Hindi News >>Home >>Odisha Trending

Budget Session 2024: ବଜେଟ୍ ଅଧିବେଶନର ଶେଷ ଦିନରେ ହୋଇପାରେ ବଡ କାମ! ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କଲା ବିଜେପି

BJP issues 3 line whip: 
ଚଳିତ ବର୍ଷର ବଜେଟ ଅଧିବେଶନର ଶେଷ ଦିନରେ ସଂସଦରେ ଉପସ୍ଥିତ ରହିବାକୁ ଦଳୀୟ ସାଂସଦଙ୍କ ଉଦ୍ଦେଶ୍ୟରେ ୩ ଧାଡ଼ିଆ ହ୍ୱିପ୍ ଜାରି କରିଛି ବିଜେଡ଼ି।

Advertisement
Budget Session 2024: ବଜେଟ୍ ଅଧିବେଶନର ଶେଷ ଦିନରେ ହୋଇପାରେ ବଡ କାମ! ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କଲା ବିଜେପି
Zee Odisha Desk|Updated: Feb 09, 2024, 08:48 PM IST
Share

BJP issues whip for Party MP: ଫେବୃଆରୀ ୧୦ ତାରିଖ ଶନିବାର ଶେଷ ହେଉଛି ବଜେଟ ଅଧିବେଶନ ୨୦୨୪। ବଜେଟ୍ ଅଧିବେଶନର ଶେଷ ଦିନରେ ବିଜେପି ଏହାର ଉଭୟ ଲୋକସଭା-ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଛି। ଏନେଇ ଦଳ ପକ୍ଷରୁ ୩ ଧାଡ଼ିଆ ହ୍ୱିପ୍ ଜାରି କରିଛି। ବିଜେପି ରାଜ୍ୟସଭା ମୁଖ୍ୟ ସଚେତକ ଡକ୍ଟର ଲକ୍ଷ୍ମୀକାନ୍ତ ବାଜପେୟୀ ଆସନ୍ତାକାଲି ସଂସଦରେ ଉପସ୍ଥିତ ରହିବାା ଲାଗି ଦଳର ସାଂସଦଙ୍କ ଉଦ୍ଦେଶ୍ୟରେ ୩ ଧାଡ଼ିଆ ହ୍ୱିପ୍ ଜାରି କରିଛନ୍ତି। ଅନ୍ୟପଟେ ସଂସଦରେ ଉପସ୍ଥିତି ରହିବା ଲାଗି ଦଳର ଲୋକସଭା ସାଂସଦଙ୍କ ପାଇଁ ଅନ୍ୟ ଏକ ହ୍ୱିପ୍ ଜାରି ହୋଇଛି। ଆସନ୍ତାକାଲି ବଜେଟ୍ ଅଧିବେଶନର ଶେଷ ଦିନରେ ସଂସଦରେ କୌଣସି ବଡ଼ କାମ ହୋଇପାରେ କି? ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ରାଜ୍ୟସଭା ସାଂସଦଙ୍କୁ ଜାରି ହୋଇଥିବା ହ୍ୱିପ୍ ଉପରେ ପ୍ରତିକ୍ରିୟା ରଖିଛି ବିଜେପି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଯେ ସମସ୍ତ ଦଳୀୟ ସାଂସଦଙ୍କୁ ଜଣାଇ ଦିଆଯାଇଛି ଯେ ଫେବୃଆରୀ ୧୦ ତାରିଖ ଶନିବାର ଗୃହରେ ଆଲୋଚନା ଏବଂ ପାରିତ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଗୃହରେ ଉପସ୍ଥାପିତ ହେବ। ଏହାକୁ ନଜରରେ ରଖି ଦଳର ସମସ୍ତ ରାଜ୍ୟସଭା ସାଂସଦ ଶନିବାର ସଂସଦରେ ଉପସ୍ଥିତ ରହି ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିବାକୁ ଜଣାଇଛି।

ରାମ ମନ୍ଦିର ଉପରେ ଆଗତ ହେବ କି ଧନ୍ୟବାଦ ପ୍ରସ୍ତାବ?
ଶନିବାର ସଂସଦର ଉଭୟ ଗୃହରେ ରାମ ମନ୍ଦିର ପ୍ରସଙ୍ଗରେ ମୋଦି ସରକାର ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି। ସଂସଦରେ ରାମ ମନ୍ଦିର ଉପରେ ସିଧାସଳଖ ଆଲୋଚନା ହୋଇପାରିବ ନାହିଁ। ଏଭଳି ପରିସ୍ଥିତିରେ ଆସନ୍ତାକାଲି ସଂସଦର ଉଭୟ ଗୃହରେ ରାମ ମନ୍ଦିର ପ୍ରସଙ୍ଗରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇପାରେ। ଏହାକୁ ନଜରରେ ରଖି ଏହାର ସମସ୍ତ ସାଂସଦଙ୍କ ଉଦ୍ଦେଶ୍ୟରେ ହ୍ୱିପ୍ ଜାରି କରିଛି। ଗତ ଜାନୁଆରୀ ୨୨ ତାରିଖ ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ପ୍ରାଣ ପ୍ରତିଷ୍ଠା ସମାରୋହ। ଯେଉଁଥିରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଯୋଗ ଦେଇଥିଲେ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ପାଖରେ ରହିଛି ଶେଷ ସୁଯୋଗ
ନିର୍ବାଚନ ପୂର୍ବରୁ ବଜେଟ୍ ଅଧିବେଶନର ଶେଷ ଦିନରେ ସଂସଦରେ ସରକାରଙ୍କ କାର୍ଯ୍ୟକୁ ପ୍ରତିହତ କରିବାର ଶେଷ ସୁଯୋଗ ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ କଂଗ୍ରେସ ନେତତ୍ୱାଧିନ ୟୁପିଏ ମେଣ୍ଟର ଶାସନ କାଳରେ ଦେଶର ଅର୍ଥନୀତି କିପରି ରହିଥିଲା ସେ ସମ୍ପର୍କରେ ଏକ ଶ୍ୱେତପତ୍ର ଜାରି କରିଥିଲା। ଗତ ୨୦୦୦-୨୦୧୪ ପର୍ଯ୍ୟନ୍ତ ୟୁପିଏ ସରକାରଙ୍କ ଶାସନ କାଳରେ ଦେଶର ଅର୍ଥନୀତି ଖରାପ ରହିଥିଲା ବୋଲି କୁହାଯାଇଥିଲା। କଂଗ୍ରେସ ନେତତ୍ୱାଧିନ ୟୁପିଏ ସରକାରଙ୍କ ୧୦ ବର୍ଷର (୨୦୦୪-୨୦୧୪) ଶାସନ କାଳକୁ ମୋଦି ସରକାରଙ୍କ ୧୦ ବର୍ଷର ଶାସନ କାଳରେ ଭାରତୀୟ ଅର୍ଥନୀତିକୁ ତୁଳନା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜି-୨୦ ସମ୍ମିଳନୀ ଆୟୋଜନ କରିବା ଦ୍ୱାରା ସମଗ୍ର ବିଶ୍ୱରେ ଭାରତ ବର୍ଷର ସମ୍ମାନ ବୃଦ୍ଧି ପାଇଛି। ୟୁପିଏ ସରକାରଙ୍କ ଶାସନ କାଳରେ କୋଇଲା ଦୁର୍ନୀତି କାରଣରୁ ଦେଶ କ୍ଷତି ସହିଥିଲା।ଏପରିକି ଗୁଟଖା ଉତ୍ପାଦନକାରୀ କମ୍ପାନୀ ମାଲିକଙ୍କୁ ମଧ୍ୟ କୋଇଲା ବ୍ଲକ ଲାଇସେନ୍ସ ଦିଆଯାଇଥିଲା।

Read More
{}{}