Hindi News >>Home >>Odisha Trending

JNU Delhi: ଜେଏନ୍‍ୟୁରେ ସ୍ଥାପନ ହେବ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର ଅଧ୍ୟୟନ କେନ୍ଦ୍ର: ରାଜ୍ୟ ଦେବ ୧୦ କୋଟି

Biju Patnaik Center for Special Studies: ଦିଲ୍ଲୀସ୍ଥିତ ଜବାହରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟରେ ସ୍ଥାପିତ ହେବ ଏକ ସ୍ୱତନ୍ତ୍ର ଅଧ୍ୟୟନ କେନ୍ଦ୍ର। 

Advertisement
 JNU Delhi: ଜେଏନ୍‍ୟୁରେ ସ୍ଥାପନ ହେବ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର ଅଧ୍ୟୟନ କେନ୍ଦ୍ର: ରାଜ୍ୟ ଦେବ ୧୦ କୋଟି
Zee Odisha Desk|Updated: Feb 04, 2024, 05:08 PM IST
Share

 

Biju Patnaik Center for Special Studies  will established in JNU Delhi: ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଜବାହରଲାଲ୍‍ ନେହରୁ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଅଧ୍ୟୟନ କେନ୍ଦ୍ର ସ୍ଥାପନ କରାଯିବ। ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହେବ। ଓଡ଼ିଆ ଭାଷାରେ ସ୍ନାତ୍ତକତ୍ତୋର ପାଠ୍ୟକ୍ରମ ପ୍ରଦାନ ସହ ଶ୍ରୀ ଜଗନ୍ନାଥ ସଂସ୍କୃତି, ଓଡ଼ିଆ ପୋଥି ଏବଂ ବିଜୁ ପଟ୍ଟନାୟକଙ୍କ ବିଷୟରେ ଗବେଷଣା ପାଇଁ ବାଟ ଖୋଲିବ। ଏଥିନେଇ ସରକାର ଏକକାଳୀନ ୧୦ କୋଟି ଟଙ୍କା ସହାୟତା ଦେବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ରାଜ୍ୟରେ ପ୍ରଥମ ଓଡ଼ିଆ ଭାଷା ବିଶ୍ୱ ସମ୍ମିଳନୀ ଆୟୋଜନ ଅବସରରେ ଏପରି ଏକ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ସୁଫଳ ରୂପ ଦେବା ଲାଗି ଆଜି ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସ୍ନିତିଶ୍ରୀ ଧୂଲିପଡ଼ି ପଣ୍ଡିତ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରକଳ୍ପ ବିଷୟରେ ସବିଶେଷ ଆଲୋଚନା କରିବା ପରେ ଆବଶ୍ୟକ ବୁଝାମଣା ପତ୍ର ସ୍ୱାକ୍ଷର ବିଷୟରେ ଜଣାଇଛନ୍ତି।

ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବା ଲାଗି ଏକ ସ୍ୱତନ୍ତ୍ର ଚେୟାର ସ୍ଥାପନ କରାଯାଇଥିଲା। ତାହାକୁ ଆଦିକବି ଶାରଳା ଦାସ ଚେୟାର ନାମରେ ନାମିତ କରାଯାଇଥିଲା। ଏବେ ତାହାକୁ ଅଧିକ ପ୍ରୋତ୍ସାହିତ କରିବାକୁ ଯାଇ ସରକାର ଏହି ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଭାଷାର ଅଧିକ ପ୍ରଚାର ପ୍ରସାର ହୋଇପାରିବ ବୋଲି ଶାରଳା ଚେୟାର ପ୍ରଫେସର ଉଦୟନାଥ ସାହୁ ପ୍ରକାଶ କରିଛନ୍ତି।

Read More
{}{}