Hindi News >>Home >>Odisha Trending

Android Warning: ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଚେତାବନୀ ଜାରି କଲେ ସରକାର, ବିପଦରେ ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍ ଡିଭାଇସ୍

Android Warning: ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ୍ (CERT-In) ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ହାଇ-ରିସ୍କ ଆଲର୍ଟ ଜାରି କରିଛି। ଏହା ଅଧୀନରେ Android 15, 14, 13, 12 ଏବଂ 12L ରେ ଅନେକ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି। ଯାହାର ସୁଯୋଗ ନେଇ ହ୍ୟାକର୍ସମାନେ ବ୍ୟବହାରକାରୀଙ୍କ ସମ୍ବେଦନଶୀଳ ସୂଚନା ଚୋରି କରିପାରିବେ। ସିଷ୍ଟମ ଉପରେ ଅଧିକ ନିୟନ୍ତ୍ରଣ ନେଇପାରିବେ। ବିପଦପୂର୍ଣ୍ଣ କୋଡ୍ ଚଲାଇପାରିବେ କିମ୍ବା ଡିଭାଇସକୁ କ୍ରାସ୍ କରିପାରିବେ।

Advertisement
CERT In issues high risk warning Big trouble for these Android users
CERT In issues high risk warning Big trouble for these Android users
Jagdish Barik|Updated: Feb 07, 2025, 04:55 PM IST
Share

Govt Android Warning: ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ୍ (CERT-In) ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ହାଇ-ରିସ୍କ ଆଲର୍ଟ ଜାରି କରିଛି। ଏହା ଅଧୀନରେ Android 15, 14, 13, 12 ଏବଂ 12L ରେ ଅନେକ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି। ଯାହାର ସୁଯୋଗ ନେଇ ହ୍ୟାକର୍ସମାନେ ବ୍ୟବହାରକାରୀଙ୍କ ସମ୍ବେଦନଶୀଳ ସୂଚନା ଚୋରି କରିପାରିବେ। ସିଷ୍ଟମ ଉପରେ ଅଧିକ ନିୟନ୍ତ୍ରଣ ନେଇପାରିବେ। ବିପଦପୂର୍ଣ୍ଣ କୋଡ୍ ଚଲାଇପାରିବେ କିମ୍ବା ଡିଭାଇସକୁ କ୍ରାସ୍ କରିପାରିବେ। 

ଏହି ସୁରକ୍ଷା ତ୍ରୁଟି ସମସ୍ତ ଆଣ୍ଡ୍ରଏଡ୍ (Android) ଡିଭାଇସ୍ ନିର୍ମାତା (OEM) ଏବଂ ସେମାନଙ୍କର ବ୍ୟବହାରକାରୀଙ୍କୁ ପ୍ରଭାବିତ କରିପାରେ। ଏହାକୁ ହାଇରିସ୍କରେ କୁହାଯାଇଛି। ଯାହାର ଅର୍ଥ ହେଉଛି ହ୍ୟାକର୍ସମାନେ ସହଜରେ ଡାଟା ଚୋରି କରିପାରିବେ କିମ୍ବା ଡିଭାଇସରେ ବାଧା ସୃଷ୍ଟି କରିପାରିବେ।

ସାଇବର ଆଟାକରୁ କିପରି ରକ୍ଷା ପାଇବେ?
- ଜଣେ ହ୍ୟାକର ଯଦି ଏହି ତ୍ରୁଟିର ସୁଯୋଗ ନିଏ ତେବେ ସେ ଆପଣଙ୍କର ସମ୍ବେଦନଶୀଳ ଡାଟା ଚୋରି କରିପାରିବ। ଡିଭାଇସ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇପାରିବ। ଏମାନେ ମନଇଚ୍ଛା କୋଡ୍ ଚଲାଇପାରେ। ଯାହା ଡିଭାଇସରେ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ଏହା ବ୍ୟତୀତ ଏହା ଆପଣଙ୍କ ଡିଭାଇସରେ ସେବା ପ୍ରତ୍ୟାଖ୍ୟାନ (DoS) ଆକ୍ରମଣ ଆରମ୍ଭ କରିପାରେ। ଯାହା ଯୋଗୁଁ ଡିଭାଇସଟି କାମ କରିବା ବନ୍ଦ କରିଦେଇପାରେ।

- ଏଥିପାଇଁ ଆପଣ ନିଜର ଡିଭାଇସକୁ ଅପଡେଟ୍ କରିବା ଆବଶ୍ୟକ। ଆପଣଙ୍କୁ ଲଟେଷ୍ଟ ସୁରକ୍ଷା ଅପଡେଟ୍ ସଂସ୍ଥାପନ କରିବାକୁ ପଡିବ। ଯାହା ଦ୍ଵାରା ସିଷ୍ଟମରେ ଥିବା ତ୍ରୁଟିଗୁଡ଼ିକୁ ସମାଧାନ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ ସେଟିଂସ୍ ଏବଂ ତା'ପରେ ସଫ୍ଟୱେର୍ ଅପଡେଟ୍ କୁ ଯାଇ ଉପଲବ୍ଧ ଅପଡେଟ୍ ଆରମ୍ଭ କରିବାକୁ ପଡିବ।

- ଏହା ବ୍ୟତୀତ କୌଣସି ଆପ୍ ଇନଷ୍ଟଲ୍ କରିବା ପୂର୍ବରୁ ଏହାର ସୋର୍ସ ଯାଞ୍ଚ କରନ୍ତୁ। କୌଣସି ଅଜଣା ୱେବସାଇଟ୍ କିମ୍ବା ଥାର୍ଡ ପାର୍ଟି ଷ୍ଟୋରରୁ ଆପ୍ ଡାଉନଲୋଡ୍ କରିବାରୁ ଦୂରେଇ ରୁହନ୍ତୁ। Google Play Protect ଚାଲୁ କରନ୍ତୁ। ଏଥିପାଇଁ ସେଟିଂସରେ ସୁରକ୍ଷା ବିକଳ୍ପକୁ ଯାଆନ୍ତୁ ଏବଂ ପ୍ଲେ ପ୍ରୋଟେକ୍ଟକୁ ଅନ୍ କରନ୍ତୁ। ଯାହା ଦ୍ଵାରା କ୍ଷତିକାରକ ଆପ୍ସକୁ ଅବରୋଧ କରାଯାଇପାରିବ।

- କୌଣସି ଆପ୍‌କୁ ଅନୁମତି ଦେବା ପୂର୍ବରୁ ଏହା ଆପଣଙ୍କ ଡାଟା ଚୋରି କରୁଛି କି ନାହିଁ ତାହା ଯାଞ୍ଚ କରନ୍ତୁ। ଏହାକୁ ବନ୍ଦ କରିବା ପାଇଁ ସେଟିଂସରେ ଥିବା ଆପ୍ସ ବିଭାଗରେ ଅନୁମତି ଯାଞ୍ଚ କରନ୍ତୁ। ଏପରି ପରିସ୍ଥିତିରେ ଆପଣ ଜାଣିପାରିବେ ଯେ କେଉଁ ଆପ୍ ଆପଣଙ୍କ ଡାଟା ଚୋରି କରୁଛି।

- ଏହା ବ୍ୟତୀତ ଅଜଣା ଇମେଲ୍, SMS କିମ୍ବା WhatsApp ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ। ହ୍ୟାକର୍ସ ଫିସିଂ କୌଶଳ ବ୍ୟବହାର କରି ଆପଣଙ୍କ ତଥ୍ୟ ଚୋରି କରିପାରିବେ। ସାଇବର ଆକ୍ରମଣ ସମୟରେ ଏହି ଡାଟା ସୁରକ୍ଷିତ ରହିବା ପାଇଁ କ୍ଲାଉଡ୍ ଷ୍ଟୋରେଜ୍ (Google Drive, OneDrive) କିମ୍ବା ବାହ୍ୟ ଷ୍ଟୋରେଜ୍ (ହାର୍ଡ ଡ୍ରାଇଭ୍, USB) ରେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ ଡାଟାର ବ୍ୟାକଅପ୍ ରଖନ୍ତୁ।

Read More
{}{}