Hindi News >>Home >>Odisha Trending

Kedarnath Yatra: ବାବା କେଦାରନାଥଙ୍କ ଗର୍ଭଗୃହ ଦର୍ଶନ ଆରମ୍ଭ, ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Baba Kedarnath: ମଙ୍ଗଳବାର ସକାଳ ୫ ଟାରୁ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ବାବା କେଦାରଙ୍କ ଗର୍ଭଗୃହରେ ପ୍ରବେଶ କରି ଜଳାଭିଷେକ କରିବା ସହ ପୂଜା କରିଥିଲେ। ମନ୍ଦିର କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ତିୱାରୀଙ୍କ କହିବାନୁଯାୟୀ, ତୀର୍ଥଯାତ୍ରୀ ପୁରୋହିତଙ୍କ ସହ ଆଲୋଚନା ପରେ ମଙ୍ଗଳବାର ଠାରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି।

Advertisement
Kedarnath Yatra: ବାବା କେଦାରନାଥଙ୍କ ଗର୍ଭଗୃହ ଦର୍ଶନ ଆରମ୍ଭ, ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
Soubhagya Ranjan Mishra|Updated: May 22, 2024, 12:59 PM IST
Share

Kedarnath Yatra: ବାବା କେଦାରନାଥଙ୍କ ଧାମକୁ ଆସୁଥିବା ତୀର୍ଥଯାତ୍ରୀମାନେ ବର୍ତ୍ତମାନ ବାବା କେଦାରଙ୍କୁ ଗର୍ଭଗୃହରୁ ଦର୍ଶନ କରିପାରିବେ । ଅତି ନିକଟରୁ ବାବାଙ୍କ ଦର୍ଶନ ପାଇବା କାରଣରୁ ଭକ୍ତଙ୍କ ମନରେ ଅତ୍ୟନ୍ତ ଖୁସି ରହିଛି । ମଙ୍ଗଳବାର ଠାରୁ ବଦ୍ରି କେଦାର ମନ୍ଦିର କମିଟି ପକ୍ଷରୁ ତୀର୍ଥଯାତ୍ରାରେ ଆସୁଥିବା ସାଧାରଣ ଭକ୍ତଙ୍କ ପାଇଁ ଗର୍ଭଗୃହରେ ଦର୍ଶନ ପାଇବା ବ୍ୟବସ୍ଥା ଆରମ୍ଭ କରାଯାଇଛି । ମଙ୍ଗଳବାର ସକାଳ ୫ ଟାରୁ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ବାବା କେଦାରଙ୍କ ଗର୍ଭଗୃହରେ ପ୍ରବେଶ କରି ଜଳାଭିଷେକ କରିବା ସହ ପୂଜା କରିଥିଲେ। ମନ୍ଦିର କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ତିୱାରୀଙ୍କ କହିବାନୁଯାୟୀ, ତୀର୍ଥଯାତ୍ରୀ ପୁରୋହିତଙ୍କ ସହ ଆଲୋଚନା ପରେ ମଙ୍ଗଳବାର ଠାରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି।

ବାବା କେଦାରନାଥଙ୍କ ଦର୍ଶନ ଆରମ୍ଭ ହେବା ପୂର୍ବରୁ ଭକ୍ତମାନେ ଲମ୍ୱା ଲାଇନରେ ଛିଡା ହୋଇଥିଲେ । କିଛି ଦିନ ପୂର୍ବରୁ ମନ୍ଦିର ଗର୍ଭଗୃହରେ ପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ଶ୍ରଦ୍ଧାଳୁମାନେ ଦାବି କରିଥିଲେ । ବର୍ତ୍ତମାନ ଦାବି ପୂରଣ ହେବା ପରେ ଭକ୍ତଙ୍କ ମନରେ ଖୁସି ଖେଳିଯାଇଛି । ବିଶେଷଜ୍ଞଙ୍କ କହିବାନୁଯାୟୀ, ଗର୍ଭ ଗ୍ରହର ଦର୍ଶନର ବିଶେଷ ଗୁରୁତ୍ୱ ରହିଛି । ରାଜକୁମାର ତିୱାରୀ ଏକଥା ମଧ୍ୟ କହିଛନ୍ତି ଯେ, ବାବା କେଦାରନାଥଙ୍କ ଦର୍ଶନ ପାଇବା ପାଇଁ ଧାମରେ ​​ପହଞ୍ଚୁଛନ୍ତି ଶିବ ଭକ୍ତମାନେ । ଆଉ ଯଦି ସେମାନେ ବାବା କେଦାରଙ୍କ ଦର୍ଶନ ସଠିକ ଭାବରେ କରିନପାରିବେ ତେବେ କୌଣସି ଲାଭ ରହିବ ନାହିଁ । ତେଣୁ ଗର୍ଭଗୃହରୁ ବାବାଙ୍କ ଦର୍ଶନ ବାଧ୍ୟତାମୂଳକ କରାଯାଇଛି ।

ସୂଚନାଯୋଗ୍ୟ, ପବିତ୍ର ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହୋଇଛି ଉତ୍ତରାଖଣ୍ଡର ୪ ଧାମ ଯାତ୍ରା। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କେଦାରନାଥଙ୍କ ଦର୍ଶନ କରି ଦେଶ ତଥା ରାଜ୍ୟର ସୁଖ ଓ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ । ଦେଶ ତଥା ରାଜ୍ୟର ସମସ୍ତ ଲୋକଙ୍କ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରିଥିଲେ। ବାବା କେଦାରଙ୍କ ଦର୍ଶନ କରିବାକୁ ଆସିଥିବା ଭକ୍ତମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା । ମନ୍ଦିର ପରିସରରେ ଆୟୋଜିତ ଭଣ୍ଡାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ।

Also Read- ବିଜେଡିରୁ ଇସ୍ତଫା ଦେଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

Also Read- Garlic Peel Benefits: ଫିଙ୍ଗୁଛନ୍ତି କି ରସୁଣ ଚୋପା ? ମିଳିଥାଏ ବଡ଼ ଲାଭ

Read More
{}{}