Hindi News >>Home >>Odisha Trending

Delhi High Court: ଇଡ଼ି ଦ୍ୱାରା ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ ନୁହେଁ: ଦିଲ୍ଲୀ ହାଇକୋର୍ଟ

Delhi CM Arvind Kejriwal: ଇଡ଼ି ଦ୍ୱାରା ହୋଇଥିବା ଗିରଫଦାରୀ ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଦାଏର ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।    

Advertisement
Delhi High Court: ଇଡ଼ି ଦ୍ୱାରା ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ ନୁହେଁ: ଦିଲ୍ଲୀ ହାଇକୋର୍ଟ
Zee Odisha Desk|Updated: Apr 09, 2024, 05:59 PM IST
Share

Arvind Kejriwal Bail Update: ବହୁଚର୍ଚ୍ଚିତ ମାମଲାରେ ଦିଲ୍ଲୀ ହାଇକୋର୍ଟ ପାଖରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ଜବରଦସ୍ତ ଝଟକା। ମଦ ଦୁର୍ନୀତି ସହ ଜଡ଼ତି ମନି ଲଣ୍ଡରିଂ ମାମଲାରେ ଗିରଫ ହେବା ବିରୋଧରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା କରାଯାଇଥିବା ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ହାଇକୋର୍ଟ ଏହି ମାମଲାର ରାୟ ଶୁଣାଇବା ବେଳେ ଅନେକ କଥା କହିଛନ୍ତି। ଗିରଫ ପରେ ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ବେଆଇନ ହୋଇପାରିବ ନାହିଁ ବୋଲି କୁହାଯାଇଛି। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ ନୁହେଁ।

ଏବେ ପ୍ରଶ୍ନ ଉଠୁଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ କେଉଁ ବିକଳ୍ପ ରହିଛି? ସେ କ'ଣ କରିପାରିବେ? ଆଇନ ବିଶେଷଜ୍ଞ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ଦ୍ୱାରା ହୋଇଥିବା ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ଦୁଇଟି ଉପାୟ ରହିଛି। ଯାହା ମାଧ୍ୟମରେ ସେ ଆବେଦନ କରିପାରିବେ। ଏହା ମଧ୍ୟ ଆଶା କରାଯାଉଛି ଯେ ଶୀଘ୍ର ସେ ଏବଂ ତାଙ୍କ ଦଳ ଏହି ଆଇନଗତ ଦିଗ ଉପରେ ବିଚାର କରିପାରନ୍ତି।

ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ରହିଛି ୨ ଉପାୟ 
ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ରହିଥିବା ପ୍ରଥମ ବିକଳ୍ପ ହେଉଛି ସୁପ୍ରିମକୋର୍ଟ ଯାଇ ସେଠାରେ ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା। ସୁପ୍ରିମକୋର୍ଟ ଏହାର ଶୁଣାଣି କରିପାରିବେ। ଏହା ବ୍ୟତୀତ ତାଙ୍କ ଦଳ ଜାମିନ ପାଇଁ ନିମ୍ନ ଅଦାଲତର ଦ୍ୱାରସ୍ଥ ହୋଇପାରନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ତାଙ୍କ ଦଳ କେଉଁ ବିକଳ୍ପ ଉପରେ ବିଚାର କରିବେ। କାରଣ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ଜାମିନ ପାଇଁ ସୁପ୍ରିମକୋର୍ଟ ଯିବେ ବୋଲି ତାଙ୍କ ଦଳର (ଆମ ଆଦମୀ ପାର୍ଟି) ନେତା ସୌରଭ ଭରଦ୍ୱାଜ କହିଛନ୍ତି।

ଦିଲ୍ଲୀ ହାଇକୋର୍ଟ କ'ଣ କହିଛନ୍ତି?
ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ଅଦାଲତ ସାମ୍ବିଧାନିକ ନୈତିକତା ସହ ଜଡ଼ିତ। କୋର୍ଟ  ରାଜନୈତିକ ନୈତିକତା ସହ ଜଡିତ ନୁହେଁ। ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ଶୁଣାଣି ସମୟରେ ସରକାରୀ ସାକ୍ଷୀଙ୍କ ବିବୃତ୍ତି ଉପରେ କେବେ ନିଷ୍ପତ୍ତି ନିଆଯିବ। ସେତେବେଳେ ଯାଇ ଅରବିନ୍ଦ କେଜ୍ରିୱାଲ ଏହା ଉପରେ ପରୀକ୍ଷଣ କରିପାରିବେ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏହା ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନ ଉପରେ ବିଚାର କରୁନାହିଁ। କେବଳ ଗିରଫଦାରୀ ବିରୋଧରେ ତାଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନ ଉପର ନିଷ୍ପତ୍ତି ନେଇଛି।

୨୦ ଦିନ ଧରି କାରଗାରରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ 
ଇଡି ଦ୍ୱାରା ଗିରଫ ହେବା ଏବଂ ଜେଲ ସମୟ ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୨୦ ଦିନ ଧରି କାରାଗାରରେ ଅଛନ୍ତି। ଗତ ମାସ ୨୧ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ପରେ କୋର୍ଟ କେଜ୍ରିୱାଲଙ୍କୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଏବଂ ପୁନର୍ବାର ୧ ଏପ୍ରିଲ ପର୍ଯ୍ୟନ୍ତ ଇଡ଼ି ହେପାଜତକୁ  ପଠାଇଥିଲେ। ଯେତେବେଳେ ଗତ ୧ ତାରିଖରେ କେଜ୍ରିୱାଲଙ୍କୁ ପୁଣି ଅଦାଲତରେ ହାଜର କରାଯାଇଥିଲା, ସେତେବେଳେ ତାଙ୍କୁ ୧୫ ଦିନ ପାଇଁ ଜେଲ ପଠାଯାଇଥିଲା।
 

 

Read More
{}{}