Hindi News >>Home >>Odisha Trending

Odisha News: ଡିସେମ୍ବର ୩୧ ସୁଦ୍ଧା ସରିବ ଭୁବନେଶ୍ୱର ବିମାନବନ୍ଦରର ଆଧୁନିକୀକରଣ , ନୂଆ ଟର୍ମିନାଲ୍‍ ପାଇଁ ଦାବି କରିଲେ ଅପରାଜିତା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ନୂଆ ଟର୍ମିନାଲ୍‍ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦାବି କରିଛନ୍ତି। ଏହା ସହ ଏଠାରୁ ୪ଟି ନୂଆ ସ୍ଥାନକୁ ବିମାନ ସଂଯୋଗ ପାଇଁ ମଧ୍ୟ ଦାବି କରିଛନ୍ତି ସାଂସଦ। ଆଜି ସଂସଦରେ ବେସାମରିକ ବିମାନଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡ଼ୁଙ୍କୁ ଭେଟି ସେ ଏ ସମ୍ପର୍କିତ ଏକ ଦାବିପତ୍

Advertisement
Odisha News: ଡିସେମ୍ବର ୩୧ ସୁଦ୍ଧା ସରିବ ଭୁବନେଶ୍ୱର ବିମାନବନ୍ଦରର ଆଧୁନିକୀକରଣ , ନୂଆ ଟର୍ମିନାଲ୍‍ ପାଇଁ ଦାବି କରିଲେ ଅପରାଜିତା
Prabhudatta Moharana|Updated: Nov 28, 2024, 08:05 PM IST
Share

Odisha News: ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ନୂଆ ଟର୍ମିନାଲ୍‍ ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଦାବି କରିଛନ୍ତି। ଏହା ସହ ଏଠାରୁ ୪ଟି ନୂଆ ସ୍ଥାନକୁ ବିମାନ ସଂଯୋଗ ପାଇଁ ମଧ୍ୟ ଦାବି କରିଛନ୍ତି ସାଂସଦ। ଆଜି ସଂସଦରେ ବେସାମରିକ ବିମାନଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡ଼ୁଙ୍କୁ ଭେଟି ସେ ଏ ସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। 

ସାଂସଦ ଷଡ଼ଙ୍ଗୀ ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସରେ ତଥ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ‘ ଆଜି ଶ୍ରୀ ନାଇଡଉଙ୍କୁ ସେ ଦିଲ୍ଲୀରେ ଭେଟିଛନ୍ତି। ଏହି ଅବସରରେ ଦୁଇଟି ଗଭୁରୁତ୍‍ୱପୂର୍ଣ୍ର ଦାବି ସେ ଭୁବନେଶ୍ୱର ପାଇଁ କରିଛନ୍ତି। ପ୍ରଥମଟିରେ ରହିଛି ଭୁବନେଶ୍ୱର ବିମାନ ବନ୍ଦରରେ ନୂଆ ଟର୍ମିନାଲ୍‍  ଟି-୩ ସ୍ଥାପନ। ଏବଂ ଦ୍ୱିତୀୟରେ ରହିଛି। ଜମ୍ମୁ, ଭାଇଜାଗ, ସୁରତ ଏବଂ ଜୟପୁରକୁ ପ୍ରତ୍ୟକ୍ଷ ଉଡ଼ାଣ’। ଏହାପରେ ସାଂସଦ କହିଛନ୍ତି ତାଙ୍କ ଆଲୋଚନା ସକାରାତ୍ମକ ରହିଛି। 

 

ଏବେ ଭୁବନେଶ୍ୱର ବିମାନ ବନ୍ଦରର ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ବିମାନ ବନ୍ଦରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ କରାଯାଉଛି। ୧୪୪ ବୋଟି ଟଙ୍କା ବ୍ୟୟରେ ଏଠାରେ ଏକ ସଂଯୋଗ କୋଠା, ସମାନ୍ତରାଳ ଟ୍ୟାକ୍ସି ଟ୍ରାକ ନିର୍ମାଣ ସହ ଲାଇଟ ବ୍ୟବସ୍ଥାକୁ କ୍ୟାଟେଗୋରୀ-୧ରୁ କ୍ୟାଟେଗୋରୀ ୨କୁ ଉନ୍ନୀତ କରାଯାଉଛି। ଏହି କାର୍ଯ୍ୟ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି।

Read More
{}{}