Home >>Odisha Trending

Trading Scam: ଅନ୍ଲାଇନ୍ ଟ୍ରେଡିଂରେ 1.53 କୋଟି ହରାଇଲେ ଦମ୍ପତି

Online Trading scam: ଦମ୍ପତିଙ୍କ ସହ 1.53 କୋଟି ଟଙ୍କା ଠକେଇ ହୋଇଥିଲା । ତେବେ ଏପରି କ’ଣ ହେଲା? ଆପଣ ମଧ୍ୟ ସମାନ ଭୁଲ ପୁନରାବୃତ୍ତି କରୁଛନ୍ତି କି? ଆସନ୍ତୁ ସେ ବିଷୟରେ ବିସ୍ତୃତଭାବେ ଜାଣିବା 

Advertisement
Trading Scam: ଅନ୍ଲାଇନ୍ ଟ୍ରେଡିଂରେ 1.53 କୋଟି ହରାଇଲେ ଦମ୍ପତି
Soubhagya Ranjan Mishra|Updated: Aug 10, 2024, 04:41 PM IST
Share

Online Trading scam: ଅନଲାଇନ୍ ଠକେଇ ମାମଲା ବର୍ତ୍ତମାନ ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ମାମଲାର ସମାଧାନ କରିବା ପୂର୍ବରୁ ଆଉ ୧୦ ଟି ନୂଆ ମାମଲା ଅନଲାଇନ ଠକେଇକୁ ନେଇ ଆସୁଛି । ତେବେ ବର୍ତ୍ତମାନ ଆପଣଙ୍କୁ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ତାହା ଆଶ୍ଚର୍ଯ୍ୟଜନକ । ଦମ୍ପତ୍ତି ବାଣିଜ୍ୟ ସ୍କାମରେ ଫସିଯିବା ପରେ ନିଜ କଷ୍ଟ ଅର୍ଜିତ ଧନ ହରାଇଛନ୍ତି । ତେବେ ଖୁସିର କଥା ଏହା ଯେ, ପୋଲିସ 1.4 କୋଟି ଟଙ୍କା ଜବତ କରିଥିବାରୁ ଦମ୍ପତ୍ତି ପୋଲିସକୁ ଧନ୍ୟବାଦ ଦେଇଛନ୍ତି । ବାସ୍ତବରେ, ଟ୍ରେଣ୍ଡିଂ ସମୟରେ, ଅନେକ ଲୋକ ବିଭିନ୍ନ ପ୍ରକାରର ଛୋଟ ବଡ଼ ଭୁଲ କରିବସନ୍ତି । ଯେଉଁଥିପାଇଁ ଜୀବନସାରା ଅନୁତାପ କରିବାକୁ ପଡିଥାଏ । ଆପଣଙ୍କୁ ଯେଉଁ ଘଟଣାଟି କହୁଛୁ ତାହା ବେଙ୍ଗାଲୁରୁର । ଦମ୍ପତିଙ୍କ ସହ 1.53 କୋଟି ଟଙ୍କା ଠକେଇ ହୋଇଥିଲା । ତେବେ ଏପରି କ’ଣ ହେଲା? ଆପଣ ମଧ୍ୟ ସମାନ ଭୁଲ ପୁନରାବୃତ୍ତି କରୁଛନ୍ତି କି? ଆସନ୍ତୁ ସେ ବିଷୟରେ ବିସ୍ତୃତଭାବେ ଜାଣିବା ।

ରିପୋର୍ଟ ଅନୁଯାୟୀ, ବାଙ୍ଗାଲୋରରେ ରହୁଥିବା ଦମ୍ପତିକୁ ଅନଲାଇନ୍ ଲୁଟେରା ଠକିବା ପାଇଁ ଜାଲରେ ଛନ୍ଦି ଦେଇଥିଲେ । ଦମ୍ପତିଙ୍କୁ ସାଇବର ଫ୍ରଡ୍ ପ୍ରତିଶୃତି ଦେଇଥିଲେ ଯେ, ଠିକ୍ ସମୟରେ ବିନିଯୋଗ କଲେ ସେମାନଙ୍କୁ ଅଧିକ ରିଟର୍ଣ୍ଣ ମିଳିବ । ପୋଲିସର ସୂଚନାନୁସାରେ, ଚୋରି ହୋଇଥିବା ଟଙ୍କା ଟ୍ରାନ୍ସଫର କରିବା ପାଇଁ ସ୍କାମରମାନେ 'ଆକାଉଣ୍ଟ'ର ଏକ ନେଟୱାର୍କ ବ୍ୟବହାର କରିଥିଲେ। ଦମ୍ପତିଙ୍କ ମନରେ ବିଶ୍ୱାସ ଜମେଇବାକୁ ଠକମାନେ ସେମାନଙ୍କୁ ଏକ ନକଲି ୱେବସାଇଟକୁ ଭିଜିଟ୍ କରିବାକୁ କହିଥିଲେ । ଯେଉଁଠାରେ ସେମାନେ ସେମାନଙ୍କର ନିବେଶର ଅଭିବୃଦ୍ଧି ଉପରେ ନଜର ରଖିପାରିବେ । ପ୍ରାରମ୍ଭରେ ସେମାନଙ୍କ ନିବେଶ ରକେଟ୍ ପରି ବଢିଥିବା ଦେଖିବାକୁ ମିଳିଥିଲା । ଏହି ଖୁସିରେ ଦମ୍ପତି କିଛି ମାସ ପରେ ସେମାନଙ୍କ ପାଣ୍ଠିର ଏକ ଅଂଶ ପ୍ରତ୍ୟାହାର କରିବାକୁ ଚେଷ୍ଟା କଲେ । କିନ୍ତୁ ସେମାନଙ୍କ ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । 

ଏହା ପରେ ଦମ୍ପତି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ପଦକ୍ଷେପ ନେବା ସହ ଅନୁସନ୍ଧାନ କରି ବ୍ୟାଙ୍କ ଅଧିକାରୀଙ୍କ ସହ ଉତ୍ତମ ସମନ୍ୱୟରେ ସେମାନଙ୍କ ଟଙ୍କା ଗତିବିଧି ଅନୁସନ୍ଧାନ କରିଥିଲା। ଏହିପରି ପୋଲିସ ଏହି ସ୍କାମରେ ଜଡିତ ୫୦ ରୁ ଅଧିକ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛି। ପୋଲିସର ତତ୍ପରତା ହେତୁ ଅଭିଯୋଗ କରିଥିବା ଦମ୍ପତ୍ତି ଲୁଟ୍ ହୋଇଥିବା ଅର୍ଥର ଏକ ବଡ଼ ଅଂଶ ଫେରି ପାଇଥିଲେ। 

ଅନଲାଇନ୍ ନିବେଶ ସ୍କାମରୁ ଆପଣ ମଧ୍ୟ ଦୂରେଇ ରହିବା ଆବଶ୍ୟକ । ତେଣୁ ଅବାଞ୍ଛିତ ବିନିଯୋଗ ପ୍ରସ୍ତାବକୁ ଉପେକ୍ଷା କରନ୍ତୁ ।  ଯଦି କୌଣସି ବିନିଯୋଗ ଅଳ୍ପ କିମ୍ବା କ କୌଣସି ବିପଦ ସହିତ ଅତ୍ୟଧିକ ଉଚ୍ଚ ରିଟର୍ଣ୍ଣ ଦେବା କଥା କହିଥାଏ ତେବେ ଏହା ଏକ ଘୋଟାଲା ହୋଇପାରେ । ତେଣୁ ଆପଣ ଅଫର୍ ଦେଉଥିବା କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କୁ ଯାଞ୍ଚ କରନ୍ତୁ । ଏଥିସହ ଆପଣଙ୍କର ବ୍ୟକ୍ତିଗତ ସୂଚନା ଯେପରିକି ଆପଣଙ୍କର ଆଧାରକାର୍ଡ ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ, କିମ୍ବା କ୍ରେଡିଟ୍ କାର୍ଡ ସୂଚନା, କୌଣସି ଅଜଣା ବ୍ୟକ୍ତି କିମ୍ବା କମ୍ପାନୀକୁ ଦିଅନ୍ତୁ ନାହିଁ । ଯଦି ଆପଣ ଏକ ବିନିଯୋଗ ସ୍କାମରେ ସନ୍ଦେହ କରୁଛନ୍ତି, ତେବେ ଏ ସମ୍ପର୍କରେ ପୋଲିସକୁ ଜଣାନ୍ତୁ ।

Also Read- Top 10 News: ବିସ୍ଫୋରକ ବୟାନ ଦେଲେ ମନୀଷ ସିସୋଦିଆ ଓ ଅପରାହ୍ଣର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର

Read More
{}{}