Hindi News >>Home >>Odisha Trending

AC Helmet: ମୁଣ୍ଡ ଫଟା ଖରାରୁ ମିଳିବ ଆଶ୍ୱସ୍ତି; ଆପଣଙ୍କୁ ଏସି ଅନୁଭୂତି ଦେବ ଏହି ହେଲମେଟ

 ଦେଶରେ ମୋଟର ବାଇକ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ହେଲେ ଗ୍ରୀଷ୍ମ ଋତୁରେ ମୁଣ୍ଡ ଫଟା ଖରାରେ ବାଇକ୍ ଚଲାଇବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ହୋଇଥାଏ। ନିରାପତ୍ତା ପାଇଁ ବାଇକ୍ ଆରୋହୀଙ୍କ ପାଇଁ ହେଲମେଟ ପିନ୍ଧିବା ମଧ୍ୟ ଆବଶ୍ୟକ। ହେଲେ ହେଲମେଟ ପାଇଁ ବାଇକ ଆରୋହୀ ଗ୍ରୀଷ୍ମ ଋତୁରେ ଅଧିକ ଗରମ ଅନୁଭବ କରିଥାନ୍ତି। ହେ

Advertisement
AC Helmet: ମୁଣ୍ଡ ଫଟା ଖରାରୁ ମିଳିବ ଆଶ୍ୱସ୍ତି; ଆପଣଙ୍କୁ ଏସି ଅନୁଭୂତି ଦେବ ଏହି ହେଲମେଟ
Zee Odisha Desk|Updated: Apr 12, 2024, 07:57 PM IST
Share

Bluarmor Helmet Devices: ଦେଶରେ ମୋଟର ବାଇକ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ। ହେଲେ ଗ୍ରୀଷ୍ମ ଋତୁରେ ମୁଣ୍ଡ ଫଟା ଖରାରେ ବାଇକ୍ ଚଲାଇବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ହୋଇଥାଏ। ନିରାପତ୍ତା ପାଇଁ ବାଇକ୍ ଆରୋହୀଙ୍କ ପାଇଁ ହେଲମେଟ ପିନ୍ଧିବା ମଧ୍ୟ ଆବଶ୍ୟକ। ହେଲେ ହେଲମେଟ ପାଇଁ ବାଇକ ଆରୋହୀ ଗ୍ରୀଷ୍ମ ଋତୁରେ ଅଧିକ ଗରମ ଅନୁଭବ କରିଥାନ୍ତି। ହେଲେ ଏବେ ଏହି ସମସ୍ୟାର ମୁକ୍ତି ଦେବା ପାଇଁ ଏପରି ଏକ ହେଲମେଟ ଯିଏ ଦୁଇ ଚକିଆ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ଏହି ହେଲମେଟ ବାଇକ୍ ଆରୋହୀଙ୍କୁ ଏସି ଭଳି ଅନୁଭୂତି ଦେବ।

ଗରମରେ ବାଇକ ଆରୋହୀଙ୍କୁ ଥଣ୍ଡା ରଖିବ ଏସି ହେଲମେଟ
ବେଙ୍ଗାଲୁରୁ ଭିତ୍ତିକ ଷ୍ଟାର୍ଟ ଅପ୍ କମ୍ପାନୀ ବ୍ଲୁଆର୍ମର (Bengaluru Startup Company Bluarmor) ଏପରି ଏକ ହେଲମେଟ (Bluarmor AC Helmet) ବିକଶିତ କରିଛି। ଯିଏ ଗରମରେ ବାଇକ ଆରୋହୀଙ୍କୁ ଥଣ୍ଡା ରଖିବ। କମ୍ପାନୀ ଏହି ଉପକରଣର ନାମ "ବ୍ଲୁସ୍ନାପ" (BluSnap) ରଖିଛି। ଏହି ହେଲମେଟ ହେଉଛି ଏକ କୁଲର (Helmet Cooler) ଭଳି। ଯାହାକୁ ଆପଣ ଆପଣଙ୍କ ହେଲମେଟ ମଧ୍ୟରେ ଯୋଡି ପାରିବେ। ଏହାକୁ ହେଲମେଟ ମଧ୍ୟରେ ଲଗାଇବା ଏବଂ ବାହାର କରିବା ପାଇଁ କେବଳ ୫-୧୦ ସେକେଣ୍ଡ ସମୟ ଲାଗିବ।

ଗରମ ବେଳେ ଥଣ୍ଡା ପ୍ରଦାନ କରିବ "ବ୍ଲୁସ୍ନାପ" 
ଯଦି ଆମେ ଗ୍ରୀଷ୍ମ ଋତୁରେ ତାପମାତ୍ରା କଥା କହିବା ତାହେଲେ ମେ-ଜୁନ୍ ମାସରେ ପାରଦ ୪୫ ଡିଗ୍ରୀ ସେଲସିୟସ ପାର କରିଯାଏ। ଏଭଳି ପରିସ୍ଥିତିରେ ଦୁଇ ଚକିଆ ଯାନରେ ଦୀର୍ଘ ଦୂରତା ଯାତ୍ରା କରିବା କିମ୍ବା କୌଣସି ସ୍ଥାନରେ  ଟ୍ରାଫିକ କାରଣରୁ ଅଟକି ରହିବା ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ ଅଟେ। ଏଭଳି ପରିସ୍ଥିତିରେ ଲୋକେ ଗ୍ରୀଷ୍ମ ଋତୁରେ ନିଜ ହେଲମେଟ ମଧ୍ୟରେ ବ୍ଲୁସ୍ନାପ୍ ଯୋଡ଼ି ନିଜକୁ ଥଣ୍ଡା ରଖିପାରିବେ।

"ବ୍ଲୁସ୍ନାପ" ସହ ଜଡ଼ିତ ବୈଶିଷ୍ଟ୍ୟ:
ବେଙ୍ଗାଲୁରୁ ଭିତ୍ତିକ ଷ୍ଟାର୍ଟ ଅପ୍ କମ୍ପାନୀ ବ୍ଲୁଆର୍ମର ଦ୍ୱାରା ବିକଶିତ ହେଉଛି "ବ୍ଲୁସ୍ନାପ"। ଏହି ହେଲମେଟ କେବଳ କୁଲର ଭାବେ କାମ କରେ ନାହିଁ। ବରଂ ବାୟୁକୁ ସଫା କରିବା ପାଇଁ ମଧ୍ୟ କାମ କରିଥାଏ। ଯାହାଦ୍ୱାରା ରାସ୍ତାରେ ଉଡ଼ୁଥିବା ଧୂଳିରୁ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ମିଳିଥାଏ। ପ୍ରାୟ ୩ ମାସରୁ ୬ ମାସର ବ୍ୟବଧାନରେ ଏହାର ଏୟାର ଫିଲ୍ଟର ପରିବର୍ତ୍ତନ କରାଯିବା ଆବଶ୍ୟକ। ଏହାକୁ ବଦଳାଇବା ଏୟାର ଫିଲ୍ଟର କେତେ ମାତ୍ରାରେ ଅପରିଷ୍କାର ତାହା ଉପରେ ନିର୍ଭର କରେ। ଦେଶରେ ମେଟ୍ରୋ ସହରରେ ପ୍ରଦୂଷଣ ସମସ୍ୟାକୁ ବିଚାରକୁ ନେଇ ହେଲମେଟ ମଧ୍ୟରେ ରହିଥିବା ଏୟାର ଫିଲ୍ଟର ବୈଶିଷ୍ଟ୍ୟ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ। ହେଲମେଟ ସହ ଯୋଡ଼ି ହୋଇଥିବା "ବ୍ଲୁସ୍ନାପ" ଉପକରଣର ମୂଲ୍ୟ ହେଉଛି  ୧୪,୩୨୨ ଟଙ୍କା।

Read More
{}{}