍ଟ୍ରୁମେଣ୍ଟ ଆକ୍ଟ ଓ ରିଅଲ ଟାଇମ ଗ୍ରହସ ସେଟଲେମେଣ୍ଟ ହଲିଡେ ଓ ବ୍ୟାଙ୍କ ଖାତାକୁ ବନ୍ଦ କରିବା ପାଇଁ ଛୁଟି ରଖାଯାଇଛି। ଏଠାରେ ଧ୍ୟାନ ଦିଆୟାଇପାରେ କି ବିଭିନ୍ନ ରାଜ୍ୟର ବ୍ୟାଙ୍କ ଛୁଟି ଭିନ୍ନ ଭିନ୍ନ ହୋଇଥାଏ। ଫଳରେ ସମସ୍ତ ବ୍ୟାଙ୍କ କମ୍ପାନୀ ଏହାକୁ ପାଳନ କରିବା ପାଇଁ ବାଧ୍ୟତାମୂଳକ ହୋଇନଥାଏ। 

Read More
{}{}