Hindi News >>Home >>Odisha Trending

Char Dham Yatra 2024: ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ, ୧୪ ଦିନରେ ଦର୍ଶନ କଲେଣି ୧୦ଲକ୍ଷ ଭକ୍ତ

Char Dham Yatra 2024: ବର୍ତ୍ତମାନ ପର୍ଯ୍ୟନ୍ତ ୩୧ ଲକ୍ଷରୁ ଅଧିକ ଭକ୍ତ ଚାରିଧାମ ଯାତ୍ରା ପାଇଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିସାରିଛନ୍ତି।  ମେ ୨୪ ମଧ୍ୟରେ ରେକର୍ଡ ସଂକ୍ଷକ (୧୦ ଲକ୍ଷ ୩୦ ହଜାର ୬୨୧) ଭକ୍ତ ସମସ୍ତ ଚାରି ଧାମ ପରିଦର୍ଶନ କରିଥିବା ସୂଚନା ମିଳିଛି ।

Advertisement
Char Dham Yatra 2024: ଚାରିଧାମ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ, ୧୪ ଦିନରେ ଦର୍ଶନ କଲେଣି ୧୦ଲକ୍ଷ ଭକ୍ତ
Soubhagya Ranjan Mishra|Updated: May 25, 2024, 06:34 PM IST
Share

Char Dham Yatra 2024: ଚାରିଧାମ ଯାତ୍ରା ମେ ୧୦ ତାରିଖରୁ ଆରମ୍ଭ ହୋଇଥିଲା । ପ୍ରତିଦିନ ହଜାର ହଜାର ଭକ୍ତ ତୀର୍ଥଯାତ୍ରାରେ ବାହାରି ଦର୍ଶନ ପାଇଁ ପହଞ୍ଚୁଛନ୍ତି । ଯାତ୍ରା ଆରମ୍ଭ ହେବାର ମାତ୍ର ୧୪ ଦିନ ମଧ୍ୟରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିସାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୩୧ ଲକ୍ଷରୁ ଅଧିକ ଭକ୍ତ ଚାରିଧାମ ଯାତ୍ରା ପାଇଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିସାରିଛନ୍ତି।  ମେ ୨୪ ମଧ୍ୟରେ ରେକର୍ଡ ସଂକ୍ଷକ (୧୦ ଲକ୍ଷ ୩୦ ହଜାର ୬୨୧) ଭକ୍ତ ସମସ୍ତ ଚାରି ଧାମ ପରିଦର୍ଶନ କରିଥିବା ସୂଚନା ମିଳିଛି ।

ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମେ ୩୧ ପର୍ଯ୍ୟନ୍ତ ଅଫଲାଇନ୍ ପଞ୍ଜୀକରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ବର୍ତ୍ତମାନ କାର୍ଯ୍ୟକାରୀ ହୋଇଥିବା କୁହାଯାଉଛି । ଆଶା କରାଯାଉଛି ଯେ, ଚାରିଧାମ ଯାତ୍ରା ପାଇଁ ଅଫଲାଇନ୍ ପଞ୍ଜୀକରଣ ପୁଣିଥରେ ମେ ୩୧ ତାରିଖ ପରେ ଆରମ୍ଭ ହୋଇପାରେ।

ପୁଷ୍କର ସିଂ ଧାମି ଅଧିକାରୀମାନଙ୍କ ସହ ଆଲୋଚନା କରି ନିର୍ଦ୍ଦେଶ ଦେଇଥିଲେ ଯେ, ଗତ ୭-୮ ଦିନ ଧରି ହରିଦ୍ୱାର କିମ୍ବା ଋଷିକେଶରେ ଚାରିଧାମ ଯାତ୍ରା ପାଇଁ ଅଫଲାଇନ୍ ରେଜିଷ୍ଟ୍ରେସନ କାଉଣ୍ଟର ଖୋଲିବାକୁ ଭକ୍ତମାନେ ଅପେକ୍ଷା କରିଛନ୍ତି । ଥରକରେ ମାତ୍ର ୧ ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ପଠାଯିବା ଉଚିତ୍ । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଅନୁଯାୟୀ ଭକ୍ତମାନଙ୍କୁ ଦର୍ଶନ ପାଇଁ ପଠାଯାଉଛି। ଏହା ସହିତ ସିଷ୍ଟମକୁ ସଜାଡ଼ିବା ପାଇଁ ଏବଂ ଯାତ୍ରୀମାନଙ୍କର ଯେପରି କୌଣସି ସମସ୍ୟା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ଚାରିଧାମ ଯାତ୍ରାରେ ଯମୁନୋତ୍ରୀ ଧାମକୁ ୧,୮୬,୭୪୪ ଭକ୍ତ ଆସିଥିବା ସମୟରେ ଗଙ୍ଗୋତ୍ରୀ ଧାମକୁ ୧,୭୬,୭୯୩, କେଦାରନାଥ ଧାମକୁ ୪,୪୭,୦୫୬ ଏବଂ ବଦ୍ରିନାଥ ଧାମକୁ ୨,୨୦,୦୨୮ ଭକ୍ତ ପରିଦର୍ଶନ କରିଛନ୍ତି । କେଦାରନାଥରେ ବାବା କେଦାରଙ୍କୁ ସର୍ବାଧିକ ୪ ଲକ୍ଷ ୪୭ ହଜାର ୫୬ ଭକ୍ତ ଦର୍ଶନ କରିଥିବା ସୂଚନା ମିଳିଛି । ଏହି ୧୪ ଦିନରେ ଭକ୍ତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ସୂଚନା ମୁତାବକ ୧୪ ଦିନରେ ମୋଟ ୫୨ଜଣ ଭକ୍ତଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଛି ।

Also Read- June 2024 Gochar: ଜୁନରେ ୫ ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ, ସୃଷ୍ଟି ହେବ ସ୍ୱତନ୍ତ୍ର ଯୋଗ

Also Read- BJD ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

Read More
{}{}