Home >>Odisha Trending

Bank Holidays June 2024: ଜୁନରେ ୧୦ ଦିନ ବ୍ୟାଙ୍କ୍ ବନ୍ଦ, ଦେଖନ୍ତୁ ଛୁଟି ତାଲିକା

Bank Holiday in June 2024: ଆର୍ଥିକ ନେଣଦେଣରେ ଦେଖାଦେଇପାରେ ବାଧା, ଜୁନରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ପୂରା ତାଲିକା

Advertisement
Bank Holidays June 2024: ଜୁନରେ ୧୦ ଦିନ ବ୍ୟାଙ୍କ୍ ବନ୍ଦ, ଦେଖନ୍ତୁ ଛୁଟି ତାଲିକା
Narmada Behera|Updated: May 23, 2024, 02:33 PM IST
Share

Bank Holiday in June 2024: ଗ୍ରାହକଙ୍କ ପାଇଁ ବଡ଼ ଖବର। ଆଉ ୮ ଦିନ ପରେ ଶେଷ ହେବାକୁ ଯାଉଛି ମେ ମାସ। ଆଉ ଆରମ୍ଭ ହେବାକୁ ଯାଉଛି ଜୁନ୍ ମାସ। କିଛି ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କ୍ କାମ ରହିଛି କି? ତେବେ, ତୁରନ୍ତ ସେଗୁଡିକ ଶେଷ କରିବାକୁ ଚେଷ୍ଟା କରନ୍ତୁ। ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଆସନ୍ତାମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୁହାଯାଇଛି, ଆସନ୍ତା ମାସରେ ଭାରତର ବ୍ୟାଙ୍କଗୁଡିକ ୧୦ ଦିନ ପାଇଁ ବନ୍ଦ ରହିବ । ଯଦି ଆପଣଙ୍କର ଜୁନ୍ ମାସରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହିଛି । ତେବେ, ସେ ଗୁଡିକ ତୁରନ୍ତ ଶେଷ କରନ୍ତୁ । ନଚେତ୍ ଆପଣ ହଇରାଣ ହୋଇପାରନ୍ତି।...

ALSO READ: Ruchak Yog 2024: ଏହି ସବୁ ରାଶିଙ୍କୁ ଧନୀ କରାଇବା ରୁଚକ ଯୋଗ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ ସହ...

ଜୁନ୍ ମାସରେ ଏହି ଦିନ ବନ୍ଦ ରହିବ ବ୍ୟାଙ୍କ୍ :
ମେ ମାସ ପରି ଜୁନ୍ ମାସରେ ମଧ୍ୟ ବ୍ୟାଙ୍କ ଗୁଡିକ ଶନିବାର-ରବିବାର ସମେତ ମୋଟ ୧୦ ଦିନ ବନ୍ଦ ରହିବ । 

ଜୁନ୍ ବ୍ୟାଙ୍କ୍ ଛୁଟି ତାଲିକା:

-୨ ଜୁନ୍ ୨୦୨୪ -ରବିବାର ହେତୁ ଦେଶର ସମସ୍ତ ବ୍ୟାଙ୍କ୍ ଗୁଡିକ ବନ୍ଦ ରହିବ। 
-୦୮ ଜୁନ୍ ୨୦୨୪- ମାସର ଦ୍ୱିତୀୟ ଶନିବାର ହେତୁ ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। 
-୦୯ ଜୁନ୍ ୨୦୨୪ - ରବିବାର ହେତୁ ଦେଶରେ ସମସ୍ତ ବ୍ୟାଙ୍କ ଗୁଡିକ ସେହି ଦିନ ବନ୍ଦ ରହିବ। 
-୧୫ ଜୁନ୍ ୨୦୨୪ -ରାଜ  ସଂକ୍ରାନ୍ତି କାରଣରୁ ମିଜୋରାମ ଏବଂ ଓଡିଶାର ସମସ୍ତ ବ୍ୟାଙ୍କଗୁଡିକ ବନ୍ଦ ରହିବ। 
-୧୬ ଜୁନ୍ ୨୦୨୪-ରବିବାର ହେତୁ ଦେଶର ସମସ୍ତ  ବ୍ୟାଙ୍କ୍ ଗୁଡିକ  ଏହି ଦିନ ବନ୍ଦ ରହିବ। 
- ୧୭ ଜୁନ୍ ୨୦୨୪ -(Eid-ul-Azha) ଇଦ୍-ଉଲ୍- ଆଦା ପର୍ବ ଥିବାରୁ ମିଜୋରାମ, ସିକ୍କିମ୍ ଓ ଇଟାନଗର ବ୍ୟତୀତ ସମସ୍ତ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ। 
-୧୮ ଜୁନ୍ ୨୦୨୪ ଇଦ୍-ଉଲ୍- ଆଦା ପର୍ବ ଥିବାରୁ ଜାମ୍ମୁ କାଶ୍ମୀରରେ ବ୍ୟାଙ୍କ ବନ୍ଦ ରହିବ।
-୨୨ ଜୁନ୍ ୨୦୨୪-ମାସର ଚତୁର୍ଥ ଶନିବାର, ହୋଇଥିବାରୁ ଦେଶର ସମସ୍ତ ବ୍ୟାଙ୍କ୍ ଗୁଡିକ ବନ୍ଦ ରହିବ। 
-୨୩ ଜୁନ୍ ୨୦୨୪ -ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
- ୩୦ ଜୁନ୍ ୨୦୨୪-ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ବ୍ୟାଙ୍କଗୁଡିକ ବନ୍ଦ ହେଲେ ଆପଣ ଏହିପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରିବେ :
ବ୍ୟାଙ୍କ ବନ୍ଦ ହେତୁ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅପେକ୍ଷା କରିବାକୁ ପଡିପାରେ। ଏପରି ପରିସ୍ଥିତିରେ ଆପଣ ମୋବାଇଲ୍ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅତି ସହଜରେ କରିପାରିବେ । ନଗଦ ଟଙ୍କା ଉଠାଇବା ପାଇଁ ଆପଣ ଏଟିଏମ୍ ବ୍ୟବହାର କରିପାରିବେ ।

Read More
{}{}