Home >>Odisha Trending

Purnia Tanishq Showroom: ୨୦ ମିନିଟରେ ୨୦ କୋଟିର ଲୁଟ୍, ତନିଷ୍କ ଶୋ’ରୁମ୍‌ରେ ଦିନ-ଦ୍ୱିପ୍ରହରେ କଳାକନା ବୁଲାଇଲେ ୩ ବଦମାସ୍

Jewellery Showroom Robbery: ମୁଖା ପିନ୍ଧିଥିବା ଦୁର୍ବୃତ୍ତ ମାନେ କର୍ମଚାରୀ ଏବଂ ଗ୍ରାହକଙ୍କୁ ବନ୍ଧୁକ ମୁନରେ ରଖି ଅଳଙ୍କାର ଲୁଟି ନେଇ ପଳାଇ ଯାଇଥିଲେ। ଦିନ-ଦ୍ୱିପ୍ରହରେ ପାଖାପାଖି ୨୦ କୋଟିର ଲୁଟ୍ ହେବା ପୋଲିସ ବିଭାଗରେ ଆତଙ୍କ ଖେଳାଇ ଦେଇଛି। କାରଣ ଲୁଟ୍ ଘଟଣା ପରେ ଅଭିଯୁକ୍ତର କୌଣସି ଚିହ୍ନ ପାଉନାହିଁ ପୋଲିସ୍।  

Advertisement
Purnia Tanishq Jewellery Showroom Robbery
Purnia Tanishq Jewellery Showroom Robbery
Jagdish Barik|Updated: Jul 26, 2024, 03:40 PM IST
Share

Tanishq Jewellery Showroom Robbery: ବିହାରର ପୁର୍ନିଆରେ ଦିନ-ଦ୍ୱିପ୍ରହରେ ୨୦ କୋଟି ଟଙ୍କା ମୂଲ୍ୟର ଲୁଟ୍ ହୋଇଛି। ଏହି ଲୁଟ୍ ତନିଷ୍କ  ଶୋ’ରୁମ୍‌ରେ ହୋଇଛି ଓ ହୀରା ଅଳଙ୍କାର ଲୁଟ୍ କରାଯାଇଛି ଯାହାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ବୋଲି କୁହାଯାଉଛି। ବନ୍ଧୁକ ମୁନରେ ୩ ଦୁର୍ବୃତ୍ତ ଏହି ଘଟଣା କରିଥିଲେ। ୩ ଦୁର୍ବୃତ୍ତ ବାହାରେ ଜଗି ରହିଥିଲେ। ଡକାୟତି କରିବା ପରେ ସମସ୍ତ ୬ ଜଣ ଅପରାଧୀ ବାଇକରେ ସେଠରୁ ପଳାଇ ଯାଇଥିଲେ।

କର୍ମଚାରୀ ଓ ଗ୍ରାହକଙ୍କୁ ବନ୍ଧୁକ ମୁନରେ ବନ୍ଧକ ରଖି ଏହି ଲୁଟ୍ କରାଯାଇଥିଲା। ଦୁର୍ବୃତ୍ତମାନେ ଦୌଡ଼ି ପଳାଇବା ପରେ ମ୍ୟାନେଜର କୌଣସି ପ୍ରକାରେ ପୋଲିସକୁ କଲ୍ କରି ଜଣାଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ପୁରା ସହରକୁ ଅବରୋଧ କରିଥିଲା, କିନ୍ତୁ ଡକାୟତମାନଙ୍କ କୌଣସି ପତ୍ତା ମିଳି ନାହିଁ। ପୁର୍ଣ୍ଣିଆ ପୋଲିସ ଟିମ୍ ସହିତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ବୃତ୍ତ ମାନଙ୍କ ସନ୍ଧାନରେ ସହରରେ ବିଭିନ୍ନ ସ୍ଥାନେ ଚଢ଼ାଉ ଜାରି ରହିଛି।

ଏସପି ଉପେନ୍ଦ୍ର ନାଥ ବର୍ମା କହିଛନ୍ତି ଯେ ପୂର୍ଣ୍ଣିୟାର ଖାଂଜାଚି ପୋଲିସ ଷ୍ଟେସନ ଅଧୀନରେ ଥିବା ଡାକବଙ୍ଗଲା ଛକରେ ଥିବା ତନିଷ୍କ ଶୋ’ରୁମରେ ଏହି ଘଟଣା ଘଟିଛି। ଲୁଟ୍ ହୋଇଥିବା ଅଳଙ୍କାରରେ ୧୦ କୋଟି ଟଙ୍କା ମୂଲ୍ୟର ହୀରା ଅଳଙ୍କାର ଓ ବାକି ସୁନା ଅଳଙ୍କାର ଅନ୍ତର୍ଭୁକ୍ତ। ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ଡକାୟତି ମାମଲା ରୁଜୁ ହୋଇଛି। ଶୋ’ରୁମରେ ସ୍ଥାପିତ ସିସିଟିଭି ଯାଞ୍ଚ କରାଯାଇଛି ଯେଉଁଥିରେ ଡକାୟତମାନେ ନଜର ଆଲିଛନ୍ତି। ମ୍ୟାନେଜର କହିଛନ୍ତି ଯେ ଡକାୟତମାନେ ଗ୍ରାହକ ଭାବରେ ଦୋକାନକୁ ଆସିଥିଲେ।

ସେମାନେ ସମସ୍ତେ ମାସ୍କ ପିନ୍ଧିଥିଲେ। କର୍ମଚାରୀ ତାଙ୍କୁ ଅଳଙ୍କାର ଦେଖାଉଥିଲେ, ହଠାତ୍ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କୁ ନିଜ କବ୍ଜାକୁ ନେଇଥାଲେ। ଅବଶିଷ୍ଟ ଦୁଇ ଦୁର୍ବୃତ୍ତ ଗ୍ରାହକଙ୍କୁ ଟାର୍ଗେଟ କରିଥିଲେ। ତିନିଜଣ ଦୁର୍ବୃତ୍ତ ସମସ୍ତଙ୍କୁ ପ୍ରଥମ ମହଲାକୁ ଆଣିଥିଲେ। ଏହା ପରେ ଜଣେ ଦୁର୍ବୃତ୍ତ ବ୍ୟାଗରେ ଅଳଙ୍କାର ଭର୍ତ୍ତି କରି ପବନରେ ଗୁଳି ଚଳାଇିଲା, ତିନିଜଣ ଦୌଡ଼ି ପଳାଇଥିଲେ। ଶୋ’ରୁମ୍‌ରେ ପ୍ରବେଶ ଓ ପଳାୟନ ମଧ୍ୟରେ ୨୦ ମିନିଟର ବ୍ୟବଧାନ ଥିଲା।

ତନିଶକ ଶୋ’ରୁମର କର୍ମଚାରୀଙ୍କ କହିବାନୁସାରେ, ମଧ୍ୟର୍ଣ୍ଣ ପ୍ରାୟ ୧୨.୧୫ ସମୟରେ ଏହି ଘଟଣା ଘଟିଛି​। ସମସ୍ତ ତିନି ଦୁର୍ବୃତ୍ତଙ୍କ ପାଖରେ ବନ୍ଧୁଖ ଥିଲା। ଯଦି ସେମାନେ କୌଣସି ପାଟି କରନ୍ତି ତେବେ ଗୁଳି ମାରିବାକୁ ଧମକ ଦେଇଥିଲେ। 

Read More
{}{}