Home >>Odisha Trending

HSC Answer sheet Evaluation: ଆଜିଠାରୁ ଆରମ୍ଭ ମାଟ୍ରିକ୍ ଖାତା ମୂଲ୍ୟାୟନ, ଜାଣନ୍ତୁ କେତେ ଦିନ ମଧ୍ୟରେ ବାହାରିବ Result..

HSC Answer sheet Evaluation: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ୍ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ। ମାଟ୍ରିକ୍ ସହ ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ (State Open School) ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ମଧ୍ୟ ଆରମ୍ଭ ହେବ। ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ମୂଲ୍ୟାୟନ ପାଇଁ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷକ ନିୟୋଜିତ ହୋଇଛନ୍ତି। 

Advertisement
HSC Answer sheet Evaluation: ଆଜିଠାରୁ ଆରମ୍ଭ ମାଟ୍ରିକ୍ ଖାତା ମୂଲ୍ୟାୟନ, ଜାଣନ୍ତୁ କେତେ ଦିନ ମଧ୍ୟରେ ବାହାରିବ Result..
Zee Odisha Desk|Updated: Mar 15, 2024, 08:22 AM IST
Share

HSC Answer sheet Evaluation: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ୍ ବୋର୍ଡ ପରୀକ୍ଷା ଖାତା ମୂଲ୍ୟାୟନ। ମାଟ୍ରିକ୍ ସହ ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ (State Open School) ସାର୍ଟିଫିକେଟ୍ ପରୀକ୍ଷା ଖାତା ଦେଖା ମଧ୍ୟ ଆରମ୍ଭ ହେବ। ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ମୂଲ୍ୟାୟନ ପାଇଁ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷକ ନିୟୋଜିତ ହୋଇଛନ୍ତି। ମୋଟ ୫୫ଟି କେନ୍ଦ୍ରରେ ଚାଲିବ ଖାତା ଦେଖା ପ୍ରକ୍ରିୟା। ଖାତା ଦେଖା ଲାଗି ମୂଲ୍ୟାୟନ କେନ୍ଦ୍ରରେ ସର୍ବନିମ୍ନ ୯ଟି ୟୁନିଟ୍ ଏବଂ ସର୍ବାଧିକ ୧୩ଟି ୟୁନିଟ୍ ରହିଛି । ପ୍ରତି ୟୁନିଟରେ ୨୫ଜଣ ଶିକ୍ଷକ(Teachers)ଙ୍କୁ ଖାତା ଦେଖା ଲାଗି ନିୟୋଜିତ କରାଯାଇଛି ।

ସବଜେକ୍ଟିଭ୍ ଉତ୍ତର ଗୁଡ଼ିକର ମୂଲ୍ୟାୟନ ୧୪ ଦିନ ଭିତରେ ସାରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ(Social Science) ସବଜେକ୍ଟିଭ ଖାତା ଦେଖା ପାଇଁ ଗୋଟିଏ ୟୁନିଟରେ ୨୪ ଜଣ ପରୀକ୍ଷକ ରହିଥିବା ବେଳେ ଇଂରାଜୀ(English), ଗଣିତ, ହିନ୍ଦୀ(Hindi), ସଂସ୍କୃତ, ଓଡ଼ିଆ ଭାଷା ବିଷୟ ପାଇଁ ପ୍ରତି ୟୁନିଟରେ ୨୦ଜଣ ଲେଖାଏଁ ପରୀକ୍ଷକଙ୍କୁ ନିୟୋଜିକ କରାଯାଇଛି।

ତେବେ ରିପୋର୍ଟ ଅନୁସାରେ ଚଳିତ ବର୍ଷ ୫ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ, ୭୮୩୧ଜଣ ମୁକ୍ତ ବିଦ୍ୟାଳୟ(Open School) ଓ ୩୦୩୭ଜଣ ମଧ୍ୟମା ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ। ସେହିପରି ରାଜ୍ୟରେ ମୋଟ ୩,୦୪୭ଟି ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ଟି ନୋଡାଲ କେନ୍ଦ୍ର କରାଯାଇଥିଲା। ସେପଟେ ପରୀକ୍ଷା ଫଳକୁ(Result) ନେଇ ଛାତ୍ରଛାତ୍ରୀ ଓ ଅବିଭାବକମାନେ ଉତ୍ସାହର ସହ ଅପେକ୍ଷା କରି ବସିଛନ୍ତି। ଫଳାଫଳ ପ୍ରକାଶ ପାଇବା ଆରମ୍ଭ ହେବା ମାତ୍ରେ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।

Read More
{}{}