Hindi News >>Home >>Odisha Trending

ଟ୍ରେଣ୍ଡ କରୁଛି #ByeByePandian !

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା #ByeByePandian। ଏକ୍ସରେ ଆଜି ଏହି କିୱାର୍ଡରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଥିଲା। ରିପୋର୍ଟ ଲେଖାଯିବା ବେଳକୁ ଏହି କିୱାର୍ଡରେ ୫ ହଜାରରୁ ଊର୍ଦ୍ଧ୍ୱ ପୋଷ୍ଟ ମଧ୍ୟ କରାଯାଇଥିଲା। ଉକ୍ତ ପୋଷ୍ଟ ଗୁଡ଼ିକରେ ପାଣ୍ଡିଆନଙ୍କୁ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଥିଲା। 

Advertisement
ଟ୍ରେଣ୍ଡ କରୁଛି #ByeByePandian !
Prabhudatta Moharana|Updated: May 18, 2024, 12:46 PM IST
Share

VK Pandian: ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କଲା #ByeByePandian। ଏକ୍ସରେ ଆଜି ଏହି କିୱାର୍ଡରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଥିଲା। ରିପୋର୍ଟ ଲେଖାଯିବା ବେଳକୁ ଏହି କିୱାର୍ଡରେ ୫ ହଜାରରୁ ଊର୍ଦ୍ଧ୍ୱ ପୋଷ୍ଟ ମଧ୍ୟ କରାଯାଇଥିଲା। ଉକ୍ତ ପୋଷ୍ଟ ଗୁଡ଼ିକରେ ପାଣ୍ଡିଆନଙ୍କୁ ସମାଲୋଚନା କରାଯାଉଥିବା ଦେଖିବାକୁ ମିଳିଥିଲା। ଏଠାରେ କହି ରଖୁ କି ଆସନ୍ତା ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପ୍ରାର୍ଥୀମାନେ ସେମାନଙ୍କ ନିର୍ବାଚନ ପ୍ରଚାରକୁ ପହଞ୍ଚାଇଛନ୍ତି। ମୈଦାନରୁ ଆଜି ପ୍ରଚାର ବନ୍ଦ ହୋଇଥିଲେ ମଧ୍ୟ ସୋସିଆଲ ମିଡ଼ିଆରେ ଜୋରଦାର ପ୍ରଚାର ଜାରି ରଖିଛନ୍ତି। 

ଲୋକଙ୍କ ନିକଟରେ ସହଜ ଓ ସୁବିଧାରେ ପହଞ୍ଚିବା ପାଇଁ ସୋସିଆଲ ମିଡ଼ିଆ ଏକ ସହଜ ମାଧ୍ୟମ ପାଲଟିଛି ନେତାଙ୍କ ପାଇଁ। ବିଶେଷ କରି ଫେସବୁକ ଓ ଏକ୍ସର ସାହାଯ୍ୟ ନେଉଛନ୍ତି ନେତାମାନେ। ତେବେ ଏହି କ୍ରମରେ ବିଜେଡ଼ିର କ୍ଷମତାକେନ୍ଦ୍ର କୁହାଯାଉଥିବା ଭିକେ ପାଣ୍ଡିଆନଙ୍କ ଉପରେ ବର୍ଷୁଛନ୍ତି ବିରୋଧୀ ଦଳ। ଅଣଓଡ଼ିଆ, ଗୁମାସ୍ତା, ଭଡ଼ାଟିଆ, ପାଣ୍ଡୁ ଏଭଳି ଅଶୋଭନୀୟ ଶବ୍ଦ ବ୍ୟବହାର କରି ପାଣ୍ଡିଆନଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ ଦଳର ବିଭିନ୍ନ ନେତା। ଏହି କ୍ରମରେ ବିରୋଧୀମାନେ 'ବାଏ ବାଏ ପାଣ୍ଡିଆନ' ନାଁରେ ଏକ ଗୀତ କରି ସମାଲୋଚନା କରିଛନ୍ତି। ଯାହାକୁ ବିରୋଧୀମାନେ ସୋସିଆଲ ମିଡ଼ିଆ ଏକ୍ସରେ ସେୟାର କରିଛନ୍ତି। ଯାହାକୁ ଲୋକମାନେ ବହୁ ମାତ୍ରାରେ ଲାଇକ ଆଉ ସେୟାର କରୁଥିବା ଦେଖିବାକୁ ମିଳିଛି। 

 

ସେପଟେ ବିରୋଧୀଙ୍କୁ କଡ଼ା ଭାଷାରେ ଜବାବ ମଧ୍ୟ ଦେଉଛନ୍ତି ଶ୍ରୀ ପାଣ୍ଡିଆନ। ପାଣ୍ଡିଆନଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଷ୍ଟାର ପ୍ରଚାରକ କରାଯାଇଛି। ଫଳରେ ପାଣ୍ଡିଆନ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ବୁଲି ପ୍ରଚାର କାର୍ଯ୍ୟ ତୁଲାଇ ଆସୁଛନ୍ତି। ଏହି ନିର୍ବାଚନ ପ୍ରଚାର ସମୟରେ ଶ୍ରୀ ପାଣ୍ଡିଆନଙ୍କର ସଫଳତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି। ଏହା ସହିତ ବିରୋଧୀଙ୍କୁ ମଧ୍ୟ କଡ଼ା ସମାଲୋଚନା କରୁଥିବା ଦେଖିବାକୁ ମିଳୁଛନ୍ତି। 

Read More
{}{}