Bhoot Amavasya 2024: ହିନ୍ଦୁ ବର୍ଷର ଶେଷ ଅମାବାସ୍ୟା ଅପ୍ରେଲ ୮ ତାରିଖ ସୋମବାର ହେବାକୁ ଯାଉଛି। ଏହି ଅମାବାସ୍ୟା ଚୈତ୍ର ମାସର କୃଷ୍ଣ ପକ୍ଷରେ ପଡୁଛି। ସୋମବାର ଏହି ଅମାବାସ୍ୟା ପଡୁଥିବାରୁ ଏହାକୁ ସୋମବତୀ ଅମାବାସ୍ୟା ମଧ୍ୟ କୁହାଯାଏ। ଅନେକ ସ୍ଥାନରେ ସୋମବତୀ ଅମାବାସ୍ୟାକୁ ଭୂତ ଅମାବାସ୍ୟା ମଧ୍ୟ କୁହାଯାଏ।
ଏହି ଅମାବାସ୍ୟା ଦିନ ଏପରି ଏକ ସଂଯୋଗ ହେଉଛି ଯେଉଁ ଦିନ ସୂର୍ଯ୍ୟ ପରାଗ ମଧ୍ୟ ହେଉଛି। ସୂର୍ଯ୍ୟପରାଗ ଅପ୍ରେଲ ୮ ତାରିଖ ସୋମବାର ରାତି ୯ ଘଣ୍ଟା ୧୨ ମିନିଟ ସମୟରୁ ଆରମ୍ଭ ତାହାର ପର ଦିନ ଅର୍ଥାତ ସୋମବାର-ମଙ୍ଗଳବାର ମଧ୍ୟରାତ୍ରୀ (୯ ଅପ୍ରେଲ) ୨ ଘଣ୍ଟା ୨୨ ମିନିଟ ପର୍ଯ୍ୟନ୍ତ ଚାଲିବ। ସୋମବତୀ ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ହେଉଥିବାରୁ ଏହା ଦ୍ୱାରା ଅନେକ ସମସ୍ୟା ଉପୁଜିପାରେ। ଏ ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ରରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ସୋମବତୀ ଅମାବାସ୍ୟାକୁ କାହିଁକି ଭୂତ ଆମାବାସ୍ୟା କୁହାଯାଏ। ଏହି ଦିନରେ ପଡୁଥିବା ସୂର୍ଯ୍ୟ ପରାଗ ଲୋକଙ୍କ ପାଇଁ ମାରାତ୍ମକ ପ୍ରମାଣିତ ହୋଇପାରେ।
ଭୂତ ଅମାବାସ୍ୟା କହିଲେ କ'ଣ ବୁଝାଏ?
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭୂତର ଅର୍ଥ ହେଉଛି ଯାହା ପୂର୍ବରୁ ଘଟିଛି। ଯେପରି କୌଣସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବରୁ ହୋଇଛି ମରିଛନ୍ତି ଏବଂ ସେ ଭୂତକାଳରେ ଅଛନ୍ତି। ଅତୃପ୍ତ ଆତ୍ମା, ଅଜ୍ଞାତ ଆତ୍ମା କିମ୍ବା ପରିବାର ସଦସ୍ୟଙ୍କ ଆତ୍ମା ଯାହାର ମୃତ୍ୟୁ ଅକାଳେ ହୋଇଛି ହେଲେ ସେମାନଙ୍କ ଜୀବନର କିଛି ଇଚ୍ଛା ଏବେ ମଧ୍ୟ ବାକି ରହିଛି।
ଏପରି ଆତ୍ମା ଭୂତ ଅମାବାସ୍ୟା ଦିନ ସେମାନଙ୍କ ପରିବାର ସଦସ୍ୟ କିମ୍ବା ଅପରିଚିତ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରି ନିଜର ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିଥାଏ। ହେଲେ ଏହି ଆତ୍ମା ସବୁବେଳେ ଏହା କରିବାକୁ ସକ୍ଷମ ହୋଇନଥାଏ। ଏହି ଦିନ ସେମାନେ କ୍ରୋଧିତ ହୋଇ ଦୁର୍ବଳ ବ୍ୟକ୍ତିଙ୍କ ଶରୀରରେ ପ୍ରବେଶ କରିଥାନ୍ତି। ଆପଣଙ୍କର କ୍ରୋଧିତ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ଯଦି ଆପଣ ସେମାନଙ୍କ ଇଚ୍ଛାକୁ ଅଣଦେଖା କରନ୍ତି, ତାହେଲେ ସେମାନେ ଆପଣକୁ ଅସୁବିଧାରେ ପକାଇପାରେ।
ଭୂତ ଅମାବାସ୍ୟା ଦିନ ଆପଣ ଆପଣଙ୍କ ପୂର୍ବପୁରୁଷଙ୍କୁ ଖୁସି ରଖିବା ପାଇଁ ଏହି ଦିନ ଦାନ ପୂଣ୍ୟ କରନ୍ତୁ। ଏଥିପାଇଁ ଏହି ଦିନ ଗଙ୍ଗା କିମ୍ବା କୌଣସି ପବିତ୍ର ନଦୀରେ ସ୍ନାନ କରନ୍ତୁ। ଆହୁରି ମଧ୍ୟ ଆପଣ ଆପଣଙ୍କ ପୂର୍ବପୁରୁଷଙ୍କ ନାମରେ ଅଭାବୀ ଲୋକଙ୍କୁ ପୋଷାକ କିମ୍ବା ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଦାନ କରନ୍ତୁ। ଯଦି ସମ୍ଭବ ସମ୍ଭବ ହୁଏ ତାହେଲେ ଆପଣ ଆପଣଙ୍କ ପିତୃପୁରୁଷ ଙ୍କ ପ୍ରିୟ ମିଠା ମଧ୍ୟ ଦାନ କରିପାରନ୍ତି
(ସତର୍କତା: ଉପରୋକ୍ତ ସୂଚନା ସାଧାରଣ ବିଶ୍ୱାସ ଉପରେ ଆଧାରିତ। Zee Odisha ଏହାକୁ ନିଶ୍ଚିତ କରେ ନାହିଁ।)