Ayodhya Ram Mandir Bhandara: ଜାନୁଆରୀ ୨୨ ତାରିଖ ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ସମ୍ପନ୍ନ ହୋଇଛି ପ୍ରାଣ ପ୍ରତିଷ୍ଠା ସାମରୋହ। ଏହି ଅବସରରେ ସମଗ୍ର ଭାରତ ବର୍ଷ ରାମମୟ ହୋଇ ଉଠିଥିଲା। ଦେଶର କୋଣ ଅନୁକୋଣରେ କେବଳ ରାମ ନାମ ପ୍ରତିଧ୍ୱନିତ ହୋଇଥିଲା। ଏପରିକି ସମଗ୍ର ଦେଶରେ ରାମଜ୍ୟୋତି ନାମରେ ଏକ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯାହା ଦୀପାବଳି ଭାବେ ପାଳିତ ହୋଇଥିଲା।
ଅନ୍ୟପକ୍ଷରେ ପ୍ରତ୍ୟେକ ରାମ ଭକ୍ତଙ୍କ ମନ ମଧ୍ୟ ଅତ୍ୟନ୍ତ ଭାବପ୍ରବଣ ହୋଇ ଉଠିଥିଲା। କାରଣ ସେମାନେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ। ପ୍ରାଣ ପ୍ରତିଷ୍ଠା ସାମରୋହ ଅବସରରେ ଏପରି ଅନୁଭବ ହୋଇଥିଲା ଯେ ଲାଗୁଛି ଯେପରି ଅଯୋଧ୍ୟା ନଗରୀକୁ ପୁନର୍ବାର ତ୍ରେତୟା ଯୁଗ ଫେରିଆସିଛି। ଅନ୍ୟପଟେ ଅଯୋଧ୍ୟା ପରିଦର୍ଶନରେ ଆସୁଥିବା ଭକ୍ତଙ୍କ ପାଇଁ ଭଣ୍ଡାରା କାର୍ଯ୍ୟକ୍ରମ ଅନେକ ମାସ ଧରି ଚାଲିଆସୁଛି। ବର୍ତ୍ତମାନ ଭଣ୍ଡାରା କାର୍ଯ୍ୟକ୍ରମକୁ ନେଇ ଆସିଛି ଏକ ବଡ଼ ଖବର। ଏନେଇ କୁହାଯାଉଛି ଏହି ଭଣ୍ଡାର ମଧ୍ୟରୁ ଅନେକ ଚଳିତ ବର୍ଷ ଅପ୍ରେଲ ୧୭ ତାରିଖ ରାମ ନବମୀ ପର୍ଯ୍ୟନ୍ତ ଚାଲିବ।
ବର୍ତ୍ତମାନ ଅଯୋଧ୍ୟା ନଗରୀରେ ୫ ଶହରୁ ଅଧିକ ଛୋଟ ବଡ ରୋଷେଇ ଚାଲୁଛି। ଏହା କୁହାଯାଇପାରେ ଯେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଆସୁଥିବା ରାମ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସମଗ୍ର ଅଯୋଧ୍ୟା ସୀତା ରୋଷେଇରେ ପରିଣତ ହୋଇଛି। ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ସୀତା ରୋଷେଇରୁ ପ୍ରସାଦ ସେବନ କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ମଧ୍ୟ ଏହି ସମସ୍ତ ଭଣ୍ଡାରା କିମ୍ବା ରୋଷେଇ ବନ୍ଦ ରହିବ ନାହିଁ। ବରଂ ଏହି ଭଣ୍ଡାରା ମଧ୍ୟରୁ ଅନେକ ରାମ ନବମୀ ପର୍ଯ୍ୟନ୍ତ ଚାଲିବେ। ଯାହାଦ୍ୱାରା ଏହି ସମୟ ମଧ୍ୟରେ ଦେଶ ବିଦେଶରୁ ଅଯୋଧ୍ୟା ଦର୍ଶନରେ ଆସୁଥିବା ରାମଭକ୍ତ ସହଜରେ ଖାଦ୍ୟ ଖାଇପାରିବେ।
ଦୈନିକ ୨ ଲକ୍ଷ ରାମ ଭକ୍ତ କରିବେ ପ୍ରସାଦ ସେବନ
ଅଯୋଧ୍ୟା ନଗରୀରେ ପ୍ରାୟ ୫୦ ଭଣ୍ଡାରା କାର୍ଯ୍ୟକ୍ରମ ରାମ ନବମୀ ପର୍ଯ୍ୟନ୍ତ ଜାରି ରହିବ। ଯାହା ମାଧ୍ୟମରେ ଦୈନିକ ୨ ଲକ୍ଷ ରାମ ଭକ୍ତ ପ୍ରସାଦ ସେବନ କରିପାରିବେ। ଭଣ୍ଡାରା କାର୍ଯ୍ୟକ୍ରମ ପାଇଁ ମାସ ମାସ ଧରି ଦେଶର ବିଭିନ୍ନ ସ୍ଥାନରୁ ଟ୍ରକ୍ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ଆସୁଛି।
ଭଣ୍ଡାରା କାର୍ଯ୍ୟକ୍ରମର ପ୍ରସାଦ ମଧ୍ୟ ସ୍ୱତନ୍ତ୍ର
ଅଯୋଧ୍ୟା ନଗରୀରେ ଜାରି ରହିଥିବା ଭଣ୍ଡାରା କାର୍ଯ୍ୟକ୍ରମର ପ୍ରସାଦ ମଧ୍ୟ ବହୁତ ସ୍ୱତନ୍ତ୍ର। ଯେଉଁଠାରେ ପ୍ରତି ୨-୩ ଘଣ୍ଟାରେ ଖାଦ୍ୟ ପରିବର୍ତ୍ତିତ ହୋଇଥାଏ। ଏହା ବ୍ୟତୀତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଭକ୍ତଙ୍କ ବିଭିନ୍ନ ଖାଦ୍ୟ ଅଭ୍ୟାସକୁ ବିଚାରକୁ ନେଇ ଖାଦ୍ୟକୁ ମଧ୍ୟ ବିଶେଷ ରଖାଯାଇଛି। ଭଣ୍ଡାରା କାର୍ଯ୍ୟକ୍ରମ ପ୍ରସାଦରେ ବିଭିନ୍ନ ଅଞ୍ଚଳର ଲୋକପ୍ରିୟ ଖାଦ୍ୟ ଅନ୍ତର୍ଭୂକ୍ତ ରହିଛି। ଯେପରିକି ପଞ୍ଜାବୀ ଛୋଲେ ଭାଟୁରେ ଏବଂ ଛୋଲେ କୁଲଚେ, ଦକ୍ଷିଣ ଭାରତୀୟ ଇଡଲି-ଦୋସା ସହ ଉତପମ୍, ଦିଲ୍ଲୀର ରାଜମା ଚାଉଳ, କଢି ଚାଉଳ ସହ ପୁରୀ-ତରକାରୀ ଖାଦ୍ୟ ପର୍ଯ୍ୟନ୍ତ ସବୁକିଛି ଉପଲବ୍ଧ ରହିଛି।