Home >>Odisha Trending

Crime News: ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୋଷୀକୁ ମୃତ୍ୟୁଦଣ୍ଡ

Crime News: ୨୦୨୮ ମସିହାରେ ଜଣେ ନିରୀହ ୩ ବର୍ଷର ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ହତ୍ୟା ଘଟଣାରେ ଜଣେ ୨୫ ବର୍ଷର ଯୁବକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ମାମଲାରେ ଅତିରିକ୍ତ ଜିଲ୍ଲା ଜଜ୍ ଶଶି ଚୌହାନଙ୍କ କୋର୍ଟ ଅପରାଧୀକୁ ୨୫ ହଜାର ଟଙ୍କା ଜରିମାନା କରିଥିଲେ । ଏଥିସହିତ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି।

Advertisement
Crime News: ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୋଷୀକୁ ମୃତ୍ୟୁଦଣ୍ଡ
Soubhagya Ranjan Mishra|Updated: Feb 21, 2024, 09:59 PM IST
Share

Crime News: ୨୦୧୮ ମସିହାରେ ଜଣେ ତିନି ବର୍ଷର ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଗୁରୁଗ୍ରାମର ସ୍ଥାନୀୟ କୋର୍ଟ ବୁଧବାର ଦିନ ଦୋଷୀ ବିପକ୍ଷରେ ରାୟ ଶୁଣାଇଛନ୍ତି । ୨୫ ବର୍ଷୀୟ ଯୁବକ ଅଭିଯୁକ୍ତ ଥିବାବେଳେ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ମାମଲାରେ ଅତିରିକ୍ତ ଜିଲ୍ଲା ଜଜ୍ ଅପରାଧୀ ଉପରେ ୨୫ ହଜାର ଟଙ୍କା ଜରିମାନା ଲାଗୁ କରିଥିଲେ । ଏହା ସହିତ ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଓକିଲ ସୁନୀଲ ପରମାରଙ୍କ କହିବାନୁଯାୟୀ, ୨୦୧୮ ମସିହା ନଭେମ୍ବର ୧୧ ତାରିଖରେ ଉତ୍ତରପ୍ରଦେଶର ଜଣେ ଯୁବକ ଗୁରୁଗ୍ରାମର ସେକ୍ଟର ୬୫ ଥାନା ଅଞ୍ଚଳରେ ଜଣେ ତିନି ବର୍ଷର ନାବାଳିକାକୁ ପ୍ରଥମେ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ହତ୍ୟା କରିଥିଲା । ନାବାଳିକା ଜଣକ ଘର ବାହାରେ ଖେଳୁଥିବା ସମୟରେ ଅଭିଯୁକ୍ତ ତାକୁ ପ୍ରଲୋଭିତ କରି ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା । ଗୁରୁଗ୍ରାମ ପୋଲିସ କହିଛି ଯେ, ଯେତେବେଳେ ନାବାଳିକା ଜଣକ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲା ସେତେବେଳେ ତାଙ୍କ ପରିବାର ଲୋକେ ଖୁବ୍ ଖୋଜାଖାଜି ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି କରିବା ପରେ ନାବାଳିକା ମିଳିନଥିଲା ତେଣୁ ଏ ସମ୍ପର୍କରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ମଧ୍ୟ ଅବଗତ କରିଥିଲେ ପରିବାର ଲୋକେ । 

ହତ୍ୟା ପରଦିନ ଉକ୍ତ ଅଞ୍ଚଳର ଏକ ମନ୍ଦିର ନିକଟରୁ ନାବାଳିକାର ମୃତଦେହ ନଗ୍ନ ଅବସ୍ଥାରେ ଦେଖିବାକୁ ପାଇଥିଲେ କିଛି ଲୋକେ । ନାବାଳିକା ଶରୀରର ଅନେକ ସ୍ଥାନରେ ଆଘାତ ଚିହ୍ନ ରହିଥିଲା। ନାବାଳିକା ମୁହଁରେ ଇଟ୍ଟା ଛେଚି ତାକୁ ହତ୍ୟା କରାଯାଇଥିଲା । ଏଥିସହ ଯୋନାଙ୍ଗରୁ ରକ୍ତ ଝରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହା ପରେ ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସି ଏବଂ ପୋକସୋ ଆକ୍ଟରେ ମାମଲା ରୁଜୁ କରିଥିଲା। ପୋଲିସ ତଦନ୍ତ କରି ଅଭିଯୁକ୍ତ ନିକଟରେ ପହଞ୍ଚିବା ପରେ ତାକୁ ଗିରଫ କରାଯାଇଥିଲା। ମୃତଦେହ ପଡିଥିବା ସ୍ଥାନରୁ ପୋଷାକ ସହିତ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା ପୋଲିସ । ଅଭିଯୁକ୍ତକୁ ଗିରଫ କରିବା ପରେ ଭଣ୍ଡସୀ ଜେଲରେ ରଖାଯାଇଥିଲା। ସେବେଠୁ ପ୍ରାୟ ୬ ବର୍ଷ ହେବ ମାମଲାଟି ବିଚାରଧିନ ରହିଥିଲା ।

ଓକିଲ ସୁନୀଲ ପରମାର ଏକଥା କହିଛନ୍ତି ଯେ, "ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କୋର୍ଟରେ ଦୃଢ ପ୍ରମାଣ ଏବଂ ସାକ୍ଷୀ ଉପସ୍ଥାପନ କରାଯାଇଥିଲା । ଯେଉଁଥିରେ ଅଭିଯୁକ୍ତ ନାବାଳିକାକୁ ନେଇଥିବାର ସିସିଟିଭି ଫୁଟେଜ ମଧ୍ୟ ରହିଥିଲା । କୋର୍ଟ ଏହି ମାମଲାକୁ ଗୁରୁତର ସହ ନେଇ ମାମଲାର ସମସ୍ତ ଦିଗ ଯାଞ୍ଚ କରିଥିଲେ । ଫେବୃଆରୀ ୩ ରେ ଅଭିଯୁକ୍ତକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତାଙ୍କ ଦଣ୍ଡ ଉପରେ ନିଷ୍ପତ୍ତି ସଂରକ୍ଷିତ ଥିଲା ଯାହା ବୁଧବାର ଦିନ ଘୋଷଣା କରାଯାଇଛି।

Also Read- ଅତନୁ ସବ୍ୟସାଚୀଙ୍କ ''ସବ୍ୟସାଚୀର ଶବ୍ଦ'' ପୁସ୍ତକ ଉନ୍ମୋଚିତ

Also Read- Sahara India Refund List 2024: କେବଳ ଏହି ଜମାକାରୀ ଫେରସ୍ତ ପାଇବେ ସାହାରା ଟଙ୍କା, ଆସିଲା ତାଲିକା

Read More
{}{}