Why Red and Green Colour is so important for Christmas: ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ପାଳିତ ହୋଇଥାଏ ଖ୍ରୀଷ୍ଟମାସ। ଏହି ଅବସରରେ ସମଗ୍ର ବିଶ୍ୱରେ ଖ୍ରୀଷ୍ଟ ଧର୍ମର ପ୍ରତିଷ୍ଠାତା ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ଉତ୍ସବକୁ ପାଳନ କରୁଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ଏନେଇ ଗୀର୍ଜା ଘରକୁ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜେଇ ହୋଇଛି। ବିଶେଷ କରି ଆଲୋକୀକରଣକୁ ଗୁରୁତ୍ବ ଦିଆଯାଉଛି। ଗୀର୍ଜା ଘରେ ରୀତିନୀତି ସହକାରେ ପୂଜାପାଠ ଆଦି ପାଳିତ ହେଉଛି। ନଭେମ୍ବର ୨୭ ତାରିଖରେ କ୍ୟାଣ୍ଡେଲ ଶୋଭଯାତ୍ରା ପର ଠାରୁ ସହରର ସମସ୍ତ ଗୀର୍ଜା ଘରେ ବଡ଼ ଦିନ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ଅନେଇ ବସିଥାନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ। ଏହି ସମୟରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୀଶୁଙ୍କ ମୂର୍ତ୍ତି ଧରି ଘରକୁ ଘର ଯାଇଥାନ୍ତି। ଏହାକୁ କେରଲ ସିଗିଂ କୁହାଯାଏ। ଅନ୍ୟପକ୍ଷରେ ଖ୍ରୀଷ୍ଟ ଜୟନ୍ତୀ ଉପଲକ୍ଷେ ବଜାରରେ ନାନା ପ୍ରକାରର ମିଠା ଆଦି ବିକ୍ରି ଧିରେ ଧିରେ ବୃଦ୍ଧି ହେବାରେ ଲାଗିଛି। ଆଲୋକୀକରଣ ଲାଗି ବଜାରରେ ରଙ୍ଗ ବେରଙ୍ଗର ଆଲୋକମାଳା ବିକ୍ରି ହେଉଛି। ଏହା ସହିତ ବଜାର ଘାଟରେ ସାନ୍ତାକ୍ଲଜ ମଧ୍ୟ ଦୃଶ୍ୟମାନ ହେବାରେ ଲାଗିଛି।
ହେଲେ କେବେ ଆପଣ ଚିନ୍ତା କରିଛନ୍ତି କି ଖ୍ରୀଷ୍ଟମାସ ପାଳନ ଅବସରରେ ଲାଲ-ସବୁଜ ରଙ୍ଗକୁ କାହିଁକି ଦିଆଯାଏ ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ? ଏହାର ଉତ୍ତର ହୁଏତ ଆପଣ ଜାଣିନଥିବେ। ଖ୍ରୀଷ୍ଟମାସ ଉତ୍ସବ ପାଳନ ସମୟରେ ରଙ୍ଗ ବିଷୟରେ ଚିନ୍ତା କରିବାକୁ ଆପଣ ହୁଏତ ସମୟ ପାଇନଥିବେ। ହେଲେ ଖ୍ରୀଷ୍ଟମାସ ପାଳନ ଅବସରରେ ଲାଲ-ସବୁଜ ରଙ୍ଗକୁ ପ୍ରାଧାନ୍ୟ ଦିଆଯାଏ। କାରଣ ଏହି ୨ ରଙ୍ଗ ଖ୍ରୀଷ୍ଟମାସ ସହିତ ସାଙ୍କେତିକ ଭାବରେ ଜଡ଼ିତ ହୋଇଥାନ୍ତି ଏବଂ କିଛି ଗଭୀର ଅର୍ଥ ଧାରଣ କରିଥାନ୍ତି। କେବଳ ଲାଲ-ସବୁଜ ନୁହେଁ ସୁନେଲି ଏବଂ ଧଳା ରଙ୍ଗ ମଧ୍ୟ ଖ୍ରୀଷ୍ଟମାସ ପାଇଁ ଅନେକ ଗୁରୁତ୍ୱ ବହନ କରିଥାଏ। ଖ୍ରୀଷ୍ଟ ଧର୍ମରେ ଏହି ରଙ୍ଗ ବିଷୟରେ ଶିକ୍ଷା ଦିଆଯାଇ ସାରିଛି। ଯାହା ବିଷୟରେ ଆପଣ ଜାଣିରଖନ୍ତୁ।
ଲାଲ ରଙ୍ଗ
ଲାଲ ରଙ୍ଗ ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଅର୍ଥାତ ତାଙ୍କ ବଳିଦାନର ପ୍ରତୀକ। ଲାଲ ରଙ୍ଗ ମଧ୍ୟ ଅନ୍ୟମାନଙ୍କ ପ୍ରତି ଅପାର ପ୍ରେମ ଦେଖାଇଥାଏ। ଯେହେତୁ ଆମେ ସମସ୍ତେ ଜାଣୁ ଯୀଶୁ ଖ୍ରୀଷ୍ଟ ପ୍ରତ୍ୟେକ ମଣିଷକୁ ବହୁତ ଭଲ ପାଉଥିଲେ। ସେ ସମସ୍ତଙ୍କୁ ନିଜ ସନ୍ତାନ ଭାବେ ବିବେଚନା କରୁଥିଲେ ଏବଂ ସେମାନଙ୍କୁ ବିନା ସର୍ତ୍ତରେ ଭଲ ପାଉଥିଲେ। ଏହା ବ୍ୟତୀତ ଲାଲ ରଙ୍ଗ ମଧ୍ୟ ବହୁତ ସୁଖ ପ୍ରଦାନ କରିଥାଏ। କାରଣ ଯେଉଁଠାରେ ବହୁତ ପ୍ରେମ ଥାଏ ସେଠାକୁ ସୁଖ ଆପେ ଆପେ ଆସିଥାଏ। ଖ୍ରୀଷ୍ଟମାସ ଅବସରରେ ଲାଲ ରଙ୍ଗ ସର୍ବାଧିକ ବ୍ୟବହୃତ ହୋଇଥାଏ। ଅନ୍ୟପକ୍ଷରେ ଲାଲ ରଙ୍ଗ ମଧ୍ୟ ପ୍ରେମର ପ୍ରତୀକ ଭାବରେ ବିବେଚନା କରାଯାଏ। ଯାହା ସୁଖ ଏବଂ ପ୍ରେମ ବିସ୍ତାର କରିଥାଏ। ଖ୍ରୀଷ୍ଟମାସ ଅବସରରେ ସାଜସଜ୍ଜାରେ ଲାଲ ରଙ୍ଗ ଅଧିକ ବ୍ୟବହୃତ ହୋଇଥାଏ।
ସବୁଜ ରଙ୍ଗ
ସବୁଜ ରଙ୍ଗ ଗଛ ଲତା ସହିତ ଜଡିତ ରହିଥାଏ। ଯାହା ଅତ୍ୟଧିକ ଥଣ୍ଡା ସମୟରେ ମଧ୍ୟ ସେମାନଙ୍କ ରଙ୍ଗ ବଜାୟ ରଖିଥାନ୍ତି। ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରାଯାଏ ଯେ ସବୁଜ ରଙ୍ଗ ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ଅନନ୍ତ ଜୀବନର ପ୍ରତୀକ। ଯୀଶୁ ଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରାଯାଇ ଥାଇପାରେ। ହେଲେ ସେ ହଜାର ହଜାର ବର୍ଷ ଧରି ଆମ ସମସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି। ସେଥିପାଇଁ ଖ୍ରୀଷ୍ଟମାସ ସମୟରେ ସବୁଜ ରଙ୍ଗର ଅର୍ଥ ହେଉଛି ଜୀବନ। ସବୁଜ ରଙ୍ଗକୁ ପ୍ରକୃତିର ରଙ୍ଗ ଭାବରେ ବିବେଚନା କରାଯାଏ। ରୋମ ସାମ୍ରାଜ୍ୟର ଲୋକେ ଜାନୁଆରୀ ମାସରେ ଚିର ସବୁଜ ରଙ୍ଗର ଶାଖା ବିନିମୟ କରୁଥିଲେ। ଖ୍ରୀଷ୍ଟମାସ ଗଛକୁ ସଜାଇବା ପାଇଁ ସବୁଜ ରଙ୍ଗ ପ୍ରଥମେ ବ୍ୟବହୃତ ହେଉଥିଲା। ଏହା ବ୍ୟତୀତ ସବୁଜ ରଙ୍ଗ ମଧ୍ୟ ଶୁଭଙ୍କର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି କାରଣରୁ ଖ୍ରୀଷ୍ଟମାସ ଅବସରରେ ସବୁଜ ରଙ୍ଗ ସର୍ବାଧିକ ବ୍ୟବହୃତ ହୋଇଥାଏ।
ଧଳା ରଙ୍ଗ
ଧଳା ରଙ୍ଗ ହେଉଛି ଶାନ୍ତି ଏବଂ ଶୁଦ୍ଧତାର ପ୍ରତୀକ। ଯୀଶୁ ଖ୍ରୀଷ୍ଟ ମଧ୍ୟ ଜଗତରେ ଶାନ୍ତି ଏବଂ ପ୍ରେମର ବାର୍ତ୍ତା ଦେଇଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ଜନ୍ମଦିନ ଅବସରରେ ଧଳା ରଙ୍ଗର ବ୍ୟବହାର ବହୁତ ଭଲ ବୋଲି ବିବେଚନା କରାଯାଏ। ଖ୍ରୀଷ୍ଟମାସ ଗଛକୁ ସଜାଇବାରେ ଧଳା ରଙ୍ଗ ମଧ୍ୟ ବ୍ୟବହୃତ ହୋଇଥାଏ।
ସୁନେଲି ରଙ୍ଗ
ସୁନେଲି ରଙ୍ଗ ଉପହାର ପ୍ରଦାନକୁ ପ୍ରତିପାଦିତ କରିଥାଏ। ଇଶ୍ବର ଗରୀବ ମରିୟମଙ୍କୁ ତାଙ୍କ ଗର୍ଭରୁ ଯୀଶୁ ଖ୍ରୀଷ୍ଟଙ୍କୁ ଜନ୍ମ ଦେବା ପାଇଁ ଚୟନ କରିଥିଲେ। ଯୀଶୁଙ୍କୁ ବଞ୍ଚାଇବା ପାଇଁ ମରିୟମ ଏବଂ ଯୋଶେଫ ସମସ୍ତ ବାଧାବିଘ୍ନକୁ ସାମ୍ନା କରିଥିଲେ। ଯାହା ଦର୍ଶାଏ ଯେ ଭଗବାନଙ୍କ ଆଗରେ ସମସ୍ତେ ହେଉଛନ୍ତି ସମାନ। ଯାହା ମାନବଜାତି ପାଇଁ ଭଗବାନଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ଉପହାର।
ଖ୍ରୀଷ୍ଟମାସ ଗଛକୁ ସଜାଇବା ପଛରେ ରହିଥିବା ବିଶ୍ୱାସ
ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଠାରୁ ଆରମ୍ଭ କରି ଦୋକାନ, ମଲ୍ ଏବଂ ଘର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଏକ ଛୋଟ କିମ୍ବା ବଡ ଖ୍ରୀଷ୍ଟମାସ ଗଛ ରଖା ଯାଇଥାଏ। ଖ୍ରୀଷ୍ଟମାସ ଗଛ ପଛରେ ରହିଥିବା ବିଶ୍ୱାସ ହେଉଛି ଯେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ସମୟରେ ସମସ୍ତ ଦେବତା ଚିରସବୁଜ ନାମକ ଏକ ଗଛକୁ ସଜାଇ ଥିଲେ। ସେବେଠାରୁ ଏହି ଗଛ ଖ୍ରୀଷ୍ଟମାସ ଟ୍ରି ଭାବରେ ଜଣାଶୁଣା। ଦ୍ୱିତୀୟ କାହାଣୀ ହେଉଛି ଖ୍ରୀଷ୍ଟମାସ ଗଛ ଉତ୍ତର ୟୁରୋପ ମହାଦେଶରେ ଅନେକ ହଜାର ବର୍ଷ ପୂର୍ବେ ଉତ୍ପନ୍ନ ହୋଇଥିଲା। ସେହି ସମୟରେ ଫେୟାର ନାମକ ଏକ ଗଛକୁ ସଜାଇ ଶୀତ ପର୍ବ ପାଳନ କରାଯାଉଥିଲା। ଧିରେ ଧିରେ ଖ୍ରୀଷ୍ଟମାସ ଗଛ ବ୍ୟବହାର କରିବାର ପରମ୍ପରା ବଢିବାକୁ ଲାଗିଲା। ଖ୍ରୀଷ୍ଟମାସ ଅବସରରେ ସମସ୍ତେ ଖ୍ରୀଷ୍ଟମାସ ଟ୍ରି ଲଗାଇବା ଆରମ୍ଭ କରିଥିଲେ।
(ସତର୍କତା: ଉପରୋକ୍ତ ଖବରରେ ପ୍ରଦାନ କରାଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଉପରେ ଆଧାରିତ। Zee Odisha ଏହାକୁ ନିଶ୍ଚିତ କରେ ନାହିଁ।)