Home >>Odisha Trending

Robbery at Srimandir: ଶ୍ରୀମନ୍ଦିରରେ ସୁନାଚେନ୍ ଲୁଟି ଧରାପଡ଼ିଲେ ବିହାରୀ ଲୁଟେରା

Srimandir Robbery Case: ଶ୍ରୀମନ୍ଦିରରେ ହୋଇଥିବା ଲୁଟ ଘଟଣାରେ ପୋଲିସ ୩ ବିହାରୀ  ଲୁଟେରାଙ୍କୁ ଗିରଫ କରିଛି।  

Advertisement
Robbery at Srimandir: ଶ୍ରୀମନ୍ଦିରରେ ସୁନାଚେନ୍ ଲୁଟି ଧରାପଡ଼ିଲେ ବିହାରୀ ଲୁଟେରା
Updated: Mar 21, 2024, 12:05 AM IST
Share

Bihari Lootera Held in Puri Robbery Case: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାମ୍ନାରୁ ସୁନାଚେନ୍ ଲୁଟି ଧରାପଡିଲେ ବିହାରୀ ଲୁଟେରା। ବୁଧବାର ସକାଳ ପ୍ରାୟ ୯:୩୦ ସମୟରେ ମଙ୍ଗଳାଳତୀ ସରିବା ପରେ ଅନ୍ଯାନ୍ଯ ନୀତି ଚାଲିଥିଲା। ଭକ୍ତ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ନେଉଥିଲେ। ମହାପ୍ରଭୁଙ୍କ ଚାଚେରୀ ବେଶ ରହିଥିବାରୁ ପ୍ରବଳ ଗହଳି ହୋଇଥିଲା। ହେଲେ ଦର୍ଶନ ଚାଲିଥିବା ସମୟରେ ଗହଳିର ସୁଯୋଗ ନେଇ ଜଣେ ଭକ୍ତଙ୍କ ବେକରୁ ସୂନାଚେନ୍ ଝିଙ୍କି ନେଇଥିଲେ ଲୁଟେରା। 

ଏହି ସମୟରେ ଭକ୍ତ ଜଣଙ୍କ ଚିତ୍କାର କରି ଉଠିଥିଲେ। ସେଠାରେ ଉପସ୍ଥିତ ରହିଥିବା ସିଂହଦ୍ଵାର ଥାନା ପୁଲିସ ଏବଂ ସାଧା ପୋଷାକରେ ରହିଥିବା ସ୍ୱତନ୍ତ୍ର ସ୍କ୍ୱାର୍ଡ ମିଳିତ ଭାବେ ଛାନଭିନ କରିବାରୁ ୩ ଜଣ ବିହାରୀ ଲୁଟେରା ଧରା ପଡ଼ିଛନ୍ତି। ପୋଲିସ ସୁନା ଚେନ୍ ଲୁଟ କରିଥିବା ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ସେମାନଙ୍କୁ ଯାଞ୍ଚ କରାଯିବା ସମୟରେ ସେହି ଲୁଟେରାଙ୍କ ଠାରୁ ଦୁଇଟି ଛିଡା ସୁନା ଚେନ୍ ମିଳିଥିଲା। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସୁନା ଚେନ୍ ଲୁଟ କରିଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲେ। 

ଏହି ଲୁଟ୍ ଘଟଣାରେ ମହାରାଷ୍ଟ୍ର ରାମନଗର ଅଞ୍ଚଳର ଭକ୍ତ ଶୈଳେଶ ଭିମରାଓ ହଞ୍ଚଟ  ସିଂହଦ୍ଵାର ଥାନାରେ ଏତଲା ଦେଇଥିଲେ। ଯାହା ପରେ କେଶ୍ ନମ୍ବର ୩୧ ଦଫା ୩୯୪ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା। ଲୁଟ୍ ମାମଲାରେ ବିହାର ଚମ୍ପାରନ ଅଞ୍ଚଳର ୩ ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ୩ ବିହାରୀ ଲୁଟେରା ହେଉଛନ୍ତି ପିଣ୍ଟୁ ରାଉଥ, ରମେଶ ରାଉଥ ଏବଂ ସନ୍ତୋଷ ରାଉଥ। ସେମାନଙ୍କ ମଧ୍ୟରେ ସନ୍ତୋଷ ରାଉଥ ଭକ୍ତଙ୍କ ବେକରୁ ସୁନାଚେନ୍ ଲୁଟ୍ କରିଥିବା ବେଳେ ଅନ୍ଯ ଦୁଇ ଜଣ ତାକୁ ସହଯୋଗ କରିଥିଲେ। ଗିରଫ ୩ ଜଣ ଲୁଟେରା ଖାସ କରି ଶ୍ରୀମନ୍ଦିରରେ ଗହଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଠାରୁ ସୁନା ରୂପା ସମେତ ଟଙ୍କା ଲୁଟ କରିବା ପାଇଁ ଯୋଜନା କରି ପୁରୀ ଆସିଥିଲେ। 

ସେପଟେ ଶ୍ରୀମନ୍ଦିରରେ ଦିନକୁ ଦିନ ଲୁଟପାଟ ବଢୁଥିବାରୁ ବ୍ଯାପକ ପୁଲିସ ମୁତୟନ କରାଯିବା ସହ ସାଧା ପୋଷାକଧାରୀ ପୁଲିସ ମଧ୍ୟ ନିୟୋଜିତ କରାଯାଇଛି। ପର୍ଯ୍ଯାପ୍ତ ପରିମାଣରେ ସିସିଟିଭି ସଂଯୋଗ କରାଯିବା ସହ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ଠାରେ ଟିକନିକ ଅନୁଧ୍ୟାନ କରାଯାଇ ଲୁଟେରାଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଉଛି ବୋଲି କହିଛନ୍ତି ସିଂହଦ୍ଵାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାସ। 

 

Read More
{}{}