Hindi News >>Home >>Odisha Trending

୧୦ ମିନିଟରେ ଆପଣଙ୍କ ଘରେ ପହଞ୍ଚିବ ଆମ୍ବୁଲାନ୍ସ, Blinkit ଲଞ୍ଚ କଲା ନୂଆ ସେବା

Ambulance in 10 minutes: ବର୍ତ୍ତମାନ ୧୦ ମିନିଟ୍ ମଧ୍ୟରେ କେବଳ ରାସନ ନୁହେଁ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ଆପଣଙ୍କ ଘରେ ପହଞ୍ଚିବ। ହଁ ଆଜ୍ଞା କ୍ୱିକ୍ କମର୍ସ କମ୍ପାନୀ ବ୍ଲିଙ୍କଇଟ୍ ଏହାର ୧୦ ମିନିଟ୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛି। ଏହା ବର୍ତ୍ତମାନ ଗୁରୁଗ୍ରାମରେ ଉପଲବ୍ଧ ଏବଂ ଖୁବ୍ ଶୀଘ୍ର ଏହା ଦେଶର ପ୍ରମୁଖ ସହରଗୁଡ଼ିକରେ ଉପଲବ୍ଧ ହେବ।  

Advertisement
Blinkit Ambulance Service
Blinkit Ambulance Service
Jagdish Barik|Updated: Jan 03, 2025, 07:02 PM IST
Share

Blinkit Ambulance Service: କେବଳ ରାସନ ନୁହେଁ ବର୍ତ୍ତମାନ ଆମ୍ବୁଲାନ୍ସ ମଧ୍ୟ ୧୦ ମିନିଟରେ ଆପଣଙ୍କ ଘରେ ପହଞ୍ଚିବ। କ୍ୱିକ୍ କମର୍ସ କମ୍ପାନୀ ବ୍ଲିଙ୍କଇଟ୍ ଏହାର ନୂତନ ଜରୁରୀକାଳୀନ ସେବା ଆରମ୍ଭ କରିଛି। ଫୁଡ୍ ଡେଲିବରୀ ପ୍ଲାଟଫର୍ମ ଜୋମାଟୋ ର ସହାୟକ କମ୍ପାନୀ ବର୍ତ୍ତମାନ ଦୈନନ୍ଦିନ ସାମଗ୍ରୀ ସହିତ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ଯୋଗାଇବା ପାଇଁ ପଦକ୍ଷେପ ନେଇଛି। ଦିଲ୍ଲୀ ନିକଟରେ ଥିବା ଗୁରୁଗ୍ରାମରେ କମ୍ପାନୀ ଏହି ଜରୁରୀକାଳୀନ ସେବା ଆରମ୍ଭ କରିଛି। ଖୁବ୍ ଶୀଘ୍ର ଏହା ଅନ୍ୟ ସହରରେ ମଧ୍ୟ ଆରମ୍ଭ ହେବ। ବ୍ଲିଙ୍କଇଟ୍ ହେଡ୍ ଆଲବିନ୍ଦର ଢିଣ୍ଡସା ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ମାଧ୍ୟମରେ ଏହା ଘୋଷଣା କରିଛନ୍ତି।

Blinkit ର ସିଇଓ ତଥା ପ୍ରତିଷ୍ଠାତା ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ ସହରରେ ଦ୍ରୁତ ଏବଂ ନିର୍ଭରଯୋଗ୍ୟ ଆମ୍ବୁଲାନ୍ସ ସେବା ଯୋଗାଇବା ଦିଗରେ '୧୦ ମିନିଟରେ ଆମ୍ବୁଲାନ୍ସ' ଆମର ପ୍ରଥମ ପଦକ୍ଷେପ। ଆଜି ଅର୍ଥାତ୍ ଜାନୁଆରୀ ୨  ତାରିଖରୁ ଗୁରୁଗ୍ରାମର ରାସ୍ତାରେ ପ୍ରଥମ ୫ ଆମ୍ବୁଲାନ୍ସ ଉପଲବ୍ଧ ହେବ। ଆମେ ଏହି ସେବାକୁ ଶୀଘ୍ର ଅଧିକ କ୍ଷେତ୍ରରେ ବିସ୍ତାର କରିବୁ। ଆପଣ ବ୍ଲିଙ୍କିଟ୍ ଆପ୍ ମାଧ୍ୟମରେ ଲାଇଫ୍ ସପୋର୍ଟ ସିଷ୍ଟମ୍ (BLS) ଥିବା ଆମ୍ବୁଲାନ୍ସ ବୁକ୍ କରିପାରିବେ।

ଅନେକଥର କ୍ୱିକ୍ କମର୍ସ କମ୍ପାନୀ ବ୍ଲିଙ୍କଇଟ୍ ସୋସିଆଲ ମିଡିଆରେ ସମାଲୋଚିତ ହୋଇଛି। ଅନେକ ମଧ୍ୟ ପୂର୍ବରୁ ଆମ୍ବୁଲାନ୍ସ ସେବା ଆଣିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ବ୍ଲିଙ୍କିଟ୍ ଏହି ପଦକ୍ଷେପ ନେଇଛି। ଢିଣ୍ଡସା ନିଜ ପୋଷ୍ଟରେ କହିଛନ୍ତି ଯେ ବ୍ଲିଙ୍କଇଟ୍ ଆମ୍ବୁଲାନ୍ସରେ ଅକ୍ସିଜେନ୍ ସିଲିଣ୍ଡର, ଅଟୋମେଟେଡ୍ ଏକ୍ସଟର୍ନଲ  ଡିଫିବ୍ରିଲେଟର (AED) ଷ୍ଟ୍ରେଚର୍, ମନିଟର, ସକ୍ସିନ୍ ମେସିନ୍ ଏବଂ ଲାଇଫ୍ ସପୋର୍ଟ ସିଷ୍ଟମ୍ ସମେତ ଆବଶ୍ୟକ ଜରୁରୀ ମେଡିସିନ୍ ଏବଂ ଇଞ୍ଜେକ୍ସନ୍ ରହିବ।

Blinkit ର ପ୍ରତ୍ୟେକ ଆମ୍ବୁଲାନ୍ସରେ ପାରାମେଡିକ୍, ଆସିଷ୍ଟାଣ୍ଟ ଏବଂ ତାଲିମପ୍ରାପ୍ତ ଡ୍ରାଇଭର ସଜ୍ଜିତ ହେବ। ଯାହା ଦ୍ୱାରା ରୋଗୀମାନେ ଆବଶ୍ୟକ ଚିକିତ୍ସା ସେବା ପାଇପାରିବେ। କମ୍ପାନୀର ପ୍ରତିଷ୍ଠାତା ନିଜ ପୋଷ୍ଟରେ କହିଛନ୍ତି ଯେ ତାଙ୍କର ଏହି ପଦକ୍ଷେପ ଲାଭ କମାଇବା ପାଇଁ ନୁହେଁ। ଆମେ ଏହି ସେବାକୁ ଏକ ସୁଲଭ ମୂଲ୍ୟରେ ପ୍ରଦାନ କରିବୁ ଯାହା ଦ୍ୱାରା ଏହି ପ୍ରମୁଖ ସମସ୍ୟାର ଦୀର୍ଘ ସମୟ ମଧ୍ୟରେ ସମାଧାନ ହୋଇପାରିବ। କମ୍ପାନୀ କହିଛି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଦେଶର ସମସ୍ତ ପ୍ରମୁଖ ସହରରେ ଏହି ଜରୁରୀକାଳୀନ ସେବା ଉପଲବ୍ଧ ହେବ।

Also Read: Odisha 2025 Holiday List: ରାଜ୍ୟ ସରକାର ଜାରି କଲେ ୨୦୨୫ ବର୍ଷର ଛୁଟି ତାଲିକା, ଏଠାରେ ଦେଖନ୍ତୁ

Also Read: OSSSC Teacher Vacancy 2025: ରାଜ୍ୟରେ ବିଭିନ୍ନ ଶିକ୍ଷକ ପଦବୀରେ ହେବ ନିଯୁକ୍ତି, ଆରମ୍ଭ ହୋଇଛି ପଞ୍ଜୀକରଣ, ଏପରି କରନ୍ତୁ ଆବେଦନ 

 

Read More
{}{}