Hindi News >>Home >>Odisha Trending

Delhi: ସଂସଦ ନିକଟରେ ନିଜ ଦେହରେ ନିଆଁ ଲଗାଇ ଦେଲେ ବ୍ୟକ୍ତି; ଅବସ୍ଥା ଗୁରୁତର

Delhi Police: ଦିଲ୍ଲୀ ପୋଲିସ କହିଛି ଯେ ଜଣେ ବ୍ୟକ୍ତି ସଂସଦ ଗୃହ ନିକଟରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରେଳବାଇ ବିଲଡିଂ ଏବଂ ସଂସଦ ବାହାରେ ଥିବା ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି।  

Advertisement
Delhi Police
Delhi Police
Jagdish Barik|Updated: Dec 25, 2024, 05:31 PM IST
Share

Delhi Police: ସଂସଦ ନିକଟରେ ଜଣେ ବ୍ୟକ୍ତି ନିଜକୁ ଜାଳି ମାରିଦେବାକୁ ଚେଷ୍ଟା କରିଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ ବୁଧବାର ଦିନ ଜଣେ ବ୍ୟକ୍ତି ସଂସଦ ନିକଟରେ ନିଆଁ ଲଗାଇ ଦେଇଛନ୍ତି। ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାକୁ ଯାଇଗୁରୁତର ଆହତ ହୋଇଛନ୍ତି ଓ ତାଙ୍କୁ ତୁରନ୍ତ ହସ୍ପିଟାଲ ନିକଟକୁ ନିଆଯାଇଥିଲା। ଘଟଣାସ୍ଥଳରୁ ପେଟ୍ରୋଲ ଉଦ୍ଧାର କରାଯାଇଛି। ଘଟଣା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ବ୍ୟକ୍ତିର ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ଦିଲ୍ଲୀ ପୋଲିସ କହିଛି ଯେ ଉକ୍ତ ବ୍ୟକ୍ତି ଜଣକ ୟୁପି ବାଗପାତ୍ ଅଞ୍ଚଳର ବାସିନ୍ଦା। ତାଙ୍କ ନାମ ଜିତେନ୍ଦ୍ର। ସେ ରେଳ ଭବନ ଛକରେ ନିଆଁ ଲଗାଇ ଦେଇଥିଲେ। ସ୍ଥାନୀୟ ପୋଲିସ ଏବଂ ରେଳ ପୋଲିସ କିଛି ସାଧାରଣ ନାଗରିକଙ୍କ ସହ ନିଆଁ ଲିଭାଇଥିଲେ। ଜିତେନ୍ଦ୍ରଙ୍କୁ ହସ୍ପିଟାଲକୁ ନିଆଯାଇଛି। କୁହାଯାଉଛି ବ୍ୟକ୍ତିଗତ କାରଣରୁ ସେ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି।

ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷକୁ ନେଇ ଦିଲ୍ଲୀରେ ସୁରକ୍ଷା କଡାକଡି ହୋଇଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି। ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ପୋଲିସର ସୁରକ୍ଷା ବୃଦ୍ଧି କରାଯାଇଛି। ପୋଲିସ ଟିମ୍ ଲଗାତାର ପାଟ୍ରୋଲିଂ କରୁଛନ୍ତି। ଯାନଗୁଡିକର ତୀବ୍ର ଯାଞ୍ଚ ମଧ୍ୟ ଚାଲିଛି। ପୋଲିସ କହିଛି ଯେ ସେମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଯଦି ସୂତ୍ରରୁ ବିଶ୍ୱାସ କରାଯାଏ ତେବେ ଜିତେନ୍ଦ୍ରଙ୍କଠାରୁ ପୋଲିସ ଏକ ଆତ୍ମହତ୍ୟା ନୋଟ୍ ମଧ୍ୟ ପାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

କେତେକ ରିପୋର୍ଟ ଅନୁଯାୟୀ ଜିତେନ୍ଦ୍ର ୯୦ ପ୍ରତିଶତ ଜଳିଯାଇଥିବା କୁହାଯାଉଛି। ଘଟଣା ପରେ ଘଟଣାସ୍ଥଳରୁ ବାହାରିଥିବା ଫୁଟେଜରେ ପୁରୁଷର ଜୋତା ଏବଂ ବ୍ୟାଗ ଇତ୍ୟାଦି ଜିନିଷ ମଧ୍ୟ ନିଆଁରେ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ଗୁରୁତର ଭାବେ ଜଳି ଯାଇଥିବା ଜିତେନ୍ଦ୍ରଙ୍କ ଚିକିତ୍ସା ଚାଲିଛି। ପ୍ରଶ୍ନ ମଧ୍ୟ ଉଠିଛି ଯେ ଏକ ସମୟରେ ଯେତେବେଳେ ଖ୍ରୀଷ୍ଟମାସ ସମ୍ବନ୍ଧୀୟ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡାକଡି ରହିଛି। ସେତେବେଳେ ଏହି ବ୍ୟକ୍ତି କିପରି ପେଟ୍ରୋଲ ସହିତ ରେଳ ଭବନର ଛକରେ ପହଞ୍ଚିଲେ?

Also Read: PM Kisan ର କେବେ ମିଳିବ ଆଗାମୀ କିସ୍ତି? ଏହି ଦିନ ଚାଷିଙ୍କୁ ମିଳିପାରେ ଖୁସି ଖବର

Aslo Read: Surya Nakshatra Gochar: ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି ସୂର୍ଯ୍ୟ, ୨୯ ଡିସେମ୍ବରରୁ ଚମକିବ ଏହି ରାଶି ଗୁଡିକର ଭାଗ୍ୟ, ପୂରା ହେବ ସମସ୍ତ ମନୋକାମନା

Read More
{}{}