Home >>Odisha Trending

IAS Officer Bishnupada Sethi: IAS ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ CBIର ସମନ୍, ପଢନ୍ତୁ ପୂରା ରିପୋର୍ଟ...

IAS Officer Bishnupada Sethi: ପୁଣି ବିବାଦ ଘେରରେ ବିଷ୍ଣୁପଦ ସେଠୀ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।  ମେ ଫେୟାର୍ ହୋଟେଲ୍ ସାମ୍ନାରେ ଗତ ୭ ତାରିଖରେ ସିବିଆଇ ପକ୍ଷରୁ ଧରାଯାଇଥିବା ଏକ ଲାଞ୍ଚ କାରବାର ମାମଲାରେ ବରିଷ୍ଠ ଆଇଏଏସ୍ ଅଫିସର୍ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ପ୍ରମୁଖ ସଚିବ  ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରମାନଙ୍କୁ ସିବିଆଇ ଜେରା କରିବ।  

Advertisement
IAS Officer Bishnupada Sethi: IAS ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ CBIର ସମନ୍, ପଢନ୍ତୁ ପୂରା ରିପୋର୍ଟ...
Narmada Behera|Updated: Dec 14, 2024, 09:35 AM IST
Share

IAS Officer Bishnupada Sethi: ପୁଣି ବିବାଦ ଘେରରେ ବିଷ୍ଣୁପଦ ସେଠୀ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।  ମେ ଫେୟାର୍ ହୋଟେଲ୍ ସାମ୍ନାରେ ଗତ ୭ ତାରିଖରେ ସିବିଆଇ ପକ୍ଷରୁ ଧରାଯାଇଥିବା ଏକ ଲାଞ୍ଚ କାରବାର ମାମଲାରେ ବରିଷ୍ଠ ଆଇଏଏସ୍ ଅଫିସର୍ ତଥା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ପ୍ରମୁଖ ସଚିବ  ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରମାନଙ୍କୁ ସିବିଆଇ ଜେରା କରିବ।  ବିଷ୍ଣୁପଦ ସେଠୀ ବ୍ୟବହାର କରୁଥିବା ସବୁ ବିଭାଗର ଗାଡି଼ ଡ୍ରାଇଭରମାନଙ୍କୁ ତୁରନ୍ତ ସିବିଆଇ କାର୍ଯ୍ୟାଳୟକୁ ପଠାଯିବାକୁ କୁହାଯାଇଛି।  ସିବିଆଇ ଡିଏସପି ଅଜିତ୍ କୁମାର ପାଣ୍ତେ ଏନେଇ ଚିଠି ଲେଖିଛନ୍ତି।  କେସ୍ ନମ୍ବର  ଆରସି ୨୧୭୨୦୨ ଏ୦୦୧୭ର ତଦନ୍ତ ପ୍ରକ୍ରିୟାରେ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରମାନଙ୍କୁ  ସିବିଆଇ ଖୋଜୁଛି। 

ALSO READ: Petrol Diesel Price Today: ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି, ଜାଣନ୍ତୁ କେଉଁ ଠାରେ କେତେ ଅଛି ରେଟ୍

ALSO READ : Nav Pancham Yog 2024: ଏହିସବୁ ରାଶିଙ୍କ ଭାଗ୍ୟ ଫିଟାଇବ ନବ ପଞ୍ଚମ ଯୋଗ, ନୂଆବର୍ଷ ପୂର୍ବରୁ ଟଙ୍କାରେ ବ୍ୟାଙ୍କ୍ ଆକାଉଣ୍ଟ ହେବ ଫୁଲ୍

ସୂଚନା ଅନୁସାରେ, ୭ ତାରିଖରେ ମେ ଫେୟାର୍ ହୋଟେଲ୍ ସାମ୍ନାରେ ଘଟିଥିବା  ଲାଞ୍ଚ କାରବାରକୁ ନେଇ ପଞ୍ଜିକୃତ କରାଯାଇଛି।  ସିବିଆଇ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି।  ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଗାଡିର ସମସ୍ତ ଡ୍ରାଇଭରମାନଙ୍କୁ  କାହିଁକି ଖୋଜୁଛି ସିବିଆଇ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। କଣ ପାଇଁ ଜରୁରୀ ଭାବରେ ଶ୍ରୀ ସେଠୀଙ୍କ ଦ୍ବାରା ବ୍ୟବହୃତ ସବୁ ଗାଡିର ଡ୍ରାଇଭରମାନଙ୍କୁ ଡକାଯାଇଛି। ତାହା ଜଣାପଡିନାହିଁ।  ସମସ୍ତ ଡ୍ରାଇଭରଙ୍କୁ ଭୁବନେଶ୍ବର କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଅପରପକ୍ଷରେ ଲାଞ୍ଚ କାରବାର ମାମଲାରେ ସିବିଆଇ ଆହୁରି ଖୋଳତାଡ କରୁଥିବା ଜଣାପଡିଛି। 

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରିଶିଳ୍ପ ମନ୍ତ୍ରଣାଳୟ ଅଧିନରେ ଥିବା କେନ୍ଦ୍ରୀୟ  ସାଧାରଣ ଉଦ୍ୟୋଗ ବ୍ରିଜ୍ ଆଣ୍ତ ରୁପ୍ କୋ (ଇଣ୍ତିଆ ) ଲିମିଟେଡ୍ କୁ ନାଲକୋ ପକ୍ଷରୁ ଦାମନଯୋଡି  ଏବଂ ବିଶାଖାପାଟଣାରେ ନିର୍ମାଣ କାମ ଦିଆଯାଇଥିଲା। ପରେ ଏହି କାମ ଭୁବନେଶ୍ବର ରସୁଲଗଡ ଛକରେ ଥିବା ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ କୁ ପ୍ରଦାନ କରାଯାଇଥିଲା। ଗତ ୬ ତାରିଖରେ ବ୍ରିଜ୍ ଆଣ୍ତ ରୁଫ୍ କୋ( ଇଣ୍ତିଆ) ଲିମିଟେଡ୍ ଗ୍ରୁପ୍ ଜେନେରାଲ୍ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍-ର ନିର୍ଦ୍ଦେଶକ ସନ୍ତୋଷ ମହାରଣା  ଏବଂ ତାଙ୍କ ବାପା ମୋହନ ମହାରଣାଙ୍କୁ ଅଫିସ୍ ଆସି ଭେଟିବାକୁ କହିଥିଲେ।  ସେଦିନ ଅଫିସରେ ଶ୍ରୀ ମୁଖାର୍ଜୀ ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏବଂ ପରଦିନ ଅର୍ଥାତ୍ ୭ ତାରିଖ ସନ୍ଧ୍ୟା  ୬ଟାରେ ଏହି ଟଙ୍କା ଦେବାକୁ କହିଥିଲେ। ସେହି ଅନୁଯାୟୀ ପରଦିନ ଟଙ୍କା କାରବାର ହୋଇଥିଲା। ସିବିଆଇ ପକ୍ଷରୁ  ଗାଡି଼ ଭିତରେ ଚାଲିଥିବା ଏହି ଲାଞ୍ଚ ଟଙ୍କା କାରବାର ସମୟରେ ଚଢାଉ କରାଯାଇଥିଲା। ଓ ଟଙ୍କା ସହ ସମସ୍ତଙ୍କୁ ଧରାଯାଇଥିଲା। ଘଟଣାରେ ଚଞ୍ଚଳ ମୁଖାର୍ଜୀ, ମୋହନ ମହାରଣା ଓ ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଛି। 

Read More
{}{}