Robert Vadra ED Case: ଗୁରୁଗ୍ରାମ ଲ୍ୟାଣ୍ଡ ଡିଲ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରବର୍ଟ ଭାଦ୍ରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାର ଶୁଣାଣି ୨୪ ଜୁଲାଇରେ ହେବ। ଭଦ୍ରାଙ୍କ ବିରୋଧରେ ଇଡିର ଏହି କାର୍ଯ୍ୟାନୁଷ୍ଠାନ ଉପରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି।
ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, "ମୋ ଭିଣୋଇଙ୍କୁ ଗତ ଦଶ ବର୍ଷ ଧରି ଏହି ସରକାର ହଇରାଣ କରିଆସୁଛି। ତାଙ୍କ ବିରୁଦ୍ଧରେ ବର୍ତ୍ତମାନ ସଦ୍ୟତମ ଚାର୍ଜସିଟ୍ ଷଡଜନ୍ତ୍ରର ଆଉ ଏକ ଅଂଶ। ମୁଁ ରବର୍ଟ, ପ୍ରିୟଙ୍କା ଓ ସେମାନଙ୍କ ପିଲାମାନଙ୍କ ସହିତ ଠିଆ ହୋଇଛି କାରଣ ସେମାନେ ଏହି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି। ମୁଁ ଜାଣେ ଯେ ସେମାନେ ସମସ୍ତେ ଯେକୌଣସି ପ୍ରକାରର ନିର୍ଯାତନାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଓ ସେମାନେ ସମ୍ମାନର ସହିତ ଏହା ଜାରି ରଖିବେ। ଶେଷରେ ସତ୍ୟର ବିଜୟ ହେବ।"
ରାହୁଲ ଗାନ୍ଧୀଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଇଡି ରବର୍ଟ ଭଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଇଡି ଭାଦ୍ରା ଓ ତାଙ୍କ କମ୍ପାନୀଗୁଡ଼ିକର ୩୭ କୋଟି ଟଙ୍କାର ୪୩ଟି ସମ୍ପତ୍ତି ଆଟାଚ୍ କରିଛି। ଯେଉଁଥିରେ ସ୍କାଏ ଲାଇଟ୍ ହସ୍ପିଟାଲିଟି ମଧ୍ୟ ଅନ୍ତର୍ଭୁକ୍ତ। ଏହି ସମ୍ପତ୍ତିଗୁଡ଼ିକ ରାଜସ୍ଥାନ, ହରିୟାଣା, ଉତ୍ତର ପ୍ରଦେଶ, ପଞ୍ଜାବ ଓ ଗୁଜରାଟରେ ଅଛି।
କହି ରଖୁଛୁ ଯେ ରବର୍ଟ ଭଦ୍ରାଙ୍କ ସହ ଜଡିତ ଜମି ଦୁର୍ନୀତି ମାମଲାର ଶୁଣାଣି ୨୪ ଜୁଲାଇରେ ହେବ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିନ ଏହି ମାମଲାରେ ନିଜର ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍ରେ ଭାଦ୍ରାଙ୍କ ସମେତ ୧୧ ଜଣ ଅଭିଯୁକ୍ତଙ୍କ ନାମ ଅଛି। ଏହି ମାମଲା ୨୦୦୮ ମସିହାରେ କିଣାଯାଇଥିବା ଜମି ସହିତ ଜଡିତ। ଏହି ମାମଲାରେ ଇଡି ଭଦ୍ରା ଓ ତାଙ୍କ କମ୍ପାନୀଗୁଡ଼ିକର ୪୩ଟି ସମ୍ପତ୍ତି ଆଟାଚ୍ କରିଛି। କମ୍ପାନୀରେ ମାତ୍ର ୧ ଲକ୍ଷ ଟଙ୍କା ଥିବା ସତ୍ତ୍ୱେ ୫୮ କୋଟି ଟଙ୍କାର ଜମି ଡିଲ୍ କରିବାର ଅଭିଯୋଗ ରବର୍ଟ ଭଦ୍ରାଙ୍କ ବିରୋଧରେ ରହିଛି।