Hindi News >>Home >>Odisha Trending

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତରତ୍ନ

ବିଶିଷ୍ଟ ସମାଜସେବୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ।  ୭୫ତମ ସାଧାରଣତନ୍ତ୍ର ଦିବସ ତଥା ତାଙ୍କ ଜନ୍ମ ଶତବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଏପରି ଏକ  ବଡ଼ ଘୋଷଣା କରିଛନ୍ତି ଭାରତ ସରକାର।

Advertisement
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତରତ୍ନ
Soubhagya Ranjan Mishra|Updated: Jan 23, 2024, 08:47 PM IST
Share

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁର (Former cm karpuri thakur)ଙ୍କୁ ମିଳିବ ଭାରତ ରତ୍ନ।  ୭୫ତମ ସାଧାରଣତନ୍ତ୍ର ଦିବସ ତଥା ତାଙ୍କ ଜନ୍ମ ଶତବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଏପରି ଏକ  ବଡ଼ ଘୋଷଣା କରିଛନ୍ତି ଭାରତ ସରକାର। ରାଷ୍ଟ୍ରପତି ଭବନ ପକ୍ଷରୁ ତାଙ୍କୁ ମରୋଣତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଏହି ଘୋଷଣା କରାଯାଇଛି। 

‘ଭାରତ ରତ୍ନ’ ହେଉଛି ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ବେସାମରିକ ସମ୍ମାନ। ଏପର୍ଯ୍ୟନ୍ତ ୪୮ ଜଣଙ୍କୁ ଏହି ସମ୍ମାନ ମିଳିଛି। ଶେଷଥର ପାଇଁ ୨୦୧୯ ମସିହାରେ ମୋଦୀ ସରକାରଙ୍କ ଦ୍ୱାରା ପ୍ରଣବ ମୁଖାର୍ଜୀ,  ଭୂପେନ ହଜାରିକା ଏବଂ ନାନାଜୀ ଦେଶମୁଖଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ୫ ବର୍ଷ ପରେ ୨୦୨୪ରେ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। 

କର୍ପୂରୀଙ୍କ ଜନ୍ମ ବିହାରର ସମଷ୍ଟିପୁରରେ ହୋଇଥିଲା। ଦୁଇଥର ସେ ମୁଖ୍ୟମନ୍ତ୍ରୀ ଥିଲେ। ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ରହିଥିଲା। ଏଣୁ ତାଙ୍କୁ ଲୋକେ ଶ୍ରଦ୍ଧାରେ ଜନନାୟକ ବୋଲି ସମ୍ବୋଧନ କରୁଥିଲେ। ଫେବୃୟାରୀ ୧୭, ୧୯୮୮ ମସିହାରେ ତାଙ୍କା ଦେହାନ୍ତ ହୋଇଥିଲା।

Also Read- ରାଉରକେଲାରେ ବନ ବିଭାଗର ରେଡ୍, ୮୨ ଶୁଆ ଜବତ, ୨ଗିରଫ

Also Read- ୩୦ ବର୍ଷ ପରେ ମୌନବ୍ରତ ଭାଙ୍ଗିଲେ ସରସ୍ୱତୀ ଦେବୀ, କହିଲେ 'ସୀତା... ରାମ...'

Read More
{}{}