Hindi News >>Home >>Odisha Trending

High Profile Fraud Case: ନିଜକୁ ପ୍ରଧାନମନ୍ତ୍ରୀଙ୍କ ପାଖ ଲୋକ କହି ଲୁଟୁଥିବା ହଂସିତା ଓ ଅନିଲ୍ ଙ୍କର ଅଛି କେତେ ସମ୍ପତ୍ତି?

High Profile Fraud Case: ପୋଲିସର ସ୍ପେଶାଲ ୟୁନିଟ୍ ଆଜି ଏକ ପୋର୍ଶ କାର୍ କୁ ଜବତ କରିଛି। ଶୁକ୍ରବାର ଏକ ମର୍ସିଡିଜ୍ କାର୍ ଜବତ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହଂସିତା କିଛି ଦିନତଳେ ତାଙ୍କ ଓଜନ ୧୦୭ କିଲୋଗ୍ରାମରୁ ୭୦ କିଲୋଗ୍ରାମକୁ ହ୍ରାସ କରିଥିଲେ। ଏହା ସହ ନିଜେ ସୁନ୍ଦରୀ ଦେଖାଯିବାକୁ ଏକ୍ସପେନସିଭ୍ ସର୍ଜରୀ ମଧ୍ୟ କରାଇଥିଲା।  

Advertisement
High Profile Fraud Case: ନିଜକୁ ପ୍ରଧାନମନ୍ତ୍ରୀଙ୍କ ପାଖ ଲୋକ କହି ଲୁଟୁଥିବା ହଂସିତା ଓ ଅନିଲ୍ ଙ୍କର ଅଛି କେତେ ସମ୍ପତ୍ତି?
Rashmita Sahoo|Updated: Jan 11, 2025, 06:08 PM IST
Share

High Profile Fraud Case: ହଂସିତା ଅଭିଲିପ୍ସା ଓ ତାଙ୍କ କ୍ରାଇମ୍ ପାର୍ଟନର ଅନିଲ ମହାନ୍ତିଙ୍କୁ ୪ ଦିନିଆ ରିମାଣ୍ଡରେ ନେବା ପରେ ଆୟକର ବିଭାଗ ସେମାନଙ୍କ ସମ୍ପତ୍ତି ଆକଳନ କରିଥିଲା। ସେମାନଙ୍କ ପାଖରେ ୧୦୦ କୋଟି ଟଙ୍କାର ସମ୍ପତ୍ତି ଓ ବିଳାସପୂର୍ଣ୍ଣ କାର୍ ଥିବା କୁହାଯାଉଛି। ଭୁବନେଶ୍ବରର ହାଇପ୍ରୋଫାଇଲ ଠକେଇ ମାମଲାରେ କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ କହିଛି ଯେ ହାଇପ୍ରୋଫାଇଲ୍ ଠକମାନେ ପୋର୍ଶ, ଅଡି, ଜାଗୁଆର ଓ ମର୍ସିଡିଜ୍ କମ୍ପାନୀର ୬ଟି କାର୍ ମାଲିକ ଓ ମାଲିକାଣୀ। ୪ ଦିନିଆ ରିମାଣ୍ଡ ପରେ ସେମାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। 

ନିକଟରେ ଡିସେମ୍ବର ୨୪ତାରିଖରେ ହଂସିତା ଅଢେଇ କୋଟି ଟଙ୍କାର କାର୍ ନିଜର କ୍ରାଇମ ପାର୍ଟନରଙ୍କୁ ଉପହାର ଦେଇଥିଲେ। ଅନିଲଙ୍କ ଜନ୍ମଦିନରେ ତାଙ୍କ ପାଇଁ ଦେଢ କୋଟି ଟଙ୍କାର ମର୍ସିଡିଜ୍ କାର୍ ଗିଫ୍ଟ କରିଥିଲେ । ବାସ୍ତବରେ ଅନିଲ ଆୟୋଜନ କରିଥିବା ଜନ୍ମଦିନ ଉତ୍ସବ ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଆକଳନ କରାଯାଇଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେମାନଙ୍କ ପାଖରେ ଥିବା ପୋର୍ଶ କାର୍ କୁ ନଗଦ ୨.୬ କୋଟି ଟଙ୍କାରେ କିଣାଯାଇଛି। ହଂସିତା ଅନିଲଙ୍କୁ ଉପହାର ଦେଇଥିବା ମର୍ସିଡିଜ୍ କାର୍ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏକ ମଧ୍ୟବିତ୍ତ ପରିବାରରେ ବିବାହ ପାଇଁ ଖର୍ଚ୍ଚ ଉଠାଇବା କେତେ କଷ୍ଟ ହେଉଥିବା ବେଳେ  ଅନୀଲ କେବଳ ତାଙ୍କ ଜନ୍ମଦିନ ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ହଂସିତାଙ୍କ ପୂର୍ବ ସ୍ବାମୀ ସରୋଜ ସାହୁଙ୍କ ନାମରେ ଗୋଟିଏ କମ୍ପାନୀ ରହିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଜାନୁଆରୀ ୧୩ତାରିଖରେ କୋର୍ଟ ସେମାନଙ୍କ ଜାମିନ ଆବେଦନ ଉପରେ ରାୟ ଶୁଣାଇବେ।

ସେମାନେ ଭିଭିଆଇପି ମାନଙ୍କ ସହ ଫଟୋ ଦେଖାଇ ଲୁଟ୍ କରୁଥିଲେ। ଅନୁସନ୍ଧାନ ବେଳେ ଅନିଲ ମହାନ୍ତିଙ୍କର ୩ଟି କମ୍ପାନୀ ଥିବା ଜଣାପଡ଼ିଥିଲା। ତେଣୁ ଏହା କେଉଁ ପ୍ରକାର ବ୍ୟବସାୟ, କାହା ସହ ତାଙ୍କର ଆର୍ଥିକ କାରବାର ରହିଛି ସେ ନେଇ କମିଶନରେଟ୍ ପୋଲିସ ତଦନ୍ତ ଚଳାଇଛି। ହଂସିତାଙ୍କ ଘର କଳାହାଣ୍ଡିରେ ଥିବା ବେଳେ ସେ ଦୀର୍ଘ ଦିନ ଧରି ଭୁବନେଶ୍ୱରରେ ରହୁଥିଲେ। ପୋଲିସର ସ୍ପେଶାଲ ୟୁନିଟ୍ ଆଜି ଏକ ପୋର୍ଶ କାର୍ କୁ ଜବତ କରିଛି। ଶୁକ୍ରବାର ଏକ ମର୍ସିଡିଜ୍ କାର୍ ଜବତ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହଂସିତା କିଛି ଦିନତଳେ ତାଙ୍କ ଓଜନ ୧୦୭ କିଲୋଗ୍ରାମରୁ ୭୦ କିଲୋଗ୍ରାମକୁ ହ୍ରାସ କରିଥିଲେ। ଏହା ସହ ନିଜେ ସୁନ୍ଦରୀ ଦେଖାଯିବାକୁ ଏକ୍ସପେନସିଭ୍ ସର୍ଜରୀ ମଧ୍ୟ କରାଇଥିଲା।

ଆୟକର ବିଭାଗ ମଧ୍ୟ ୪ ଦିନ ଧରି ଦୁଇ ଅଭିଯୁକ୍ତଙ୍କ କଳାଧନର ଖୋଳତାଡ଼ କରିଛି । ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସଂପତ୍ତି ପ୍ରାୟ ଶହେ କୋଟି ହେବ ବୋଲି ଜଣାପଡ଼ିଛି ।  ରିମାଣ୍ଡ ବେଳେ ହଂସିତା ଓ ଅନିଲଙ୍କୁ କମିଶନରେଟ ପୋଲିସର ସ୍ପେଶାଲ୍ କ୍ରାଇମ୍ ୟୁନିଟ ମୁହାଁମୁହିଁ ଜେରା କରିଥିଲା ।  ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିଛି ପୋଲିସ  ।  ରିମାଣ୍ଡ ଅବଧି ସରିବା ପରେ ଦୁଇ ଅଭିଯୁକ୍ତଙ୍କୁ ପୁଣି ଭୁବନେଶ୍ବର ଝାରପଡା ଜେଲକୁ ପଠାଇଦିଆଯାଇଛି । ଆସନ୍ତା ୧୩ ତାରିଖରେ ହଂସିତା ଓ ଅନିଲଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ ।

Also Read: Ketu Gochar 2025: ସିଂହରାଶିରେ ପ୍ରବେଶ କରିବେ କେତୁ, ୨୦୨୫ ବର୍ଷ ସାରା ମାଲାମାଲ୍ ଏହି ୪ ରାଶି

Also Read: Surya Gochar 2025: ମକର ସଂକ୍ରାନ୍ତିରୁ ପୁଷ୍ୟନକ୍ଷତ୍ରରେ ଦୁର୍ଲଭ ସଂଯୋଗ, ୫ରାଶିର ଫିଟିବ ଭାଗ୍ୟ

Read More
{}{}